କେବେ କେବେ ପବ୍ଲିକ୍‌ ଟ୍ରାନ୍‌ସପୋର୍ଟରେ ଯାତ୍ରା କରିବାକୁ ପଡ଼ିଛି ଏଇ ଅଭିନେତା ଅଭିନେତ୍ରୀଙ୍କୁ

ବଲିଉଡ୍‌ କଳାକାର ମାନେ ସବୁବେଳେ କିଛି ନା କିଛି କରଣରୁ ଚର୍ଚ୍ଚାରେ ଥାଆନ୍ତି। ସେମାନେ ନିଜ ଲୋକପ୍ରିୟତାକୁ ନେଇ ଯେମିତି ଚର୍ଚ୍ଚାରେ ଥାଆନ୍ତି ନିଜ ବିଳାସମୟ ଜୀବନକୁ ନେଇ ମଧ୍ୟ ସେମିତି ଚର୍ଚ୍ଚାରେ ଥାଆନ୍ତି। ଷ୍ଟାର ହେବା ପୂର୍ବରୁ ହୁଏତ ସେମାନେ ସାଧାରଣ ଜୀବନଯାପନ କରୁଥିଲେ। କିନ୍ତୁ ଷ୍ଟାର ହେବା ପରେ ସେମାନଙ୍କୁ ସବୁବେଳେ ଲାଇମ୍‌ ଲାଇଟ୍‌ରେ ବହିବା ଓ ବିଳାସମୟ ଜୀବନ କାଟିବାର ଦେଖିବାକୁ ମିଳେ। ସେମାନଙ୍କୁ ଅଟୋ, ଟ୍ୟାକ୍ସି, ଅବା ଲୋକାଲ ଟ୍ରେନ୍‌ରେ ଯାତ୍ରା […]

disha

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 03:27 PM IST

ବଲିଉଡ୍‌ କଳାକାର ମାନେ ସବୁବେଳେ କିଛି ନା କିଛି କରଣରୁ ଚର୍ଚ୍ଚାରେ ଥାଆନ୍ତି। ସେମାନେ ନିଜ ଲୋକପ୍ରିୟତାକୁ ନେଇ ଯେମିତି ଚର୍ଚ୍ଚାରେ ଥାଆନ୍ତି ନିଜ ବିଳାସମୟ ଜୀବନକୁ ନେଇ ମଧ୍ୟ ସେମିତି ଚର୍ଚ୍ଚାରେ ଥାଆନ୍ତି। ଷ୍ଟାର ହେବା ପୂର୍ବରୁ ହୁଏତ ସେମାନେ ସାଧାରଣ ଜୀବନଯାପନ କରୁଥିଲେ। କିନ୍ତୁ ଷ୍ଟାର ହେବା ପରେ ସେମାନଙ୍କୁ ସବୁବେଳେ ଲାଇମ୍‌ ଲାଇଟ୍‌ରେ ବହିବା ଓ ବିଳାସମୟ ଜୀବନ କାଟିବାର ଦେଖିବାକୁ ମିଳେ। ସେମାନଙ୍କୁ ଅଟୋ, ଟ୍ୟାକ୍ସି, ଅବା ଲୋକାଲ ଟ୍ରେନ୍‌ରେ ଯାତ୍ରା କରିବା ଦେଖିଲେ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହେବା କିଛି ବଡ଼ କଥା ନୁହେଁ। କାରଣ ଅନେକ ସେଲିବ୍ରିଟି ସୁରକ୍ଷାବଳୟ ସହ ଦାମୀ ଗାଡ଼ିରେ ଯିବା ଆସିବା କରନ୍ତି। ତେବେ ବିଭିନ୍ନ କାରଣରୁ ଅନେକ ସେଲିବ୍ରିଟି ଅଟୋ, ଟ୍ୟାକ୍ସି ଓ ଲୋକାଲ ଟ୍ରେନରେ ଯାତ୍ରା କରିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

ଅମିତାଭ ବଚ୍ଚନ:  ବଲିଉଡ୍‌ ଶେହେନ୍‌ଶାହା ଅମିତାଭ ବଚ୍ଚନଙ୍କୁ ଥରେ ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ଯାତ୍ରା ସମୟରେ ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ କରାଇଥିଲେ ଓ କ୍ୟାନ୍‌ସର ରୋଗୀଙ୍କ ପାଇଁ  ଟଙ୍କା ସଂଗ୍ରହ କରିଥିଲେ।

ଶବାନା ଆଜମୀ: ଶବନା ଆଜମୀଙ୍କୁ ମଧ୍ୟ କୌଣସି କାରଣରୁ ଥରେ ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା।

ଦିଶା ପଟାନୀ: ୨୦୧୬ ଜୁନ୍‌ ମାସରେ ଦିଶାଙ୍କ ଅଟୋ ରିକ୍ସାରେ ଯାତ୍ରା କରୁଥିବାର ଫଟୋ ସୋସିଆଲ ମିଡିଆରେ  ଭାଇରାଲ ହୋଇଥିଲା। ଖବର ମୁତାବକ ସେ ତାଙ୍କ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ ସାକ୍ଷତ କରି ଫେରୁଥିଲେ। ସେହି ସମୟରେ ବାଟରେ ତାଙ୍କ କାର ଖରାପ ହୋଇଯାଇଥିଲା। ସେଥିପାଇଁ ସେ ଅଟୋରେ ଫେରିବା ଠିକ୍‌ ଭାବିଥିଲେ।

