‘ନ୍ୟୁଜ୍‌ ଫ୍ୟୁଜ୍‌’ ଫେମ୍ କୁନା ତ୍ରିପାଠୀ କେଉଁଥିରେ ପୂରା ଫେଲ୍ ଜାଣନ୍ତି?

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଅଭିନେତା କୁନା ତ୍ରିପାଠୀ। ତାଙ୍କୁ କିଏ ଅବା ନଜାଣେ? ଓଟିଭିରେ ପ୍ରସାରିତ ହେଉଥିବା ‘ନ୍ୟୁଜ୍‌ ଫ୍ୟୁଜ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଘରେ ଘରେ ପହଞ୍ଚିଛନ୍ତି। ଉଭୟ ଅଭିନୟ ଓ ଉପସ୍ଥାପନାରେ ସେ ପୋଖତ। ତାଙ୍କର ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବା ସହିତ ବାନ୍ଧିକି ରଖେ। ଯଦି ମାର୍କ ବ୍ୟବସ୍ଥା ଥାଆନ୍ତା ବୋଧହୁଏ ସେ ସବୁ ଲୋକେ ତାଙ୍କୁ ଶହେରୁ ଶହେ ଦେଇଥାଆନ୍ତେ ବୋଲି ଆମର ଅନୁମାନ। ଫିଲ୍ମ ଓ […]

Kuna

Rakesh Mallick
  • Published: Monday, 25 December 2017
  • , Updated: 29 December 2017, 11:42 AM IST

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଅଭିନେତା କୁନା ତ୍ରିପାଠୀ। ତାଙ୍କୁ କିଏ ଅବା ନଜାଣେ? ଓଟିଭିରେ ପ୍ରସାରିତ ହେଉଥିବା ‘ନ୍ୟୁଜ୍‌ ଫ୍ୟୁଜ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଘରେ ଘରେ ପହଞ୍ଚିଛନ୍ତି। ଉଭୟ ଅଭିନୟ ଓ ଉପସ୍ଥାପନାରେ ସେ ପୋଖତ। ତାଙ୍କର ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବା ସହିତ ବାନ୍ଧିକି ରଖେ। ଯଦି ମାର୍କ ବ୍ୟବସ୍ଥା ଥାଆନ୍ତା ବୋଧହୁଏ ସେ ସବୁ ଲୋକେ ତାଙ୍କୁ ଶହେରୁ ଶହେ ଦେଇଥାଆନ୍ତେ ବୋଲି ଆମର ଅନୁମାନ। ଫିଲ୍ମ ଓ ଟେଲିଭିଜନ ସିରିଏଲ୍‌ରେ ତାଙ୍କର ଅଭିନୟ ବି କେଉଁ ଊଣା ଯେ? ତେବେ ଯେଉଁ ଜିନିଷରେ ସେ ପୂରା ଊଣା ତାହା ଆମେ ଆପଣଙ୍କୁ ଆଜି ଜଣାଇବୁ। ତା’ପୂର୍ବରୁ ତାଙ୍କ ସଂପର୍କରେ ଆଉ ଏକ କଥା ଆପଣମାନଙ୍କୁ ଜଣାଇ ଦେଉଛୁ। ଖାଇବା-ପିଇବା କ୍ଷେତ୍ରରେ କୁନା ତ୍ରିପାଠୀଙ୍କର ସେମିତି କିଛି ଧରାବନ୍ଧା ମେନ୍ୟୁ ନାହିଁ। ତେବେ ଆମିଷ ଅପେକ୍ଷା ନିରାମିଷ ଖାଇବାକୁ ସେ ବେଶି ଭଲ ପାଆନ୍ତି। ନିରାମିଷରେ ତାଙ୍କୁ ଭଲ ଲାଗେ ଆଳୁ, ବାଇଗଣ ଓ ବଡ଼ି ବେସର ତରକାରି। ଏହା ସହିତ ଜହ୍ନି, ଆଳୁ ପୋସ୍ତ ତରକାରି ବି ତାଙ୍କର ଖୁବ୍ ଫେଭରିଟ୍‌। ଆଉ ଆମିଷରେ ତାଙ୍କୁ ଚିକେନ୍‌ ବଟର ମସଲା ଖାଇବାକୁ ଭଲ ଲାଗେ। ତେବେ ଆମିଷ ପ୍ରତି ଆଉ ଏତେଟା ରୁଚି ନାହିଁ ବୋଲି ସେ କଥାବାର୍ତ୍ତା ବେଳେ କହିଥିଲେ କୁନା।

ଏବେ ଫେରିବା ମୂଳ ପ୍ରସଙ୍ଗକୁ। କୁନା ତ୍ରିପାଠୀଙ୍କ କେଉଁ ଥିରେ ଫେଲ୍‌? କଥାବାର୍ତ୍ତା ବେଳେ ଆମେ ଜାଣିବାକୁ ଚାହିଁଥିଲୁ ସେ କେତେବେଳେ କେମିତି ରୋଷେଇ କରନ୍ତି କି? ସେ କହିଲେ, ଜମା ନୁହେଁ। ଏଇ ଜିନିଷଟିରେ ମୁଁ ପୂରା ଫେଲ୍‌। ଅତିବେଶୀରେ ଚା’ଟିକେ କରିପାରିବି, କିନ୍ତୁ ତାହା କେମିତି ଲାଗିବ ସେ ନେଇ ଆଦୌ ଗ୍ୟାରେଣ୍ଟି ଦେଇପାରିବି ନାହିଁ।

(କୁନା ତାଙ୍କ ରୁଚି ଓ ସ୍ୱପ୍ନ ବିଷୟରେ ବି ଆମକୁ କହିଛନ୍ତି, ଯାହା ଆମେ ଆପଣଙ୍କୁ ଆଉ ଦିନେ ଜଣାଇବୁ)

Related story