ଜାଣିଛନ୍ତି କି କମେଡିଆନ୍ ଜନି ଲିଭରଙ୍କ ପ୍ରକୃତ ନାଁ କ’ଣ ? କଲମ ବିକାଳୀରୁ କେମିତି ହେଲେ ୧୯୦ କୋଟିର ମାଲିକ ?

ବଲିଉଡ ଫିଲ୍ମର ହାସ୍ୟ ଅଭିନେତା ଜନି ଲିଭର। ଫିଲ୍ମରେ ତାଙ୍କ କମେଡି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥାଏ। ଖାଲି କମେଡି ନୁହେଁ, ମିମିକ୍ରି କରିବାରେ ବି ଓସ୍ତାଦ ହେଉଛନ୍ତି ଜନି । ବଲିଉଡର ପ୍ରାୟ ସବୁ କଳାକାରଙ୍କ ମିମିକ୍ରି ସେ କରିପାନ୍ତି। ମିମିକ୍ରି ସାଙ୍ଗକୁ ଜନି କମେଡି ଓ ପାଥେଟିକ୍‌ ସିନ୍ ମଧ୍ୟ ଭଲ କରିପାରନ୍ତି। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ଅନେକ ଉତ୍ଥାନ ପତନ ଦେଇ ଆସିଛନ୍ତି । ତାଙ୍କ ‌ଅତୀତ ଜୀବନ […]

Johnny-Lever

Johnny-Lever

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 07:36 PM IST

Sports

Latest News

ବଲିଉଡ ଫିଲ୍ମର ହାସ୍ୟ ଅଭିନେତା ଜନି ଲିଭର। ଫିଲ୍ମରେ ତାଙ୍କ କମେଡି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥାଏ। ଖାଲି କମେଡି ନୁହେଁ, ମିମିକ୍ରି କରିବାରେ ବି ଓସ୍ତାଦ ହେଉଛନ୍ତି ଜନି । ବଲିଉଡର ପ୍ରାୟ ସବୁ କଳାକାରଙ୍କ ମିମିକ୍ରି ସେ କରିପାନ୍ତି। ମିମିକ୍ରି ସାଙ୍ଗକୁ ଜନି କମେଡି ଓ ପାଥେଟିକ୍‌ ସିନ୍ ମଧ୍ୟ ଭଲ କରିପାରନ୍ତି। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ଅନେକ ଉତ୍ଥାନ ପତନ ଦେଇ ଆସିଛନ୍ତି । ତାଙ୍କ ‌ଅତୀତ ଜୀବନ କିପରି ଥିଲା ଆପଣ ଜାଣନ୍ତି କି ? ଜାଣିଲେ ଆପଣ ନିଶ୍ଚୟ ତାଙ୍କର ପ୍ରଶଂସା କରିବେ।

