କ’ଣ ଖାଇବାକୁ ଭଲ ପାଇଥାନ୍ତି ଆମ ସୁପରଷ୍ଟାର

ଖାଇବାକୁ ନେଇ ସମସ୍ତଙ୍କର କିଛି ନା କିଛି ପସନ୍ଦ ରହିଛି। ନିଜ ପସନ୍ଦର ଖାଦ୍ୟ ପାଇଁ କିଛି ବି କରିପାରନ୍ତି। ଏପରିକି ଆଖପାଖରେ ନିଜ ମନ ପସନ୍ଦର ଖାଦ୍ୟ ନ ମିଳିଲେ ୧୦୦ରୁ ୨୦୦ କିମି ଦୂର ଯିବାର ମଧ୍ୟ ନଜିର ରହିଛି। ବଲିଡଉ କଳାକାରଙ୍କ ମଧ୍ୟ କିଛି ପ୍ରିୟ ଖାଦ୍ୟ ଅଛି। ଫିଟ୍‌ ରହିବାକୁ ଏହି କଳାକାରମାନେ ବହୁତ ଡାଏଟିଂ କରିଥାନ୍ତି। ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଥାନ୍ତି। ହେଲେ ନିଜ ମନ ପସନ୍ଦର […]

hirtik

hirtik

Rakesh Mallick
  • Published: Thursday, 17 August 2017
  • Updated: 18 August 2017, 02:42 PM IST

Sports

Latest News

ଖାଇବାକୁ ନେଇ ସମସ୍ତଙ୍କର କିଛି ନା କିଛି ପସନ୍ଦ ରହିଛି। ନିଜ ପସନ୍ଦର ଖାଦ୍ୟ ପାଇଁ କିଛି ବି କରିପାରନ୍ତି। ଏପରିକି ଆଖପାଖରେ ନିଜ ମନ ପସନ୍ଦର ଖାଦ୍ୟ ନ ମିଳିଲେ ୧୦୦ରୁ ୨୦୦ କିମି ଦୂର ଯିବାର ମଧ୍ୟ ନଜିର ରହିଛି। ବଲିଡଉ କଳାକାରଙ୍କ ମଧ୍ୟ କିଛି ପ୍ରିୟ ଖାଦ୍ୟ ଅଛି। ଫିଟ୍‌ ରହିବାକୁ ଏହି କଳାକାରମାନେ ବହୁତ ଡାଏଟିଂ କରିଥାନ୍ତି। ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଥାନ୍ତି। ହେଲେ ନିଜ ମନ ପସନ୍ଦର ଖାଦ୍ୟ ଯଦି ଆଗରେ କେହି ଥୋଇଦିଏ ତେବେ ଆଉ ସମ୍ଭାଳି ପାରନ୍ତି ନାହିଁ। ଆସନ୍ତୁ ଜାଣିବା ବଲିଉଡର କିଛି ଷ୍ଟାରଙ୍କ ପ୍ରିୟ ଖାଦ୍ୟ ସମ୍ପର୍କରେ।

salmanସଲମାନ ଖାନ: ବଡି ବିଲଡିଂ ଆଉ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଭାଇଜାନ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। ଖାଇବାକୁ ନେଇ ସଲମାନ କେବେ ଚିନ୍ତା କରନ୍ତି ନାହଁ। ହେଲେ ତାଙ୍କର ସବୁଠାରୁ ପ୍ରିୟ ଡିସ୍‌ ହେଲା ବିରିୟାନି। ବିରିୟାନି ଦେଖିଦେଲେ ସେ ଆଉ ସମ୍ଭଳା ହୋଇ ରହିପରାନ୍ତି ନାହିଁ। ବିରିୟାନି ଖାଇବା କଥା ହେଲେ ସେ କିଛି ବି କରିବାକୁ ତୟାର।

ସୋନମ କପୁର: ବଲିଉଡର ଏହି ଫେସନେବୁଲ ଅଭିନେତ୍ରୀ ପସନ୍ଦ ହେଉଛି ପାଓ ଭାଜି। ଏପରିକି କେଉଁଠିକୁ ଯାଉଥିଲେ ରାସ୍ତାରେ ପାଓଭାଜି ଦୋକାନ ଦେଖିଦେଲେ ସେ ଅଟକି ଯାଇଥାନ୍ତି।

