ଅଭିନେତ୍ରୀଙ୍କ ପୋଷାକ ଉପରେ ବିବାଦୀୟ ମତ ଦେଇ କ୍ଷମା ମାଗିଲେ ନିର୍ଦ୍ଦେଶକ ସୁରଜ

ମୁମ୍ବାଇ: “ହଲକୁ ଲୋକମାନେ ହିରୋଇନଙ୍କ ଦେହ ଦେଖିବା ପାଇଁ ଦର୍ଶକଟଙ୍କା ଖର୍ଚ୍ଚ କରି ଆସିଥାନ୍ତି। ତେଣୁ ମୁଁ ମୋ ଫିଲ୍ମରେ ହିରୋଇନ୍‌ଙ୍କ ଡ୍ରେସ୍‌ ଆଣ୍ଠୁ ତଳକୁ ନ ହେବା ପାଇଁ ଡିଜାଇନରକୁ କଡ଼ା ନିର୍ଦ୍ଦେଶ ଦେଇଥାଏ।” ୟୁଟ୍ୟୁବ୍‌ ଚ୍ୟାନଲକୁ ଏପରି ବିବାଦୀୟ ମନ୍ତବ୍ୟ ଦେଇ ତାମିଲ ଫିଲ୍ମ ‘କାଠତି ସାନ୍ଦାଇ’ର ନିର୍ଦ୍ଦେଶକ ସୁରଜ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତେବେ ତାଙ୍କର ଏପରି ମତ ଉପରେ ଅଭିନେତ୍ରୀ ତମନ୍ନା ସମାଲୋଚନା କରିବା ସହ ସେ […]

suraj-tamnna

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 05:07 PM IST

ମୁମ୍ବାଇ: “ହଲକୁ ଲୋକମାନେ ହିରୋଇନଙ୍କ ଦେହ ଦେଖିବା ପାଇଁ ଦର୍ଶକଟଙ୍କା ଖର୍ଚ୍ଚ କରି ଆସିଥାନ୍ତି। ତେଣୁ ମୁଁ ମୋ ଫିଲ୍ମରେ ହିରୋଇନ୍‌ଙ୍କ ଡ୍ରେସ୍‌ ଆଣ୍ଠୁ ତଳକୁ ନ ହେବା ପାଇଁ ଡିଜାଇନରକୁ କଡ଼ା ନିର୍ଦ୍ଦେଶ ଦେଇଥାଏ।” ୟୁଟ୍ୟୁବ୍‌ ଚ୍ୟାନଲକୁ ଏପରି ବିବାଦୀୟ ମନ୍ତବ୍ୟ ଦେଇ ତାମିଲ ଫିଲ୍ମ ‘କାଠତି ସାନ୍ଦାଇ’ର ନିର୍ଦ୍ଦେଶକ ସୁରଜ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତେବେ ତାଙ୍କର ଏପରି ମତ ଉପରେ ଅଭିନେତ୍ରୀ ତମନ୍ନା ସମାଲୋଚନା କରିବା ସହ ସେ ସମସ୍ତ ଅଭିନେତ୍ରୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି।

ସୁରଜଙ୍କ ଏପରି ମତ ଉପରେ ଅଭିନେତ୍ରୀ ତମନ୍ନା ଟ୍ୱିଟରରେ ତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସୁରଜଙ୍କ ମତ ତାଙ୍କୁ ବହୁତ ଆଘାତ ଦେଇଛି। ଅଭିନେତ୍ରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ଅଭିନେତ୍ରୀ କୌଣସି ବସ୍ତୁ ନୁହଁନ୍ତି, ଯେ ତାଙ୍କୁ ଏପରି ପ୍ରଦର୍ଶିତ କରାଯିବ। ଦୀର୍ଘ ୧୧ବର୍ଷ ଧରି ସେ ସାଉଥ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି ଏବଂ ଯେଉଁ ପୋଷାକ ତାଙ୍କୁ ଠିକ୍‌ ଲାଗେ ସେ ପିନ୍ଧିଥାନ୍ତି।

ତମନ୍ନାଙ୍କ ଏପରି ପ୍ରତିକ୍ରିୟାରେ ସୁରଜ ତମନ୍ନାଙ୍କ ସମେତ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀଙ୍କୁ ନିଜର ଭୁଲ୍‌ ମତ ନେଇ ଶେଷରେ କ୍ଷମା ମାଗିଛନ୍ତି।

Related story