ଜନିଙ୍କ ସଂଘର୍ଷର କାହାଣୀ

ଜନି ଲିଭରଙ୍କ ଅତୀତ ଥିଲା ଖୁବ ସଂଘର୍ଷମୟ। ତାଙ୍କ ପ୍ରକୃତ ନାଁ ହେଉଛି ‘ଜାନରାଓ୍ୱ ପ୍ରକାଶ ରାଓ୍ୱ ଜାନୁମାଲା। 14 ଅଗଷ୍ଟ 1957 ମସିହାରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ରପ୍ରଦେଶର ଏକ ତେଲୁଗୁ ସ୍କୁଲରେ ପାଠ ପଢୁଥିଲେ ଜନି। ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ଟଙ୍କା ରୋଜଗାର ପାଇଁ କମ୍ ବୟସରେ ଅଧାରୁ ପାଠ ଛାଡ଼ି ବମ୍ବେ ଚାଲି ଆସିଥିଲେ। ସେଠାରେ ବାପାଙ୍କ ସହ ‘ହିନ୍ଦୁସ୍ତାନ ଲିଭର’ କମ୍ପାନୀରେ କାମ କରିଥିଲେ। ସେତେବେଳେ ସେ ତାଙ୍କ ସହକର୍ମୀଙ୍କ ଭିତରେ ଖୁବ୍ ଲୋକପ୍ରିୟ ଥିଲେ। କାରଣ କମେଡି ଓ ମିମିକ୍ରି କରି ସେ ସହକର୍ମୀମାନଙ୍କୁ ଖୁବ ହସାଉଥିଲେ। କମ୍ପାନୀର କର୍ମଚାରୀ ଓ ସମସ୍ତ ସଦସ୍ୟ ତାଙ୍କୁ ଜନି ଲିଭର ବୋଲି ଡାକୁଥିଲେ। ସେହିଠାରୁ ହିଁ ତାଙ୍କ ନାଁ ଜନି ଲିଭର ହୋଇ ଯାଇଥିଲା। ଜନି ପେଟ ପୋଷିବା ପାଇଁ ମୁମ୍ବାଇ ରାସ୍ତାରେ କଲମ ବିକିଛନ୍ତି । କଲମ ବିକିବା ସହିତ ଫିଲ୍ମ ଗୀତ ଶୁଣୀ ଆପେ ଆପେ ଡାନସ କରନ୍ତି । ଏହି ନିଶା ତାଙ୍କୁ ଧୀରେ ଧୀରେ ଫିଲ୍ମ ଜଗତକୁ ଟାଣି ନେଉଥିଲା ।   ପରବର୍ତ୍ତୀ ସମୟରେ ଷ୍ଟେଜ ସୋ’ରେ ସେ ମିମିକ୍ରି କରିବାକୁ ଲାଗିଲେ। ଏମିତି ଷ୍ଟେଜ ସୋ କରୁକରୁ ଜନିଙ୍କ ଉପରେ ସୁନିଲ ଦତ୍ତଙ୍କ ନଜର ପଡିଥିଲା। ସେ ତାଙ୍କୁ ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ‘ଦର୍ଦ୍ଦ କି ରିସ୍ତା’ ଫିଲ୍ମରେ କାମ କରିବାକୁ ପ୍ରଥମେ ସୁଯୋଗ ଦେଇଥିଲେ। କିନ୍ତୁ ଏହି ଫିଲ୍ମ ଜନିଙ୍କୁ ସଫଳତା ଦେଇପାରି ନଥିଲା। ପରେ ୧୯୯୦ମସିହାରେ ମୁକ୍ତିଲାଭ କରିଥିବା ‘ବାଜିଗର’ ଫିଲ୍ମରେ ତାଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏହି ଫିଲ୍ମ ଜନିଙ୍କ ପାଇଁ ବଲିଉଡ଼କୁ ବାଟ ଖୋଲି ଦେଇଥିଲା। ତା ପରେ କେବେ ପଛକୁ ଫେରି ଚାହିଁ ନାହାନ୍ତି ଜନି। ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ସେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପ୍ରିୟ ହୋଇ ପାରିଥିଲେ।

ଜନିଙ୍କ ଫିଲ୍ମୋଗ୍ରାଫି ଓ ସମ୍ପତ୍ତି

‘ବାଜିଗର’ ଫିଲ୍ମରେ ଜନି ବାବୁଲାଲ ଚରିତ୍ରରେ ଅଭିନୟ କରି ସେ ଅନେକ ସଫଳତା ସାଉଁଟିଥିଲେ । ଏଯାବତ ୩୦୦ ରୁ ଅଧିକା ଫିଲ୍ମରେ ଅଭିନୟ କରିସାରିଲେଣି ଜନି ।  ଆୱାରା ପାଗଲ ଦିୱାନା, ଗୋଲମାଲ, କଭି ଖୁସୀ କଭି ଗମ, ଅଜନବି , ଦେ ଦନାଦନ, ଦୁହ୍ଲେ ରାଜା, ଫିରଭି ଦିଲ ହେ ହିନ୍ଦୁସ୍ତାନୀ, ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମ ଲିଷ୍ଟ ଭଳି ଆବାର୍ଡ ଲିଷ୍ଟ ବି ଖୁବ ଲମ୍ବା। ଦିୱାନା ମସ୍ତାନା ଓ ଦୁହ୍ଲେ ରାଜା ଫିଲ୍ମ ପାଇଁ ଦୁଇ ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ଏହାଛଡା ଘରୋଇ ଚ୍ୟାନେଲଠାରୁ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି ।

ବର୍ତ୍ତମାନ ହିନ୍ଦୀ ଫିଲ୍ମ ଜଗତରେ ଜନି ଲିଭର ଏକ ଜଣାଶୁଣା ନାଁ , ସେ ସିନେ ଓ ଟିଭି ଆସୋସିଏସନର ପ୍ରେସିଡେଣ୍ଟ ମଧ୍ୟ ରହଛନ୍ତି । ଦିନେ ରାସ୍ତା କଡରେ ପେନ ବିକ୍ରି କରୁଥିବା ଜନି ଏବେ ୧୯୦ କୋଟି ଟଙ୍କାର ମାଲିକ , ମୁମ୍ବାଇରେ ରାଜପ୍ରାସାଦ ପରି ଘର ଓ ଦାମି ଦାମି ଗାଡି ରହିଛି ତାଙ୍କ ପାଖରେ, ଏଥି ସହିତ ଫିଲ୍ମ ଜଗତରେ ତାଙ୍କର ସମ୍ମାନ ଅନେକ ବେଶି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story