ଦିଶା ପଟାନି ଲଞ୍ଚ୍ କଲେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍: ଦେଖନ୍ତୁ ତାଙ୍କ ପ୍ରଥମ ଭିଡିଓ

ମୁମ୍ବାଇ: ୟୁଟ୍ୟୁବ୍‌ ଚ୍ୟାନେଲର କ୍ରେଜ୍‌ ଏବେ ଆଉ କେବଳ ସାଧାରଣ ଲୋକଙ୍କ ଭିତରେ ସୀମୀତ ନାହିଁ। ବଲିଉଡ୍ ସେଲେବ୍ରିଟିମାନଙ୍କ ମଧ୍ୟରେ ବି ଏହି କ୍ରେଜ୍‌ ଦେଖିବାକୁ ମିଳିଲାଣି। ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ନିଜ ନିଜ ୟୁଟ୍ୟୁବ୍‌ ଟ୍ୟାନେଲ ଲଞ୍ଚ୍ କରିସାରିଛନ୍ତି। ଏମାନେ ନିଜ ବାସ୍ତବ ଜୀବନ ସହ ଫ୍ୟାନ୍ସଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଖୋଲିଛନ୍ତି। ଏହି ଟ୍ରେଣ୍ଡରେ ଏବେ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ସାମିଲ୍ ହୋଇଯାଇଛନ୍ତି। ଦିଶା […]

disha

Chinmayee Roy
  • Published: Sunday, 15 September 2019
  • , Updated: 15 September 2019, 08:01 PM IST

ମୁମ୍ବାଇ: ୟୁଟ୍ୟୁବ୍‌ ଚ୍ୟାନେଲର କ୍ରେଜ୍‌ ଏବେ ଆଉ କେବଳ ସାଧାରଣ ଲୋକଙ୍କ ଭିତରେ ସୀମୀତ ନାହିଁ। ବଲିଉଡ୍ ସେଲେବ୍ରିଟିମାନଙ୍କ ମଧ୍ୟରେ ବି ଏହି କ୍ରେଜ୍‌ ଦେଖିବାକୁ ମିଳିଲାଣି। ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ନିଜ ନିଜ ୟୁଟ୍ୟୁବ୍‌ ଟ୍ୟାନେଲ ଲଞ୍ଚ୍ କରିସାରିଛନ୍ତି। ଏମାନେ ନିଜ ବାସ୍ତବ ଜୀବନ ସହ ଫ୍ୟାନ୍ସଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଖୋଲିଛନ୍ତି। ଏହି ଟ୍ରେଣ୍ଡରେ ଏବେ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ସାମିଲ୍ ହୋଇଯାଇଛନ୍ତି। ଦିଶା ମଧ୍ୟ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ୍ କରିଛନ୍ତି। ଏନେଇ ଦିଶା ନିଜ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି।

https://www.instagram.com/p/B2WOhV2A8US/?utm_source=ig_web_copy_link

ଦିଶା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଆପଣଙ୍କ ସହ ନିଜ ପ୍ରଥମ ୟୁଟ୍ୟୁବ ଭିଡିଓ ଶେଆର କରିବା ପାଇଁ ଏବେ ଆଉ ଅପେକ୍ଷା କରି ହେଉନାହିଁ। ଆଶା କରୁଛି ଯେ ମୋତେ ଫିଲ୍ମରେ ଦେଖି ଆପଣଙ୍କୁ ଯେତିକି ଭଲ ଲାଗୁଛି ଏଥିରେ ମଧ୍ୟ ସେତିକି ଭଲ ଲାଗିବ। ଏହାକୁ ମୁଁ ନିଜେ ସୁଟ୍‌ କରିଛି। ମୁଁ ଏଥିରେ ନିଜ ବାସ୍ତବତାକୁ ଦେଖାଇବାକୁ ଚେଷ୍ଟା କରିଛି।’

ଦିଶାଙ୍କ କହିବା ମୁତାବକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ସେ ତାଙ୍କ ଫ୍ୟାନମାନଙ୍କର ଆହୁରି ନିକଟତର ହୋଇପାରିବେ। ଦିଶା ନିଜ ପ୍ରଥମ ଭିଡିଓରେ ଲ୍ୟାକମେ ଫ୍ୟାଶନ୍‌ ୱିକ୍‌ରେ ନିଜର ରାମ୍ପ ୱାକ୍‌ର ଅନୁଭୂତି ପରିପ୍ରକାଶ କରିଛନ୍ତି।

https://youtu.be/wELVWmJfPJA

ଦିଶାଙ୍କୁ ଶେଷଥର ପାଇଁ ସଲମାନ୍-କ୍ୟାଟ୍ରିନା ଷ୍ଟାରର୍‌ ଫିଲ୍ମ ‘ଭାରତ୍‌’ରେ ଦେଖିବାକୁ ମିଳିଥିଲା। ଖୁବ୍‌ଶୀଘ୍ର ଦିଶାଙ୍କୁ ତାଙ୍କ ଅପକମିଂ ଫିଲ୍ମ ‘ମଙ୍ଗଲ’ରେ ଦେଖିବାକୁ ମିଳିବ। ଫିଲ୍ମରେ ଦିଶାଙ୍କ ବ୍ୟତୀତ ଆଦିତ୍ୟ ରାୟ କପୁର ଓ କୁନାଲ ଖେମୁ ମଧ୍ୟ ଅଭିନୟ କରିବେ। ଫିଲ୍ମର ନିର୍ଦ୍ଦେଶନା ଦେବେ ମୋହିତ ସୁରି। ‘ମଙ୍ଗଲ’ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ରିଲିଜ୍ ହେବ।

 

Related story