‘ଅଭିନେତ୍ରୀମାନେ ବି ଫିଲ୍ମ ପାଇବା ପାଇଁ କରନ୍ତି ଏମିତି କାମ’

ମୁମ୍ବାଇ: ଫିଲ୍ମ ଜଗତ ତଥା ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ କିଛି ନୂଆ କଥା ନୁହେଁ। ଅନେକ ସମୟରେ କଳାକାରମାନେ କାଷ୍ଟିଂ କାଉଚ୍‌ର ଶିକାର ହେବା ଶୁଣିବାକୁ ମିଳିଥାଏ। ବିଶେଷ କରି କାଷ୍ଟିଂ କାଉଚ୍‌ କଥା ଉଠିଲେ ପ୍ରଡ୍ୟୁସର ଓ ଡାଇରେକ୍ଟରମାନେ ବ୍ୟାକ୍‌ଫୁଟ୍‌ରେ ରହନ୍ତି। ତେବେ ନିକଟରେ ଟିଭି ଓ ସିନେମା ଜଗତର ଲୋକପ୍ରିୟ ପ୍ରଡ୍ୟୁସର ଏକତା କପୁର କାଷ୍ଟିଂ କାଉଚ୍‌ ଉପରେ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, କେବଳ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଫିଲ୍ମ ଦେବା […]

ektacopy

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 05:51 PM IST

ମୁମ୍ବାଇ: ଫିଲ୍ମ ଜଗତ ତଥା ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ କିଛି ନୂଆ କଥା ନୁହେଁ। ଅନେକ ସମୟରେ କଳାକାରମାନେ କାଷ୍ଟିଂ କାଉଚ୍‌ର ଶିକାର ହେବା ଶୁଣିବାକୁ ମିଳିଥାଏ। ବିଶେଷ କରି କାଷ୍ଟିଂ କାଉଚ୍‌ କଥା ଉଠିଲେ ପ୍ରଡ୍ୟୁସର ଓ ଡାଇରେକ୍ଟରମାନେ ବ୍ୟାକ୍‌ଫୁଟ୍‌ରେ ରହନ୍ତି। ତେବେ ନିକଟରେ ଟିଭି ଓ ସିନେମା ଜଗତର ଲୋକପ୍ରିୟ ପ୍ରଡ୍ୟୁସର ଏକତା କପୁର କାଷ୍ଟିଂ କାଉଚ୍‌ ଉପରେ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, କେବଳ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଫିଲ୍ମ ଦେବା ପାଇଁ ଯେ ଅଭିନେତ୍ରୀମାନଙ୍କୁ ଶୋଷଣ କରନ୍ତି ବୋଲି କହିବା ପୂରା ଠିକ୍ ନୁହେଁ।  ଅଭିନେତ୍ରୀମାନେ ମଧ୍ୟ କାମ ପାଇବା ପାଇଁ ନିଜ ସେକ୍ସୁଆଲିଟିର ଅପବ୍ୟବହାର କରନ୍ତି।

ଏକ ଉଦାହରଣ ଦେଇ ଏକତା କହିଛନ୍ତି, ‘‘ଅଭିନେତ୍ରୀମାନେ ପ୍ରଡ୍ୟୁସରଙ୍କ ସହ ରାତି ୨ଟାରେ ସାକ୍ଷାତ କରନ୍ତି। ଦୁହିଁଙ୍କ ମଧ୍ୟରେ ସଂପର୍କ ମଧ୍ୟ ସ୍ଥାପନ ହୋଇଥାଏ। ୫ ଦିନ ପରେ ସେହି ସଂପର୍କର ଦ୍ୱାହି ଦେଇ ପ୍ରଡ୍ୟୁସରମାନଙ୍କୁ ସେମାନେ ଫିଲ୍ମ ମାଗିଥାନ୍ତି। ଅନେକ ସମୟରେ ପ୍ରଡ୍ୟୁସରମାନେ ମନା କରି ଦିଅନ୍ତି। କାରଣ ସେମାନେ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌କୁ ଅଲଗା ରଖନ୍ତି। ଏମିତିରେ ବିଚାର କରନ୍ତୁ ଦୋଷୀ କିଏ?’’

ଏକତା ତାଙ୍କ ଆଗାମୀ ଫିଲ୍ମ ‘‘ଲୈଲା ମଜନୁ’’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ମେ’ ୪ ତାରିଖରେ ଫିଲ୍ମ ରିଲିଜ ହେବ। ସାଜିଦ ଅଲି ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Related story