ଝିଅଠାରୁ କମ୍ ବୟସ ଯୁବତୀଙ୍କୁ ବିବାହ କରିଥିଲେ ଏହି ଅଭିନେତା: ଜାଣନ୍ତୁ କ’ଣ କଲେ ଝିଅ

ମୁମ୍ବାଇ: ରିଲ୍‌ ଲାଇଫ୍‌ ଓ ରିଅଲ୍‌ ଲାଇଫ୍‌ରେ ବହୁତ ତଫାତ୍‌। ଏମିତି ବହୁ କଳାକାର ଅଛନ୍ତି ଯେଉଁମାନଙ୍କ ରିଅଲ ଲାଇଫ୍‌ କୌଣସି ଗୁଣରେ ରିଲ୍‌ ଲାଇଫ୍‌ ଠାରୁ କମ୍‌ ନୁହେଁ। ଏପରି ଜଣେ ଅଭିନେତା ହେଉଛନ୍ତି କବୀର ବେଦୀ। ଚାରିଟି ବିବାହ କରିବା କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚତୁର୍ଥ ବିବାହ କରିବା କାରଣରୁ କବୀର ଓ ତାଙ୍କ ଝିଅ ପୂଜା ବେଦୀଙ୍କ ସମ୍ପର୍କରେ ଫଶଟ ସୃଷ୍ଟି ହୋଇଥିଲା। ଏପରିକି ପୂଜା, […]

kabir bedi

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 03:03 PM IST

ମୁମ୍ବାଇ: ରିଲ୍‌ ଲାଇଫ୍‌ ଓ ରିଅଲ୍‌ ଲାଇଫ୍‌ରେ ବହୁତ ତଫାତ୍‌। ଏମିତି ବହୁ କଳାକାର ଅଛନ୍ତି ଯେଉଁମାନଙ୍କ ରିଅଲ ଲାଇଫ୍‌ କୌଣସି ଗୁଣରେ ରିଲ୍‌ ଲାଇଫ୍‌ ଠାରୁ କମ୍‌ ନୁହେଁ। ଏପରି ଜଣେ ଅଭିନେତା ହେଉଛନ୍ତି କବୀର ବେଦୀ। ଚାରିଟି ବିବାହ କରିବା କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚତୁର୍ଥ ବିବାହ କରିବା କାରଣରୁ କବୀର ଓ ତାଙ୍କ ଝିଅ ପୂଜା ବେଦୀଙ୍କ ସମ୍ପର୍କରେ ଫଶଟ ସୃଷ୍ଟି ହୋଇଥିଲା। ଏପରିକି ପୂଜା, କବୀରଙ୍କୁ ଘରୁ ବାହାର କରି ଦେଇଥିଲେ। ଆସନ୍ତୁ ଜାଣିବା କବୀରଙ୍କ ଜୀବନକୁ ନେଇ ଉଠିଥିବା କିଛି ଖାସ୍‌ ଚର୍ଚ୍ଚା ବିଷୟରେ।

କବୀରଙ୍କ ତୃତୀୟ ବିବାହ ବିଚ୍ଛେଦ ପରେ ତାଙ୍କର ଆଫେୟାର ପରୱିନ୍‌ ଦୋସାଂଝଙ୍କ ସହ ଚାଲିଥିଲା। ସେ ନିଜ ୭୦ତମ ଜନ୍ମ ଦିବସରେ ପରୱିନ୍‌ଙ୍କୁ ବିବାହ କରିଥିଲେ। ଏକ ସାକ୍ଷତକାରରେ ସେ କହିଥିଲେ ଏହି ବିବାହ ପରେ ଝିଅ ପୂଜା ତାଙ୍କ ଉପରେ ଖୁବ୍‌ ରାଗିଥିଲେ ଓ ତାଙ୍କୁ ଘରୁ ବାହାର କରିଦେଇଥିଲେ। କାରଣ ତାଙ୍କର ଚତୁର୍ଥ ପତ୍ନୀ ପରୱିନ୍‌ ପୂଜାଙ୍କ ଠାରୁ ୫ବର୍ଷ ସାନ ଥିଲେ।

ଇଣ୍ଡଷ୍ଟ୍ରିରେ କବୀର ଏବଂ ପରୱିନ୍‌ ବାବୀଙ୍କ ଆଫେୟାର ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ଏମିତି କି ଦୁହେଁ ଲିଭ୍-ଅନ୍‌ରେ ରହୁଥିବା ନେଇ ମଧ୍ୟ ଶୁଣିବାକୁ ମିଳିଛି। ହେଲେ ଏହି କଥାକୁ କେବେ ବି ଏମାନେ ସ୍ୱୀକାର କରି ନଥିଲେ। କବୀର ବେଦୀଙ୍କ ପ୍ରଥମେ ଡ୍ୟାନ୍ସର ପ୍ରତୀମା ବେଦୀଙ୍କୁ ବାହା ହୋଇଥିଲେ। ଝିଅ ପୂଜା ଓ ପୁଅ ସିଦ୍ଧାର୍ଥ ପ୍ରତୀମାଙ୍କ ସନ୍ତାନ। ପରୱିନ ବାବୀଙ୍କ ସହ ସମ୍ପର୍କ କଥା ଉଠିବା ପରେ ପ୍ରତୀମା କବୀରଙ୍କୁ ଛାଡପତ୍ର ଦେଇ ଦେଇଥିଲେ। ୧୯୯୭ରେ ପୁଅ ସିଦ୍ଧାର୍ଥର ମୃତ୍ୟୁ ପରେ ପ୍ରତୀମା ମଧ୍ୟ ଆରପାରିକୁ ଚାଲିଯାଇଥିଲେ। ପରେ କବୀର ବ୍ରିଟିସ୍‌ ଫେସନ୍ ଡିଜାଇନର ସୁସୋନ ହମ୍ପ୍ରୋସ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦୁହିଁଙ୍କ ପୁଅର ନାଁ ଏଡମ୍‌ ବେଦୀ। କୌଣସି କାରଣରୁ ତାଙ୍କ ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା। ଏହାପରେ କବୀର ୧୯୯୦ ଦଶକରେ ଟିଭି ଓ ରେଡିଓରେ ଉପସ୍ଥାପିକା ଥିବା ନିକ୍କିଙ୍କୁ ତୃତୀୟ ବିବାହ କରିଥିଲେ। ଏହି ସଂପର୍କ ବି ଅଧିକ ଦିନ ତିଷ୍ଠି ନଥିଲା। ୨୦୦୫ରେ ଦୁହିଁଙ୍କ ସଂପର୍କ ଭାଙ୍ଗିଯାଇଥିଲା।

 

Related story