ରାନୁଙ୍କୁ ସମର୍ଥନ, ଲତାଙ୍କ ଉପରେ ଅସନ୍ତୁଷ୍ଟ

ମୁମ୍ୱାଇ: ଦୁଇ ଦିନ ତଳେ ରାନୁ ମଣ୍ଡଳଙ୍କୁ ପରାମର୍ଶ ଦେଇ ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ‘ଅରିଜିନାଲ୍‌’ ବା ‘ନିଜ ସ୍ୱରରେ’ ଗାଇବାକୁ କହିଥିଲେ। ତେବେ ଏହାକୁ ନେଇ ଲତା ଦିଦିଙ୍କ ଉପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଲତା ମଙ୍ଗେଶକର ଆଉ ଟିକେ ବିନମ୍ରତାର ସହିତ ଏହି କଥା କହି ପାରିଥା’ନ୍ତେ। ଲତାଙ୍କ ଉଦ୍ଦେଶ୍ୟରେ ଜଣେ ଟ୍ୱିଟ୍‌ର ବ୍ୟବହାରକାରୀ ଲେଖିଛନ୍ତି, ‘ଏତେ ବଡ଼ ସୁପର୍‌ଷ୍ଟାର୍‌, କିନ୍ତୁ ଏତେ ରୁକ୍ଷ।’ […]

lata1

Jitendra Garnayak
  • Published: Thursday, 05 September 2019
  • , Updated: 05 September 2019, 03:26 PM IST

ମୁମ୍ୱାଇ: ଦୁଇ ଦିନ ତଳେ ରାନୁ ମଣ୍ଡଳଙ୍କୁ ପରାମର୍ଶ ଦେଇ ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ‘ଅରିଜିନାଲ୍‌’ ବା ‘ନିଜ ସ୍ୱରରେ’ ଗାଇବାକୁ କହିଥିଲେ। ତେବେ ଏହାକୁ ନେଇ ଲତା ଦିଦିଙ୍କ ଉପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଲତା ମଙ୍ଗେଶକର ଆଉ ଟିକେ ବିନମ୍ରତାର ସହିତ ଏହି କଥା କହି ପାରିଥା’ନ୍ତେ।

ଲତାଙ୍କ ଉଦ୍ଦେଶ୍ୟରେ ଜଣେ ଟ୍ୱିଟ୍‌ର ବ୍ୟବହାରକାରୀ ଲେଖିଛନ୍ତି, ‘ଏତେ ବଡ଼ ସୁପର୍‌ଷ୍ଟାର୍‌, କିନ୍ତୁ ଏତେ ରୁକ୍ଷ।’ ଆଉ ଜଣେ ଲେଖିଛନ୍ତି, ‘ଜଣେ ଗରିବ ମହିଳା ରେଳ ଷ୍ଟେସନ୍‌ରେ ଭିକ ମାଗି ପେଟ ପୋଷୁ ଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ସ୍ୱର ସୋଶାଲ୍ ମିଡିଆରେ ଭାଇରାଲ୍ ହେଲା ଓ ସେ ଷ୍ଟାର୍ ହୋଇଗଲେ। ଲତାଜୀ ତାଙ୍କୁ ଆଉ ଟିକେ ବିନମ୍ର ହୋଇ ତାଙ୍କୁ ପ୍ରଶଂସା କରିପାରିଥା’ନ୍ତେ ଓ ସାହାଯ୍ୟ ବି କରିପାରିଥା’ନ୍ତେ। ରାନୁ ତାଙ୍କୁ ଅନୁକରଣ କରି ଗାଉଥିବା କଥାକୁ ସେ ଏଡ଼ାଇ ଯାଇ ପାରିଥା’ନ୍ତେ।’ ସେହିପରି ଅନ୍ୟ ଜଣେ ବ୍ୟକ୍ତି ଟ୍ୱିଟ୍ କରି କହିଛନ୍ତି,‘ସମ୍ମାନନୀୟ ଲତାଜୀ, ଆପଣଙ୍କର ଓ ରାନୁ ମଣ୍ଡଳଙ୍କ ସ୍ୱରରେ ସମାନତା ନାହିଁ। ତାଙ୍କ ସ୍ୱର ଆହୁରି ଭଲ।’

