ଆୱାର୍ଡ ନ ପାଇ କ୍ଷୁବ୍ଧ ହେଲେ ହର୍ଷବର୍ଦ୍ଧନ

ମୁମ୍ବାଇ: ‘ଫିଲ୍ମ ଫେୟାର ଆୱାର୍ଡ’ ନ ପାଇ ହର୍ଷବର୍ଦ୍ଧନ କପୁର କ୍ଷୁବ୍ଧ ହୋଇଛନ୍ତି। ନିକଟରେ ତାଙ୍କୁ ‘ମିର୍ଜିୟା’ ପାଇଁ ‘ବେଷ୍ଟ ଡେବ୍ୟୁ ଆୱାର୍ଡ’ ପାଇଁ ଚୟନ କରାଯାଇଥିଲା। ମାତ୍ର ଶେଷ ପର୍ଯ୍ୟାୟରେ ‘ଉଡତା ପଞ୍ଜାବ’ ପାଇଁ ଅଭିନେତା ଦିଲ୍‌ଜିତ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଆୱାର୍ଡ ନପାଇବା ପରେ ହର୍ଷ କ୍ଷୁବ୍ଧ ହୋଇ ଗଣମାଧ୍ୟମକୁ କହିଛନ୍ତି, ‘ଡେବ୍ୟୁ ଆୱାର୍ଡ’ ପ୍ରତ୍ୟେକ କଳାକାରଙ୍କୁ ତାଙ୍କ ପ୍ରଥମ ଫିଲ୍ମ ପାଇଁ ମିଳିଥାଏ। ଏହାର ଜବାବରେ ‘ଫିଲ୍ମ ଫେୟାର’ର କାର୍ଯ୍ୟ ନିର୍ବାହୀ […]

harshvardhan-kapoor

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 10:56 PM IST

ମୁମ୍ବାଇ: ‘ଫିଲ୍ମ ଫେୟାର ଆୱାର୍ଡ’ ନ ପାଇ ହର୍ଷବର୍ଦ୍ଧନ କପୁର କ୍ଷୁବ୍ଧ ହୋଇଛନ୍ତି। ନିକଟରେ ତାଙ୍କୁ ‘ମିର୍ଜିୟା’ ପାଇଁ ‘ବେଷ୍ଟ ଡେବ୍ୟୁ ଆୱାର୍ଡ’ ପାଇଁ ଚୟନ କରାଯାଇଥିଲା। ମାତ୍ର ଶେଷ ପର୍ଯ୍ୟାୟରେ ‘ଉଡତା ପଞ୍ଜାବ’ ପାଇଁ ଅଭିନେତା ଦିଲ୍‌ଜିତ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଆୱାର୍ଡ ନପାଇବା ପରେ ହର୍ଷ କ୍ଷୁବ୍ଧ ହୋଇ ଗଣମାଧ୍ୟମକୁ କହିଛନ୍ତି, ‘ଡେବ୍ୟୁ ଆୱାର୍ଡ’ ପ୍ରତ୍ୟେକ କଳାକାରଙ୍କୁ ତାଙ୍କ ପ୍ରଥମ ଫିଲ୍ମ ପାଇଁ ମିଳିଥାଏ।

ଏହାର ଜବାବରେ ‘ଫିଲ୍ମ ଫେୟାର’ର କାର୍ଯ୍ୟ ନିର୍ବାହୀ ସଂପାଦକ ଅନୁରାଧା ଚୌଧୁରୀ ଟ୍ୱିଟ୍‌ କରିଛନ୍ତି,“ନୂଆ କରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଯୁବପିଢ଼ି ନିଜକୁ ଯୋଗ୍ୟତା ବୋଲି ମନେ କରୁଛନ୍ତି। ଆୱାର୍ଡ ପାଇଁ ଯଦି ହର୍ଷ ନିଜକୁ ଦିଲ୍‌ଜିତ୍‌ଠାରୁ ଅଧିକ ଯୋଗ୍ୟ ବୋଲି ମନେ କରୁଛନ୍ତି ତେବେ ସେ ନିଜର ଅଭିନୟରେ ଉନ୍ନତି ଆଣନ୍ତୁ”।

 

 

Related story