ଦୀପିକାଙ୍କ ଫଟୋ ଦେଖି ଫ୍ୟାନ୍ ହତାଶ: କହିଲେ ଘରେ ଖାଇବାକୁ ନାହିଁ କି ପଠେଇବୁ?

ମୁମ୍ବାଇ:ବଲିଉଡ୍‌ ହେଉ କି ହଲିଉଡ୍ ସବୁଠି ରାଜ୍ କରୁଛନ୍ତି ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ। ସବୁବେଳେ କିଛିନା କିଛି କାରଣରୁ ସେ ଚର୍ଚାରେ ଥାଆନ୍ତି। କିଛିଦିନ ପୂର୍ବରୁ ସେ ଏକ ମାଗାଜିନରେ ବୋଲ୍ଡ ଫୋଟୋ ଦେଇ ସମାଲୋଚନାର ଶିକାର ହୋଇଥିଲେ। ଏବେ ପୁଣି ଏକ ଫଟୋକୁ ନେଇ ସେ ଚର୍ଚ୍ଚାରେ। ଏକ କଳା ଧଳା ଫଟୋଟିକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ଦୀପିକା ଏକ ବ୍ଲାକ୍ ଡ୍ରେସରେ ନଜର ଆସିଛନ୍ତି। ସେ ୱେନିଟି ଫେୟାର ମାଗାଜିନରେ […]

dp

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 03:50 PM IST

ମୁମ୍ବାଇ:ବଲିଉଡ୍‌ ହେଉ କି ହଲିଉଡ୍ ସବୁଠି ରାଜ୍ କରୁଛନ୍ତି ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ। ସବୁବେଳେ କିଛିନା କିଛି କାରଣରୁ ସେ ଚର୍ଚାରେ ଥାଆନ୍ତି। କିଛିଦିନ ପୂର୍ବରୁ ସେ ଏକ ମାଗାଜିନରେ ବୋଲ୍ଡ ଫୋଟୋ ଦେଇ ସମାଲୋଚନାର ଶିକାର ହୋଇଥିଲେ। ଏବେ ପୁଣି ଏକ ଫଟୋକୁ ନେଇ ସେ ଚର୍ଚ୍ଚାରେ। ଏକ କଳା ଧଳା ଫଟୋଟିକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ଦୀପିକା ଏକ ବ୍ଲାକ୍ ଡ୍ରେସରେ ନଜର ଆସିଛନ୍ତି। ସେ ୱେନିଟି ଫେୟାର ମାଗାଜିନରେ ଏକ ଅଳଙ୍କାରର ଫଟୋ ସୁଟ କରିଥିଲେ। କିନ୍ତୁ ସେଥିରେ ସେ ବହୁତ ପତଳା ଦେଖାଯାଉଥିବାରୁ ସେଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଥିଲା। କିଏ ତାଙ୍କୁ ଡେଡ୍ ବଡି କହୁଥିବାବେଳେ ଆଉ  କେହି କହୁଥିଲେ କିଛି ଖାଇନିଅ। ଏବଂ ସୋସିଆଲ ମିଡିଆରେ ଲୋକମାନେ ଦୀପିକାଙ୍କୁ କୁପୋସଣର ରୋଗୀ ଓ ଚିକେନ ବୋଲି କହି ମଜା ଉଡାଇଥିଲେ। ଆଉକିଛିଲୋକ ମଧ୍ୟ ଖାଇବା ଉପରେ ଦୃଷ୍ଟି ଦେଇ ଓଜନ ବଢେଇବାକୁ ପରାମର୍ଶ ଦେଇଥିଲେ। ଏହି ଫଟୋରେ ପାଖପାଖି 5 ଲକ୍ଷରୁ ଅଧିକ କମେଣ୍ଟ ଆସି ସାରିଲାଣି। କିନ୍ତୁ ଯେଉଁଠି କିଛି ଲୋକ ତାଙ୍କର ମଜା ଉଡାଉଥିଲେ ଅନ୍ୟ କିଛି ଲୋକ ମଧ୍ୟ ତାଙ୍କ ସପକ୍ଷରେ କମେଣ୍ଟ କରିଥିଲେ।

Related story