ଲତା ମଙ୍ଗେଶକର ସେଦିନ କହିଥିଲେ, “ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍ ନୁହେଁ। କାରଣ ଏହା ସଫଳତା ପାଇବାର ବିଶ୍ୱାସନୀୟ ସାଥୀ ହୋଇ ନପାରେ। କିଶୋର ଦା, ମହମ୍ମଦ ରଫି, ମୁକେଶ ଭାଇ, ଆଶା ଭୋସଲେ କିମ୍ୱା ମୋର ଗୀତ ଗାଇ ଜଣେ କେବଳ କିଛି ଦିନ ପାଇଁ ଚର୍ଚ୍ଚାରେ ରହିପାରିବ। କିନ୍ତୁ ଏହା ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ।” ରାନୁ ମଣ୍ଡଳଙ୍କ ସଫଳତାରେ ଲତା ଦିଦି ଖୁସି ପ୍ରକଟ କରିବା ସହିତ ଏହି ପରାମର୍ଶ ଦେଇଥିଲେ।

ସେହିଭଳି ଟେଲିଭିଜନ୍‌ରେ ହେଉଥିବା ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ଗୁଡ଼ିକୁ ନେଇ ମଧ୍ୟ ଲତା ଦିଦି ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ,“ମୁଁ ଦେଖିଛି ବହୁତ ପିଲା ମୋ ଗୀତକୁ ସୁନ୍ଦର ଭାବରେ ଗାଇଥା’ନ୍ତି। କିନ୍ତୁ ଏଥିରେ ମିଳୁଥିବା ସଫଳତା ପରେ ସେମାନଙ୍କୁ କିଏ ମନେ ରଖୁଛି? ମୁଁ କେବଳ ସୁନିଧି ଚୌହାନ ଓ ଶ୍ରେୟା ଘୋଷାଲଙ୍କୁ ଜାଣିଛି।”

ଲତା ମଙ୍ଗେଶକର ତାଙ୍କ ଭଉଣୀ ତଥା ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସ୍‌ଲେଙ୍କ ଉଦାହରଣ ଦେଇ କହିଥିଲେ,“ନିଜ ସ୍ୱରରେ ଗାଇବାକୁ ଚେଷ୍ଟା କର। ନିଜର ଏକ ପରିଚୟ ତିଆରି କରିବାକୁ ଚେଷ୍ଟା କର। ଯଦି ଆଶା ନିଜ ସ୍ୱରରେ ଗୀତ ଗାଇବା ପାଇଁ ଚେଷ୍ଟା କରି ନଥା’ନ୍ତେ, ତେବେ ସେ ସବୁଦିନ ପାଇଁ ମୋର ଛାଇ ହୋଇ ରହି ଯାଇଥା’ନ୍ତେ। ଜଣେ ବ୍ୟକ୍ତିର ପ୍ରତିଭା ତାକୁ କେତେ ଦୂର ପର୍ଯ୍ୟନ୍ତ ନେଇପାରେ, ଆଶା ଏହାର ସବୁଠାରୁ ବଡ଼ ଉଦାହରଣ।”

ସୂଚନାଯୋଗ୍ୟ, ଲତା ଦିଦିଙ୍କ ‘ଏକ୍ ପ୍ୟାର୍‌ କା ନଗ୍‌ମା’ ଗାଇ ହିଁ ସୋଶାଲ୍ ମିଡିଆରେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ ରାନୁ ମଣ୍ଡଳ। ଆଉ ଇତି ମଧ୍ୟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ତିନିଟି ଗୀତ ଗାଇ ସାରିଲେଣି। ଆହୁରି ଅନେକ ଫିଲ୍ମ ପାଇଁ ତାଙ୍କୁ ଅଫର୍ ବି ଆସୁଛି।

 

 

 

Related story