କ୍ୟାଟ୍ରିନା କୈଫ୍‌ ଓ ସିଦ୍ଧାର୍ଥ ମଲହୋତ୍ରା:   କ୍ୟାଟ୍‌ ଓ ସିଦ୍ଧାର୍ଥ ଫିଲ୍ମ ‘ବାର ବାର ଦେଖୋ’ର ପ୍ରମୋସନ କରିବା ପାଇଁ ଲୋକାଲ ଟ୍ରେନ୍‌ରେ ଯାତ୍ରା କରିଥିଲେ। ସେଥିରେ ସେମାନେ ଲୋକଙ୍କ ସହ କଥା ହେବାର ଦେଖିବାକୁ ମିଳିଥିଲା।

ଫରହାନ୍‌ ଅଖତର ଓ ବୀର ଦାସ: ଫରହାନ୍‌ ନିଜ ଫିଲ୍ମ ‘ପ୍ୟାର୍‌ କି ସାଇଡ୍‌ ଇଫେକ୍ଟ’ର ପ୍ରମୋସନ୍ ସମୟରେ ଅଟୋ ରିକ୍ସାରେ ଯିବାର ଦେଖିବାକୁ ମିଳିଥିଲା।

ଆଲିଆ ଭଟ୍ଟ ଓ ବରୁଣ ଧୱନ: ଆଲିଆ ଓ ବରୁଣ ନିଜ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆ’ର ପ୍ରମୋସନ କରିବା ସମୟରେ ସେମାନେ ଟ୍ୟାକ୍ସିରେ ସବୁ ଜାଗାକୁ ଯାଇଥିଲେ।।

ବିଦ୍ୟା ବାଲନ:  ବିଦ୍ୟା ବାଲନ ଥରେ ଫିଲ୍ମ ହଲ୍‌କୁ ଟ୍ୟାକ୍ସିରେ ଆସିଥିଲେ।

ସିଦ୍ଧାର୍ଥ ମଲହୋତ୍ରା: ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବ୍ୟାଙ୍କକ୍‌ର ଏକ ଲୋକାଲ ଟ୍ରେନ୍‌ରେ ଯିବାର ଦେଖିବାକୁ ମିଳିଥିଲା। ସେ ସେଠାକୁ ଏକ ଆଡ୍‌ ସୁଟ୍‌ କରିବାକୁ ଯାଇଥିଲେ।

ସଲମାନ୍‌ ଖାନ୍‌:   ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ଖାନ୍‌ ସୁପରଷ୍ଟାର ହୋଇ ବି ଅଟୋରେ ଯାତ୍ରା କରିଛନ୍ତି। ଥରେ ସେ ସୁଟିଂ ସାରି ଫେରିବା ବେଳେ ତାଙ୍କ କାର ଖରାପ ହୋଇଯାଇଥିଲା। ନିଜ ଘର ପାଖରେ ଥିବା କାରଣରୁ ସେ ଚାଲି ଚାଲି ଘରକୁ ଫେରୁଥିଲେ। କିନ୍ତୁ ଲୋକଙ୍କ ବହୁତ ଭିଡ ଜମି ଯିବାରୁ ସେ ଅଟୋରେ ଘରକୁ ଫେରିବା ଉପଯୁକ୍ତ ବୋଲି ଭାବିଥିଲେ । ସେ ସେହି ଅଟୋ ଡ୍ରାଇଭରଙ୍କୁ ୧୦୦୦ ଟଙ୍କା ଉପହାର ଆକାରରେ ଦେଇଥିଲେ।

ପ୍ରିୟଙ୍କା ଚୋପ୍ରା: ଥରେ ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଥିଲେ। ସେ ସମୟରେ ତାଙ୍କ ଗାଡ଼ି ଖରାପ ହୋଇ ଯାଇଥିଲା। ଠିକ୍‌ ସମୟରେ ପହଞ୍ଚିବା ପାଇଁ ସେ ଲୋକାଲ୍ ଅଟୋର ସାହାଯ୍ୟ ନେଇଥିଲେ।

ରଣବୀର କପୁର ଓ ଇମ୍‌ତିଆଜ୍‌ ଅଲ୍ଲୀ: ଥରେ ରଣବୀର କପୁର ଓ ଇମ୍‌ତିଆଜ୍‌ ଅଲ୍ଲୀ ଜଲ୍‌ଦି ଘରେ ପହଞ୍ଚିବା ପାଇଁ ଅଟୋର ସାହାଯ୍ୟ ନେଇଥିଲେ।

ଅକ୍ଷୟ କୁମାର ଓ ଶ୍ରୁତି ହାସନ: ଅକ୍ଷୟ ଓ ଶ୍ରୁତି ‘ଗବ୍ବର ଇଜ୍‌ ବ୍ୟାକ୍‌’ର ପ୍ରଚାର କରିବା ପାଇଁ ଅଟୋରେ ଯାତ୍ରା କରିଥିଲେ।

ଅନୀଲ କପୁର: ଥରେ ଅନୀଲ କପୁର ଓ ତାଙ୍କ ପତ୍ନୀ ଗଣେଶ ବିସର୍ଜନ ଭିଡରୁ ବଞ୍ଚିବା ପାଇଁ ଲୋକାଲ୍ ଟ୍ରେନ୍‌ରେ ଘରକୁ ଫେରିଥିଲେ।

 

Related story