ମଦ ମଣିଷକୁ ବରବାଦ କରି ଦିଏ। ମଦ ମଧୁର ସଂର୍ପକରେ ଫାଟ ସୃଷ୍ଟି କରେ। ମଦ ପିଇବା ପରେ ମଣିଷ ନିଜର ହିତାହତ ଜ୍ଞାନ ଭୁଲି ଯାଏ। ମଦ ପିଇବା ପରେ ମଣିଷର ବ୍ୟବହାର କିପରି ବଦଳି ଯାଏ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କପିଲ ଶର୍ମାଙ୍କ ପରି ନାମୀ କଳାକାର। ନିକଟରେ ଅଷ୍ଟ୍ରେଲିଆରୁ ଫେରିବା ବେଳେ ସେ କିପରି ସୁନୀଲ ଗ୍ରୋଭର ଓ ଅନ୍ୟ ସାଥୀ କଳାକାରଙ୍କୁ ଦୁର୍ବ୍ୟବହାର କରିଥିଲେ ତାହା ସମସ୍ତେ ପ୍ରାୟ ଜାଣିଛନ୍ତି। ସେତେବେଳେ ସେ ହୋସ୍ରେ ନ ଥିଲେ। ମଦ ପିଇ ଦେଇଥିଲେ। ନିଶା ତାଙ୍କ ମୁଣ୍ଡକୁ ଚଢ଼ି ଯାଇଥିଲା। ତେବେ ମଦ ପାଇଁ ମାନ ହରାଇବାରେ କପିଲ ଏକମାତ୍ର ଟିଭି କଳାକାର ନୁହନ୍ତି। ଏ ତାଲିକାରେ ଅନେକ ଅଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ସଂପର୍କରେ।
ଅଙ୍କିତା ଲୋଖଣ୍ଡେ : ଟେଲି ନାୟିକା ତଥା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା। ବେଶ୍ ଭଲ ଚାଲିଥିଲା ଏମାନଙ୍କ ପ୍ରେମ ସଂର୍ପକ। କଥା ବିବାହ ଆଡ଼କୁ ମଧ୍ୟ ଆସିଥଲା। କୁହାଯାଏ ମଦ ଏମାନଙ୍କ ପ୍ରେମ ସଂର୍ପକରେ ବିଚ୍ଛେଦର ଗାର ଟାଣି ଦେଇଥିଲା। ଏପରିକି ଅଙ୍କିତା ମଦ ନିଶାରେ ସୁଶାନ୍ତଙ୍କୁ ଚାପୁଡ଼ା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
କରଣ ପଟେଲ: ଛୋଟ ପରଦାର ଲୋକପ୍ରିୟ ନାୟକ କରଣ ପଟେଲଙ୍କୁ ସମସ୍ତେ ରମଣ ନାଁରେ ଜାଣନ୍ତି। ଷ୍ଟାର ପ୍ଲସ୍ର ଲୋକପ୍ରିୟ ଧାରାବାହିକ “ୟୈ ହେ ମୋହବତେଁ” ମାଧ୍ୟମରେ ସେ ଦର୍ଶକ ଗହଣରେ ପରିଚିତ।
ବିବାହ ପୂର୍ବରୁ କରଣ କାମ୍ୟା ପଞ୍ଜାବୀଙ୍କ ସହ ଡେଟ୍ କରୁଥିଲେ। ମାତ୍ର ବିବାହ କରିଥିଲେ ଅଙ୍କିତା ଭାର୍ଗବଙ୍କୁ। ବିବାହର କିଛି ଦିନ ପରେ ଏକ ପାର୍ଟିରେ ମଦ ନିଶାରେ ସେ କାବ୍ୟାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଗଣ୍ଡଗୋଳ କରିଥିଲେ।
ସିଦ୍ଧାର୍ଥ ଶୁକ୍ଳା: କରଣ ଜୋହରଙ୍କ ଫିଲ୍ମ ମାଧ୍ୟମରେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ ସିଦ୍ଧାର୍ଥ। ତେବେ ସେ ବି ନିଜକୁ ମଦଠାରୁ ଦୂରେଇ ରଖି ପାରି ନାହାନ୍ତି। ମଦ ନିଶାରେ ଗାଡ଼ି ଚଳାଇବା ବେଳେ ଥରେ ମୁମ୍ବାଇ ପୁଲିସ୍ ହାତରେ ଧରା ପଡ଼ିଥିଲେ। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ୨୦୦୦ ଟଙ୍କା ଜୋରିମାନା ଦେଇ ସେ ମୁକୁଳିଥିଲେ।
ରାହୁଲ ମହାଜନ: ରିୟଲିଟି ଶୋରୁ ଚର୍ଚ୍ଚାକୁ ଆସିଥିବା ରାହୁଲ ମହାଜନଙ୍କ ଉପରେ ତାଙ୍କର ଦୁଇ ପୂର୍ବତନ ପତ୍ନୀ ମଦ ପିଇ ମାଡ଼ ମାରିଥିବାର ଅଭିଯୋଗ ଆଣିଥିଲେ। ପିତାଙ୍କ ମୃତ୍ୟୁ ପରେ ରାହୁଲ ଡ୍ରଗ୍ସ ନେଇ ଧରା ପଡ଼ିଥିଲେ।