ଜାଣିଛନ୍ତି ଇଏ କିଏ? ସୋସିଆଲ ମିଡିଆରେ ଅଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍‌

ମୁମ୍ବାଇ: ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ଅବିକଳ ଚେହେରା ଆପଣମାନେ ଦେଖିଥିବେ। କିନ୍ତୁ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଚେହେରା କେବେ ଦେଖିଛନ୍ତି କି? ଯଦି ନୁହେଁ ତେବେ ଭେଟନ୍ତୁ ସଲୋନୀ ଚୋପ୍ରାଙ୍କୁ । ସେ ଜଣେ ଟିଭି ଅଭିନେତ୍ରୀ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ କ୍ରେଜ୍‌। ସଲୋନୀ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସଲୋନୀଙ୍କୁ ପ୍ରଥମେ ଦେଖିଲେ ଯେ କେହି ଧୋକା ଖାଇଯିବା ବଡ଼ କଥା ନୁହେଁ। ପ୍ରଥମେ ଆପଣ ଭାବିପାରନ୍ତି ସେ କ୍ୟାଟ୍ରିନା କୈଫ୍‌। […]

SaloniChopra

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 10:48 AM IST

ମୁମ୍ବାଇ: ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ଅବିକଳ ଚେହେରା ଆପଣମାନେ ଦେଖିଥିବେ। କିନ୍ତୁ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଚେହେରା କେବେ ଦେଖିଛନ୍ତି କି? ଯଦି ନୁହେଁ ତେବେ ଭେଟନ୍ତୁ ସଲୋନୀ ଚୋପ୍ରାଙ୍କୁ । ସେ ଜଣେ ଟିଭି ଅଭିନେତ୍ରୀ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ କ୍ରେଜ୍‌। ସଲୋନୀ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସଲୋନୀଙ୍କୁ ପ୍ରଥମେ ଦେଖିଲେ ଯେ କେହି ଧୋକା ଖାଇଯିବା ବଡ଼ କଥା ନୁହେଁ। ପ୍ରଥମେ ଆପଣ ଭାବିପାରନ୍ତି ସେ କ୍ୟାଟ୍ରିନା କୈଫ୍‌।

ସଲୋନୀ ଏମ୍‌ ଟିଭି ଶୋ ‘ଗର୍ଲ୍ସ ଅନ୍‌ ଟପ୍‌’ ରେ ନଜର ଆସିଥିଲେ। ସଲୋନୀ ସବୁବେଳେ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି।  ସେଥିରେ ସେ ସବୁବେଳେ ମହିଳା ସଶକ୍ତିକରଣ ଉପରେ ଜୋର ଦିଅନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨,୫୯,୦୦୦ ଜଣ ଫଲୋଅର ଅଛନ୍ତି।

ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି। ନିକଟରେ ସେ ଏକ ଫଟୋ ସେୟାର କରି ଓମେନ୍‌ ସେକ୍ସ୍ୟୁଆଲିଟିକୁ କିଭଳି ପ୍ରେତ୍ସାହନ କରାଯାଉଛି, ସେ ବିଷୟରେ କହିଛନ୍ତି। ୨୬ ବର୍ଷିଆ ସଲୋନୀ ୧୯୯୧ ରେ ଜନ୍ମ ହୋଇଥିଲେ। ତାଙ୍କ ପରିବାର ଚଣ୍ଡିଗଡରେ ରହନ୍ତି। ସେ ପ୍ରିୟଙ୍କା ଚୋପ୍ରାଙ୍କୁ ବହୁତ ପସନ୍ଦ କରନ୍ତି।

Related story