ଆସୁଛି ‘ଜେମ୍ସ ବଣ୍ଡ’ର ନୂଆ ଫିଲ୍ମ

ଲସ୍‌ ଏଞ୍ଜେଲସ୍‌: ଲୋକପ୍ରିୟ ’ଜେମ୍ସ ବଣ୍ଡ୍‌’ ସିରିଜ୍‌ର ନୂଆ ଫିଲ୍ମର ମୋଶନ୍ ପୋଷ୍ଟର୍‌ ରିଲିଜ୍ ହୋଇଛି। ତା’ସହିତ ଫିଲ୍ମର ନାଁ ବି ଘୋଷଣା କରାଯାଇଛି। ଫିଲ୍ମର ନାଁ ରଖାଯାଇଛି- ‘ନୋ ଟାଇମ୍‌ ଟୁ ଡାଏ’। ଏହା ହେଉଛି ‘ଜେମ୍ସ ବଣ୍ଡ୍’ ସିରିଜ୍‌ର ୨୫ତମ ଫିଲ୍ମ। ଏହି ଫିଲ୍ମରେ ଡ୍ୟାନିଏଲ୍ କ୍ରେଗ୍‌ ‘ଜେମ୍ସ ବଣ୍ଡ୍’ ଭୂମିକାରେ ଅଭିନୟ କରିବେ। ଏହା ସହିତ ତାଙ୍କୁ ୫ମ ଥର ପାଇଁ ଏହି ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ସହିତ ଏହି ଫିଲ୍ମରେ […]

jems

Puspanjali Panda
  • Published: Wednesday, 21 August 2019
  • , Updated: 21 August 2019, 04:38 PM IST

ଲସ୍‌ ଏଞ୍ଜେଲସ୍‌: ଲୋକପ୍ରିୟ ’ଜେମ୍ସ ବଣ୍ଡ୍‌’ ସିରିଜ୍‌ର ନୂଆ ଫିଲ୍ମର ମୋଶନ୍ ପୋଷ୍ଟର୍‌ ରିଲିଜ୍ ହୋଇଛି। ତା’ସହିତ ଫିଲ୍ମର ନାଁ ବି ଘୋଷଣା କରାଯାଇଛି। ଫିଲ୍ମର ନାଁ ରଖାଯାଇଛି- ‘ନୋ ଟାଇମ୍‌ ଟୁ ଡାଏ’। ଏହା ହେଉଛି ‘ଜେମ୍ସ ବଣ୍ଡ୍’ ସିରିଜ୍‌ର ୨୫ତମ ଫିଲ୍ମ।

ଏହି ଫିଲ୍ମରେ ଡ୍ୟାନିଏଲ୍ କ୍ରେଗ୍‌ ‘ଜେମ୍ସ ବଣ୍ଡ୍’ ଭୂମିକାରେ ଅଭିନୟ କରିବେ। ଏହା ସହିତ ତାଙ୍କୁ ୫ମ ଥର ପାଇଁ ଏହି ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ସହିତ ଏହି ଫିଲ୍ମରେ ରାମୀ ମଲେକ୍‌ ଅଛନ୍ତି। ଏଥିରେ ସେ ନେଗେଟିଭ୍ ରୋଲ୍‌ରେ ଅଭିନୟ କରୁଛନ୍ତି।  ‘ଫ୍ରେଡ୍ଡି ମରକ୍ୟୁରୀ’ ଫିଲ୍ମରେ ଅଭିନୟ କରି ଚଳିତ ବର୍ଷ ସେ ଶ୍ରେଷ୍ଠ ଅଭିନେତା ଭାବେ ‘ଅସ୍କାର’ ପୁରସ୍କାର ପାଇଥିଲେ।

https://twitter.com/007/status/1163843400644403200

‘ଜେମ୍ସ ବଣ୍ଡ’ ସିରିଜ୍‌ର ଏହି ନୂଆ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି  କ୍ୟାରୀ ଜୋଜୀ ଫୁକୁନାଗା। ଫିଲ୍ମଟି ବ୍ରିଟେନ୍‌ରେ ୨୦୧୦ ଏପ୍ରିଲ୍ ୩ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏପ୍ରିଲ୍‌ ୮ ତାରିଖରେ ଆମେରିକାରେ ରିଲିଜ୍ ହେବ।

Related story