‘ବିନା ପୋଷାକରେ ମୁଁ କମ୍ଫଟେବୁଲ୍‌’

ନୂଆଦିଲ୍ଲୀ: ହଲିଓଡ ଜଗତର ସୁପରମଡେଲ  ହେଦି କ୍ଲମଙ୍କ ଚାଞ୍ଚଲ୍ୟକର ବୟାନ। ଏହି ବୟାନ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରୋଚକକର। ବିନା ପୋଷାକରେ  ସେ ନିଜକୁ ଅଧିକ ଆରାମ ଅନୁଭବ କରନ୍ତି ବୋଲି କହିଛନ୍ତି। ୪୪ ବର୍ଷୀୟ ଏହି ମଡେଲ ଜଣକ ଫିମେଲଫାଷ୍ଟ.କୋ.ୟୁକେ.କୁ ଏକଥା କହିଛନ୍ତି। ପୋଷାକ ଅପେକ୍ଷା ଉଲଗ୍ନ  ବେଳେ ସେ ନିଜକୁ ଅଧିକ କମ୍ଫଟ ଅନୁଭବ କରନ୍ତି ବୋଲି କହିଛନ୍ତି।

ନିକଟରେ ହେଦି କ୍ଲମଙ୍କ ନୂଆ କଫି ଟେବୁଲ ବୁକ୍ ‘ହେଦି କ୍ଲମ ବାୟ ରାଙ୍କିନ’  ରିଲିଜ୍‌ ହୋଛି। ବହିଟିରେ ହେଦି କ୍ଲମଙ୍କ ବିଭିନ୍ନ ଅଙ୍ଗିଭଙ୍ଗୀ ନ୍ୟୁଡ୍‌ ଫଟୋ ପ୍ରକାଶ ପାଇଛି। ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଜାପାନୀ ସୁନ୍ଦରୀ ହେଦି କ୍ଲମ ଜଣେ ପପ୍‌ ସିଙ୍ଗର ସାଙ୍ଗକୁ ଚର୍ଚ୍ଚିତ ଫ୍ୟାସନ ଡିଜାଇନର ଭାବେ ହଲିଓଡରେ ଖ୍ୟାତି ରହିଛି।

ସୌଜନ୍ୟ ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