ଏକ୍‌ତା ଓ ମୋନାଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ: ଏକ୍‌ତା କପୁର ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ତେବେ ଭଲ କାରଣ ଯୋଗୁ ନୁହେଁ। ବେଶ୍‌ କିଛି ଦିନ ତଳେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ସହ ସମ୍ପର୍କ ଖରାପ ହେବା ଖବରକୁ ନେଇ ସେ ‌ଚର୍ଚ୍ଚାରେ ରହିଥିଲେ। ଅବଶ୍ୟ ପରେ ସେ ଏ ଖବରକୁ ଖଣ୍ଡନ କରିଥିଲେ। ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ସହ ଏକ୍‌ତାଙ୍କ ସମ୍ପର୍କ ଖରାପ ହେବା ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି, ଏକ୍‌ତା ଓ ତାଙ୍କ ବେଷ୍ଟ୍ ଫ୍ରେଣ୍ଡ୍‌ […]

ekta

Chinmayee Roy
  • Published: Monday, 19 August 2019
  • , Updated: 19 August 2019, 11:12 AM IST

ମୁମ୍ବାଇ: ଏକ୍‌ତା କପୁର ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ତେବେ ଭଲ କାରଣ ଯୋଗୁ ନୁହେଁ। ବେଶ୍‌ କିଛି ଦିନ ତଳେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ସହ ସମ୍ପର୍କ ଖରାପ ହେବା ଖବରକୁ ନେଇ ସେ ‌ଚର୍ଚ୍ଚାରେ ରହିଥିଲେ। ଅବଶ୍ୟ ପରେ ସେ ଏ ଖବରକୁ ଖଣ୍ଡନ କରିଥିଲେ। ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ସହ ଏକ୍‌ତାଙ୍କ ସମ୍ପର୍କ ଖରାପ ହେବା ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି, ଏକ୍‌ତା ଓ ତାଙ୍କ ବେଷ୍ଟ୍ ଫ୍ରେଣ୍ଡ୍‌ ଅଭିନେତ୍ରୀ ମୋନା ସିଂହଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

ଏକ୍‌ତାଙ୍କର ଅନେକ ଶୋ’ରେ କାମ କରିଛନ୍ତି ମୋନା। ଦୁହେଁ ପରସ୍ପରର ବହୁତ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ବିଭିନ୍ନ ପାର୍ଟିକୁ ସେମାନେ ସାଙ୍ଗ ହୋଇ ଆସନ୍ତି। ଏପରିକି ଏକ୍‌ତାଙ୍କ ଘରକୁ ମୋନା ପ୍ରାୟ ସମୟରେ ଯାଆନ୍ତି। ହେଲେ ଏବେ ଦୁହିଁଙ୍କ ସମ୍ପର୍କ ଖଟା ହୋଇଯାଇଛି। ସୂଚନା ଅନୁଯାୟୀ, ସେମାନ ଆଉ କଥାବାର୍ତ୍ତା ହେଉ ନାହାନ୍ତି।

କିଛି ଦିନ ତଳେ ଏକ୍‌ତା ତାଙ୍କର ଦୁଇଟି ନୂଆ ୱେବ୍‌ ସିରିଜ୍ ‘MOM (ମିଶନ୍ ଓଭର୍ ମାର୍ସ)’ ଓ ‘କୋଲ୍ଡ ଲସି ଆଣ୍ଡ ଚିକେନ୍‌ ମସାଲା’ର ଲଞ୍ଚ୍‌ ପାର୍ଟି ଅନୁଷ୍ଠିତ ହୋଇଥିଲା। ଏହି ପାର୍ଟିକୁ ଏକ୍‌ତାଙ୍କ ସହିତ ଦୁଇଟି ୱେବ୍‌ ସିରିଜ୍‌ର କଳାକାର ସାକ୍ଷୀ ତନୱର, ଦିବ୍ୟାଙ୍କା ତ୍ରିପାଠୀ ଓ ରାଜୀବ ଖଣ୍ଡେଲବାଲଙ୍କ ସହ ଆହୁରି ଅନେକ ସେଲେବ୍ରିଟି ଆସିଥିଲେ। ହେଲେ ପାର୍ଟିରେ ମୋନା ସିଂହ ଅନୁପସ୍ଥିତ ରହିଥିଲେ।  ‘MOM (ମିଶନ୍ ଓଭର୍ ମାର୍ସ)’ରେ ମୁଖ୍ୟ ଭୂମିକାରେ ଥାଇ ମଧ୍ୟ ସେ ପାର୍ଟିରେ ଅନୁପସ୍ଥିତ ଥିଲେ। ଆଉ ଏହା ଏକ୍‌ତା ଓ ତାଙ୍କ ମଧ୍ୟରେ ସୃଷ୍ଟି ଫାଟ ଚର୍ଚ୍ଚାକୁ ଆଗେଇ ନେବାକୁ ଆହୁରି ଖୋରାକ୍ ଯୋଗାଇ ଥିଲା।

https://www.instagram.com/p/B0zzlqtggEy/?utm_source=ig_web_copy_link

ଗଣମାଧ୍ୟକୁ କୁହାଗଲା ଯେ, ଅସୁସ୍ଥ ଥିବାରୁ ମୋନା ଏହି ପାର୍ଟିରେ ସାମିଲ ହୋଇପାରି ନଥିଲେ। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍‌ତାଙ୍କ ସହ ସମ୍ପର୍କ ବିଗିଡ଼ି ଯାଇଥିବାରୁ ମୋନା ପାର୍ଟିକୁ ଆସି ନଥିଲେ।

ଚର୍ଚ୍ଚା ହେଉଛି, କୌଣସି ଏକ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ମାମଲା ଏତେ ଗମ୍ଭୀର ଯେ, ଦୁହେଁ ପରସ୍ପରକୁ ଇନ୍‌ଷ୍ଟାଗ୍ରାମ୍‌ରେ ବି ଅନ୍‌ଫଲୋ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଏକ୍‌ତାଙ୍କ ‘କ୍ୟା ହୁଆ ତେରା ୱାଦା’, ‘ଇତ୍‌ନା କରୋ ନା ମୁଝେ ପ୍ୟାର୍‌’, ‘କବଚ୍‌’ ଓ ‘କେହେନେକୋ ହମ୍‌ ସଫର୍‌ ହୈ’ ଭଳି ସୁପରହିଟ୍‌ ଧାରାବାହିକରେ ମୋନା ଅଭିନୟ କରିଛନ୍ତି।

 

Related story