ସଲମାନଙ୍କ ଏ ଲୁକ୍‌ ଆପଣ ଆଗରୁ କେବେ ଦେଖିଛନ୍ତି କି ?

ମୁମ୍ବାଇ:  ଏବେ ବି ବଲିଉଡ଼ରେ ନବାଗତ ହିରୋଙ୍କ ତୁଳନାରେ ୫୩ ବର୍ଷୀୟ ହ୍ୟାଣ୍ଡସମ୍‌ ସଲମାନ ଖାନଙ୍କ ଡିମାଣ୍ଡ  ବହୁ ଉପରେ । ତାଙ୍କୁ ନେଇ ୟଙ୍ଗଷ୍ଟରଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି। ଏବେ ନିଜ ହୋମ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ  ‘ଭାରତ’  ଫିଲ୍ମରେ ସଲମାନ ଲିଡ଼ ରୋଲ ପ୍ଲେ କରୁଛନ୍ତି। ଏହି ଫିଲ୍ମ ଶୁଟିଂ ସେଟରୁ ଏକ ଫଟୋ ଲିକ୍‌ ହୋଇଛି ଯାହାକୁ ଦେଖି ତାଙ୍କ ଫ୍ୟାନସ୍‌ଙ୍କ ହୃଦୟ ଭାଙ୍ଗି ଯାଇଛି। ଏହି ଲୁକ୍‌ରେ ସଲମାନ ବୟସ୍କଙ୍କ […]

salman-1..

Niharika Rout
  • Published: Friday, 19 April 2019
  • , Updated: 19 April 2019, 10:44 AM IST

ମୁମ୍ବାଇ:  ଏବେ ବି ବଲିଉଡ଼ରେ ନବାଗତ ହିରୋଙ୍କ ତୁଳନାରେ ୫୩ ବର୍ଷୀୟ ହ୍ୟାଣ୍ଡସମ୍‌ ସଲମାନ ଖାନଙ୍କ ଡିମାଣ୍ଡ  ବହୁ ଉପରେ । ତାଙ୍କୁ ନେଇ ୟଙ୍ଗଷ୍ଟରଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି। ଏବେ ନିଜ ହୋମ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ  ‘ଭାରତ’  ଫିଲ୍ମରେ ସଲମାନ ଲିଡ଼ ରୋଲ ପ୍ଲେ କରୁଛନ୍ତି। ଏହି ଫିଲ୍ମ ଶୁଟିଂ ସେଟରୁ ଏକ ଫଟୋ ଲିକ୍‌ ହୋଇଛି ଯାହାକୁ ଦେଖି ତାଙ୍କ ଫ୍ୟାନସ୍‌ଙ୍କ ହୃଦୟ ଭାଙ୍ଗି ଯାଇଛି। ଏହି ଲୁକ୍‌ରେ ସଲମାନ ବୟସ୍କଙ୍କ ପରି ଦେଖାଯାଉଥିବା ବେଳେ ତାଙ୍କ ଚୁଟି ଓ ଦାଢି ପାଚିଯାଇଛି।

 

ଏହି ଫଟୋ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇ ‘ଭାଇ ଆପଣଙ୍କର କ’ଣ ହୋଇଛି’ ବୋଲି ପ୍ରଶ୍ନ ପଚାରିଛନ୍ତି । ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଫଟୋ ‘ଭାରତ  ସେଟ୍‌ରୁ ଲିକ୍‌ ହୋଇଛି।  ଏହି ଫିଲ୍ମରେ ସଲମାନ ୫ଟି ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିବେ।  ସେଥିମଧ୍ୟରେ ଏହି ଲୁକ୍‌ ମଧ୍ୟ ସାମିଲ ଅଛି।

ଏହା ପୂର୍ବରୁ ସଲମାନ ନିଜ ବୟସ୍କ ଲୁକ୍‌ର ଫଟୋ ସୋଶାଲ ମିଡ଼ିଆରେ ପୋଷ୍ଟ କରି ମୋ ମୁଣ୍ଡରେ ଓ ମୁହଁରେ ଯେତିକି ଧଳା ଚୁଟି ଅଛି, ତା’ଠା ଅଧିକ ରଙ୍ଗ ମୋ ଜୀବନରେ ଭରି ରହିଛି ବୋଲି ଲେଖିଛନ୍ତି ।

‘ଭାରତ’ ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କେଫ୍‌ , ଦିଶା ପଟାନି,  ସୁନୀଲ ଗ୍ରୋଭର,  ତବୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମକୁ ଅଲ୍ଲି ଅବାସ ଜଫର ଡାଇରେକ୍ଟ କରିଛନ୍ତି।

Related story