ବହୁତ ହଇରାଣ କରିଛନ୍ତି ପ୍ରିୟଙ୍କା

ମୁମ୍ବାଇ: ଅକ୍ଟୋବର ୧୧ ତାରିଖରେ ରିଲିଜ୍ ହେବ ‘ଦ ସ୍କାଇ ଇଜ୍ ପିଙ୍କ୍’। ବହୁତ ଦିନ ପରେ ଦେଶୀଗର୍ଲ ପ୍ରିୟଙ୍କା ଏଇ ଫିଲ୍ମ ମାଧ୍ୟମରେ ବଲିଉଡ୍‌କୁ କମ୍‌ବ୍ୟାକ୍ କରିଛନ୍ତି। ଏଥିରେ ତାଙ୍କ ସହିତ ମଲ୍‌ଟି ଟ୍ୟାଲେଣ୍ଟେଡ୍ ଆକ୍ଟର୍‌ ଫର୍‌ହାନ୍ ଅଖ୍‌ତର୍‌ ମଧ୍ୟ ଅଛନ୍ତି। ୨୦୧୫ରେ ‘ଦିଲ୍ ଧଡ଼କନେ ଦୋ’ ଫିଲ୍ମରେ ମଧ୍ୟ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଏକ ୱେବ୍ ସାଇଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ‘ଦ ସ୍କାଇ ଇଜ୍ ପିଙ୍କ୍’ର ଶୁଟିଂ ବେଳେ ଫର୍‌ହାନ୍‌ ଅଖ୍‌ତର୍‌ଙ୍କୁ […]

priyanka

priyanka

Jitendra Garnayak
  • Published: Sunday, 06 October 2019
  • Updated: 07 October 2019, 08:58 AM IST

Sports

Latest News

ମୁମ୍ବାଇ: ଅକ୍ଟୋବର ୧୧ ତାରିଖରେ ରିଲିଜ୍ ହେବ ‘ଦ ସ୍କାଇ ଇଜ୍ ପିଙ୍କ୍’। ବହୁତ ଦିନ ପରେ ଦେଶୀଗର୍ଲ ପ୍ରିୟଙ୍କା ଏଇ ଫିଲ୍ମ ମାଧ୍ୟମରେ ବଲିଉଡ୍‌କୁ କମ୍‌ବ୍ୟାକ୍ କରିଛନ୍ତି। ଏଥିରେ ତାଙ୍କ ସହିତ ମଲ୍‌ଟି ଟ୍ୟାଲେଣ୍ଟେଡ୍ ଆକ୍ଟର୍‌ ଫର୍‌ହାନ୍ ଅଖ୍‌ତର୍‌ ମଧ୍ୟ ଅଛନ୍ତି। ୨୦୧୫ରେ ‘ଦିଲ୍ ଧଡ଼କନେ ଦୋ’ ଫିଲ୍ମରେ ମଧ୍ୟ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା।

ଏକ ୱେବ୍ ସାଇଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ‘ଦ ସ୍କାଇ ଇଜ୍ ପିଙ୍କ୍’ର ଶୁଟିଂ ବେଳେ ଫର୍‌ହାନ୍‌ ଅଖ୍‌ତର୍‌ଙ୍କୁ ଖୁବ୍ ହଇରାଣ କରିଥିଲେ ପ୍ରିୟଙ୍କା ଚୋପ୍ରା। ଏହି ୱେବ୍‌ ସାଇଟ୍‌କୁ ଫର୍‌ହାନ୍ କହିଛନ୍ତି ଯେ ପ୍ରିୟଙ୍କା ସିଙ୍ଗଡ଼ା ଖାଇବାକୁ ବହୁତ ଭଲ ପା’ନ୍ତି। ସେ ଯେତେବେଳେ ବି ଖା’ନ୍ତି, ତାଙ୍କ ପ୍ଲେଟ୍‌ରେ ସିଙ୍ଗଡ଼ା ଥାଏ। ଏପରିକି ସେ ଡାଏଟ୍‌ରେ ଥିବା ବେଳେ ପ୍ରିୟଙ୍କା ତାଙ୍କୁ ସିଙ୍ଗଡ଼ା ଓ ଅନ୍ୟାନ୍ୟ ଖାଦ୍ୟ ଦେଖାଇ ଚହରାନ୍ତି। ଏମିତି କରି ସେ ତାଙ୍କୁ ବହୁତ ନିର୍ଯାତନା ଦେଇଛନ୍ତି ବୋଲି ମଜା କରି ଫର୍‌ହାନ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଫିଲ୍ମ ଶୁଟିଂ ବେଳେ ସେମାନେ ଖୁବ୍ ମସ୍ତି ବି କରିଥିଲେ। ପରସ୍ପରର ବ୍ୟକ୍ତିଗତ ଜୀବନ ଉପରେ ଆଲୋଚନା କରିଥିଲେ। ଏମିତିକି ଲୋକେସନ୍ ଆଖପାଖ ଅଞ୍ଚଳରେ ବହୁତ ବୁଲାବୁଲି ବି କରିଥିଲେ।

ଫର୍‌ହାନ୍ କହିଛନ୍ତି ଯେ ଯେହେତୁ ସେ ପୂର୍ବରୁ ପ୍ରିୟଙ୍କାଙ୍କ ସହିତ ପୂର୍ବରୁ ଅଭିନୟ କରିଥିଲେ, ତେଣୁ ଏ ଫିଲ୍ମରେ ତାଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରିବାରେ କିଛି ଅସୁବିଧା ହୋଇ ନଥିଲା।

‘ଦ ସ୍କାଇ ଇଜ୍ ପିଙ୍କ୍’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ। ଫର୍‌ହାନ୍ ଓ ପ୍ରିୟଙ୍କା ବ୍ୟତୀତ ଏଥିରେ ଜାୟରା ୱାସୀମ ଓ ରୋହିତ ସରାଫ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos