‘କୋଇ ମିଲ୍‌ ଗୟା’ର ଏଲିଅନ୍‌ର ଅସଲ ପରିଚୟ ଜାଣିଛନ୍ତି?

ମୁମ୍ବାଇ: ୨୦୦୩ରେ ନିର୍ମିତ ହୋଇଥିଲା ସୁପରଡୁପର ହିଟ୍‌ ଫିଲ୍ମ ‘କୋଇ ମିଲ୍‌ ଗୟା’। ସେଥିରେ ମୁଖ୍ୟ ଭୂମିକାରେ ଥିଲେ ହ୍ରିତିକ୍‌ ରୋଶନ୍‌ ଓ ପ୍ରିତୀ ଜିଣ୍ଟା। ଫିଲ୍ମରେ ହ୍ରିତିକ୍‌ ରୋଶନ୍‌ ମାନସିକ ରୋଗରେ ପିଡୀତ ଥିଲେ। ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ଯାଦୁ। କିଛି ମନେ ପଡୁଛି ଯିଏ ଖରା ଚାହିଁ ଶକ୍ତି ପାଉଥିଲା। ପ୍ରାୟ ସବୁ ଲୋକ ଭାବୁଥିବେ ସେହି ଯାଦୁର ଚରିତ୍ର ବୋଧ ହୁଏ ଆନିମେଟେଡ୍‌। କିନ୍ତୁ ଆମେ ଏଠି କହି ରଖୁଛୁ ଯାଦୁର […]

jadu

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 06:17 PM IST

ମୁମ୍ବାଇ: ୨୦୦୩ରେ ନିର୍ମିତ ହୋଇଥିଲା ସୁପରଡୁପର ହିଟ୍‌ ଫିଲ୍ମ ‘କୋଇ ମିଲ୍‌ ଗୟା’। ସେଥିରେ ମୁଖ୍ୟ ଭୂମିକାରେ ଥିଲେ ହ୍ରିତିକ୍‌ ରୋଶନ୍‌ ଓ ପ୍ରିତୀ ଜିଣ୍ଟା। ଫିଲ୍ମରେ ହ୍ରିତିକ୍‌ ରୋଶନ୍‌ ମାନସିକ ରୋଗରେ ପିଡୀତ ଥିଲେ। ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ଯାଦୁ। କିଛି ମନେ ପଡୁଛି ଯିଏ ଖରା ଚାହିଁ ଶକ୍ତି ପାଉଥିଲା। ପ୍ରାୟ ସବୁ ଲୋକ ଭାବୁଥିବେ ସେହି ଯାଦୁର ଚରିତ୍ର ବୋଧ ହୁଏ ଆନିମେଟେଡ୍‌। କିନ୍ତୁ ଆମେ ଏଠି କହି ରଖୁଛୁ ଯାଦୁର ଚରିତ୍ର ଆନିମେଟେଡ୍‌ ନୁହେଁ। ବାସ୍ତବରେ ଜଣେ ବ୍ୟକ୍ତି ଏଥିରେ ଅଭିନୟ କରିଥିଲେ। ତେବେ ଚାଲନ୍ତୁ ଜାଣିବା ଯାଦୁ ସଂପର୍କରେ କିଛି କଥା।

୧. ଏହି ଫିଲ୍ମରେ ଯାଦୁର ମାସ୍କ ପଛରେ ଯେଉଁ ଅଭିନେତା ଜଣକ ଥିଲେ ସେ ହେଉଛନ୍ତି ଇନ୍ଦ୍ରଭୂବନ ପୁରୋହିତ୍‌। ଫିଲ୍ମ ରିଲିଜ୍‌ ହେବାର ଅନେକ ବର୍ଷ ପରେ ଏହି ରାଜ୍‌ର ଖୁଲାସା ହୋଇଥିଲା।

୨. ଫିଲ୍ମ ନିର୍ଦ୍ଦେଶକ ରାକେଶ ରୋଶନ ଏହି କଥାକୁ ୧୧ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ।

୩. ଯାଦୁର କଷ୍ଟ୍ୟୁମ୍‌ ଅଷ୍ଟ୍ରେଲିଆରେ ବନା ଯାଇଥିଲା। କଷ୍ଟ୍ୟୁମ୍‌ ବନେଇବାପାଇଁ  ପୂରା ୩ ମାସ ଲାଗିଥିଲା।

୪. ଅଫ୍‌ସୋସର କଥା ହେଉଛି ଇନ୍ଦ୍ରଭୂବନ ଏବେ ଆଉ ଆମ ଗହଣରେ ନାହାନ୍ତି। ୨୦୧୪ ଡିସେମ୍ବର ୧୮ ତାରିଖରେ ତାଙ୍କ ଦେହାନ୍ତ ହୋଇଯାଇଥିଲା।

Related story