କାଟ୍ରିନା କୈଫ: ସବୁ ଝିଅଙ୍କ ପରି କ୍ୟାଟ୍‌ଙ୍କ ପସନ୍ଦ ହେଲା ଆଇସକ୍ରିମ। କହିବାକୁ ଗଲେ ସେ ଆଇସକ୍ରିମର ଦିୱାନୀ। ସମୟ ପାଇଲେ ସେ ଆଇସକ୍ରିମ ଖାଇବାରେ ମଜା ନେବାକୁ ଭୁଲି ନଥାନ୍ତି।

katrina-kaifହ୍ରିତିକ ରୋସନ: ଷ୍ଟାଇଲିସ୍‌ ଲୁକ୍‌ ଓ ଡ୍ୟାନ୍ସ ଏହି ଷ୍ଟାରଙ୍କୁ ଯେତିକି ପସନ୍ଦ ତାଠାରୁ ଅଧିକ ପସନ୍ଦ ହେଲା ସିଙ୍ଗଡା। ସିଙ୍ଗଡା ଦେଖିଲେ ଏହି ସୁପରହିରୋଙ୍କ ପାଟିରେ ଲାଳ ଆସିଯାଇଥାଏ ଓ ଲୋଭ ସମ୍ଭରଣ କରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇଟାଇଥାଏ।

ପ୍ରିୟଙ୍କା ଚୋପ୍ରା: ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇ ଥିବା ପ୍ରିୟଙ୍କାଙ୍କୁ ମକାର ରୁଟି ଖାଇବାକୁ ଭଲ ଲାଗେ। ଏହାସହ ସୋରିଷ ସାଗ ତାଙ୍କର ବହୁତ ପସନ୍ଦ।

ସାହିଦ କପୁର: ସାହିଦ ବଲିଉଡର ହ୍ୟାଣ୍ଡସମ ହିରୋ ଭାବେ ଜଣାଶୁଣା। ଚାଇନିଜ ଖାଦ୍ୟ ତାଙ୍କର ବହୁତ ପସନ୍ଦ। ତାଙ୍କ ଖାଇବାରେ ଅଧିକାଂଶ ମେନୁ ଚାଇନିଜର ରହିଥାଏ।

ଦିପିକା ପାଦୁକୋନ: ଦିପିକାଙ୍କ ପ୍ରିୟ ଖାଦ୍ୟ କଥା ଶୁଣିଲେ ଆପଣ ବି ହସିବେ। କାରଣ କୌଣସି ବିଶେଷ ଖାଦ୍ୟ ନୁହେଁ ଦିପିକାଙ୍କ ପସନ୍ଦ ହେଲା ଇଟିଲି। ଯଦି କେଉଁଠି ସୁଯୋଗ ମିଳିଗଲା ତେବେ ସେ ଇଟିଲି ନଖାଇ ସେଠାରୁ ଯାଇ ନଥାନ୍ତି।

ଅମୀର ଖାନ୍‌: ମିଷ୍ଟର ପରଫେକ୍ଟଙ୍କ ପସନ୍ଦ ହେଲା ମୋଗଲାଇ। ମୋଗଲେଇ ମେନୁ ଥିବା କୌଣସି ସ୍ଥାନକୁ ଯାଇଥିଲେ ଏହାକୁ ନ ଖାଇ ଅମୀର ଖାନ ଫେରି ନଥାନ୍ତି।

ଶାହାରୁଖ ଖାନ: ସୁପରଷ୍ଟାର ଶାହାରୁଖଙ୍କ ପସନ୍ଦର ଖାଦ୍ୟ ହେଲା ଗ୍ରିଲ୍ଡ ଚିକେନ। ଏହାକୁ ଦେଖିଲେ ଶାହାରୁଖଙ୍କ ପାଟିରେ ଲାଳ ଆସି ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos