ଏହି ଷ୍ଟାର ଏବେ କୋଟିପତି, ତଥାପି ବାପାଙ୍କ ଅଟୋରେ ହିଁ ଯିବାକୁ ପସନ୍ଦ କରନ୍ତି

ମୁମ୍ବାଇ: କୁହାଯାଏ ନିଷ୍ଠା ଓ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଦୃଢ ଶଚ୍ଛାଶକ୍ତି ଆଗରେ ହାର ମାନିଥାଏ ସବୁ ପ୍ରତିବନ୍ଧକ। ହାକୁ ବାସ୍ତବରେ କରି ଦେଖାଇଛନ୍ତି ମୁମ୍ବାଇର ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ଫେଜଲ ଖାନ୍‌। ଡ୍ୟାନ୍ସରରୁ ଆକ୍ଟର ବନିଥିବା ଫେଜଲଙ୍କୁ ଏବେ ମାତ୍ର ୨୦ ବର୍ଷ। ହେଲେ ତାଙ୍କ ପାଖରେ ଅଛଇ ଦୁଇଟି ବିଳାଶପୂର୍ଣ୍ଣ କାର, ଗୋଟିଏ ବାଇକ୍‌। ମୁମ୍ବାଇରେ ଫ୍ଲାଟ ବି କିଣି ସାରିଛନ୍ତି। ଏବେ ନିଜ ପରିବାର ସହ ଏହି ଫ୍ଲାଟ୍‌ରେ […]

fejal

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 06:01 PM IST

ମୁମ୍ବାଇ: କୁହାଯାଏ ନିଷ୍ଠା ଓ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଦୃଢ ଶଚ୍ଛାଶକ୍ତି ଆଗରେ ହାର ମାନିଥାଏ ସବୁ ପ୍ରତିବନ୍ଧକ। ହାକୁ ବାସ୍ତବରେ କରି ଦେଖାଇଛନ୍ତି ମୁମ୍ବାଇର ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ଫେଜଲ ଖାନ୍‌। ଡ୍ୟାନ୍ସରରୁ ଆକ୍ଟର ବନିଥିବା ଫେଜଲଙ୍କୁ ଏବେ ମାତ୍ର ୨୦ ବର୍ଷ। ହେଲେ ତାଙ୍କ ପାଖରେ ଅଛଇ ଦୁଇଟି ବିଳାଶପୂର୍ଣ୍ଣ କାର, ଗୋଟିଏ ବାଇକ୍‌। ମୁମ୍ବାଇରେ ଫ୍ଲାଟ ବି କିଣି ସାରିଛନ୍ତି। ଏବେ ନିଜ ପରିବାର ସହ ଏହି ଫ୍ଲାଟ୍‌ରେ ରହୁଛନ୍ତି। ଏତେ ସଫଳତା ପରେ ବି ଆଜି ବି ବାପାଙ୍କ ଅଟୋରେ ଯିବାକୁ ଭଲ ପାଇଥାନ୍ତି ଫେଜଲ। ଆସନ୍ତୁ ଜାଣିବା ଏହି ୟଙ୍ଗ ଷ୍ଟାରଙ୍କ ବିଷୟରେ କିଛି।

ଫେଜଲ କୁହନ୍ତି, “ମୁଁ ଯେତେ ବି କାର ଓ ବାଇକ୍‌ କିଣେ, ଏହାର ମୂଲ୍ୟ ବାପାଙ୍କ ଅଟୋ ପାଖରେ କିଛି ନୁହେଁ। ବିଶ୍ୱା କର ଅବା ନ କର, ଆଜି ବି ବାପାଙ୍କ ଅଟୋରେ ମୁଁ ଯିବା ଆସିବା କରିବାକୁ ପସନ୍ଦ କରେ। ଏହି ଅଟୋ ସହ ମୋର ବହୁତ ଅଭୁଲା ଅନୁଭୂତି ରହିଛି। ବାପା ଏବେ ଆଗ ପରି ଅଟୋ ଚଲାଇ ନାହାଁନ୍ତି। ହେଲେ ଆଜି ବି ମୋ ପାଇଁ ଖୁସିର ସହ ଚଲାଉଛନ୍ତି।”

ସେ କହିଛନ୍ତି, “ଆମ ପରିବାର ବହୁତ ଗରିବ ଥିଲେ। ଆମର ଆର୍ଥିକ ସ୍ଥିତି ଭଲ ନଥିଲା। ହେଲେ ବାପା ସବୁ ବେଳେ ମୋ ଆବଶ୍ୟକତା ପୂରଣ କରିଛନ୍ତି। ମୋର ମନେ ଅଛି, ପିଲାବେଳେ ମୁଁ ଏକ ସାକେଲ ପାଇଁ ବାପାଙ୍କୁ କହିଥିଲି। ସେତେବେଳେ ବାପାଙ୍କ ପାଖରେ ଟଙ୍କା ନଥିଲା। ଏହାସତ୍ତ୍ୱେ ସେ ମୋ ପାଇଁ ସାଇକେଲ ଆଣିଥିଲେ।”

ଫେଜଲଙ୍କ ମତରେ ତାଙ୍କ ବାପାଙ୍କର ପିଲାଦିନରୁ ଇଚ୍ଛା ଥିଲା ଡ୍ୟାନ୍ସର ହେବାକୁ। ହେଲେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କର ଏହି ଆଶା ପୂରଣହୋଇପାରି ନଥିଲା। ହେଲେ ପୁଅ ମାଧ୍ୟମରେ ନିଜ ଆଶା ପୂରଣ କରିବାକୁ ସେ ବହୁତ କିଛି କଷ୍ଟ ସହିଛନ୍ତି। ଏଥିପାଇଁ ତାଙ୍କୁ ବହୁ ଘାତ ପ୍ରତିଘାତ ଦେଇ ଗତି କରିବାକୁ ପଡ଼ିଛି। ଫେଜଲ ମଧ୍ୟ ତାଙ୍କ ବାପାଙ୍କୁ ନିରାଶ କରିନାହାଁନ୍ତି। ବାପାଙ୍କ ଆଶା ପୂରଣ କରିଛନ୍ତି, ଯାହା ତାଙ୍କୁ ବାପାଙ୍କୁ ଆଜି ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି କରିପାରିଛି।

୨୦୧୨ରେ ମାତ୍ର ୧୪ ବର୍ଷ ବୟସରେ ଫେଜଲଙ୍କ ଜୟ ଯାତ୍ରା ଆରମ୍ଭ ହୋଇଥିଲା। ଏହି ବର୍ଷ ସେ ଜି ଟିଭିରେ ପ୍ରସାରିତ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଲିଟିର ମାଷ୍ଟର-୨ରେ ସେ ବିଜେତା ହୋଇଥିଲେ। ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି। ପରେ ତାଙ୍କୁ ‘ମହାରାଣା ପ୍ରତାପ’ରେ ମୁଖ୍ୟ ଭୂମିକାରେ କରିବାକୁ ସୁଯୋଗ ମିଳିଥିଲା। ସେବେଠାରୁ ସେ ଗୋଟଇଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି।

Related story