ରଣବୀରଙ୍କ ଏକ୍ସ-ଗାର୍ଲଫ୍ରେଣ୍ଡ ଜଣାଇଲେ ଶୁଭେଚ୍ଛା, କହିଲେ-ଅତୁଟ ରହୁ ସମ୍ପର୍କ
ମୁମ୍ବାଇ: ଲଭ-ବାର୍ଡରୁ କପଲ ସାଜିଥିବା ରଣବୀର ଆଲିଆଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବିବାହ ବେଳର ଫଟୋ ଆଲିଆ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିବା ପରେ ନବ ଦମ୍ପତିଙ୍କୁ ବଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ଶୁଭେଚ୍ଛା ଜଣାଉଛନ୍ତି। ଆଉ ଏହି ରେସ୍ରେ ରଣବୀରଙ୍କ ଏକ୍ସ- ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା ଓ ଦୀପିକା ବି ପଛରେ ପଡ଼ି ନାହାନ୍ତି। ସେମାନେ ମଧ୍ୟ ଏହି ନବ ଦମ୍ପତିଙ୍କୁ ଜଣାଇଛନ୍ତି ଶୁଭକାମନା।
ଆଲିଆ ଅପଲୋଡ କରିଥିବା ଫଟୋକୁ କ୍ୟାଟ୍ରିନା କୈଫ ଲାଇକ୍ କରିବା ସହ ଉଭୟଙ୍କ ବୈବାହିକ ଜୀବନ ଭଲ ପାଇବା ଓ ଖୁସିରେ ଭରିଯାଉ ବୋଲି କାମନା କରିଛନ୍ତି। ସେହିପରି ଜୀବନ ସାରା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରହୁ ବୋଲି ଟ୍ୱିଟ କରିଛନ୍ତି ଦୀପିକା ।
ସେମାନଙ୍କ ବ୍ୟତୀତ ସୋନମ କପୁର, ଜେନେଲିଆ ଡି’ସୌଜା, ମାଧୁରୀ ଦୀକ୍ଷିତ, ଟାଇଗର ଶ୍ରଫ, ତମନ୍ନା ଭାଟିଆ, ଜାହ୍ନବୀ କପୁର, ଅନୀଲ କପୁର, ସୋନୁ ସୁଦ, ଦିଆ ମିର୍ଜା, ମୌନି ରୟ, ମନୀଷ ମାଲହୋତ୍ରାଙ୍କ ପରି ସେଲିବ୍ରିଟିମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରଣବୀର- ଆଲିଆଙ୍କ ବିବାହ ନିମନ୍ତେ ବାସ୍ତୁ ଆପାର୍ଟମେଣ୍ଟରେ ଥିବା ରଣବୀରଙ୍କ ବାଲକୋନୀକୁ ସଜା ଯାଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କର ମୁକସାକ୍ଷୀ ସାଜିଥିବା ବାଲକୋନୀରେ ହିଁ ପଡ଼ିଲା ହାତଗଣ୍ଠି। ପଞ୍ଜାବୀ ରୀତିନୀତିରେ ଉଭୟ ‘ରଣଲିଆ’ ସାତ ଜନ୍ମର ସାଥୀ ପାଲଟିଥିବା ବେଳେ ଗୋଲାପୀ ଡ୍ରେସ କୋର୍ଡରେ ନଜର ଆସିଥିଲେ ପରିବାର ଲୋକ। କିନ୍ତୁ ଉଭୟ ବରକନ୍ୟା ହ୍ୱାଇଟ୍ ସାଙ୍ଗକୁ ଗୋଲ୍ଡ ବର୍ଡର ଥିବା ଆଉଟଫିଟରେ ରୟାଲ ଲୁକ୍ରେ ନଜର ଆସିଥିଲେ। ଏହି ବିବାହ ଉତ୍ସବରେ କପୁର ଖାନଦାନ ସଦସ୍ୟଙ୍କ ସହ ଭଟ୍ଟ ପରିବାରର ବହୁ କମ୍ ଅତିଥି ଓ କରନ ଜୋହର ସାମିଲ ହୋଇଥିଲେ। ବିବାହ ସମୟରେ ଉଭୟଙ୍କ ଡ୍ୟାନ୍ସ ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।
Dance videos finally!!!!🥺🤍 #RanbirAliaWedding pic.twitter.com/qCcyj96liG
— 🐢 (@R96RK) April 15, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।