ପିଲାଙ୍କ ରିଆଲିଟି ଶୋ’ ବିରୋଧରେ ଗୁରୁତର ଅଭିଯୋଗ: ଶୈଶବକୁ ବିକା ଯାଉଛି, ବ୍ୟାନ୍ କର

ନୂଆଦିଲ୍ଲୀ: ପିଲାମାନଙ୍କୁ ନେଇ ହେଉଥିବା ଟିଭି ରିଆଲିଟି ସୋ ଉପରେ ଆସିଛି ଗୁରୁତର ଅଭିଯୋଗ। ଚଳଚ୍ଚିତ୍ର ନିର୍ମାତା ସୁଜିତ ସରକାର ଜୁନିୟର ରିଆଲିଟି ସୋ ଉପରେ ଅଭିଯୋଗ ଆଣି କହିଛନ୍ତି। ଏ ସବୁ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କୁ ଶୋଷଣ କରାଯାଉଛି। ଡିରିକ୍ଟର ଓ ପ୍ରଡ୍ୟୁସରମାନେ ନିଜର ଆର୍ଥିକ ଫାଇଦା ପାଇଁ ସେମାନଙ୍କୁ ବ୍ୟବହାର କରୁଛନ୍ତି। ଅନ୍ୟପଟରେ ଏହା ଛୋଟ ଛୁଆଙ୍କ କୋମଳତାକୁ ନଷ୍ଟ କରୁଛି। ସୁଜିତ ସରକାର ନିଜ ଟ୍ୱିଟର ଆକାଉଣ୍ଟରେ ଛୋଟ ପିଲାଙ୍କ ରିଆଲିଟି ସୋ’କୁ […]

Neha-Dhupia

Neha-Dhupia

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 03:56 PM IST

Sports

Latest News

ନୂଆଦିଲ୍ଲୀ: ପିଲାମାନଙ୍କୁ ନେଇ ହେଉଥିବା ଟିଭି ରିଆଲିଟି ସୋ ଉପରେ ଆସିଛି ଗୁରୁତର ଅଭିଯୋଗ। ଚଳଚ୍ଚିତ୍ର ନିର୍ମାତା ସୁଜିତ ସରକାର ଜୁନିୟର ରିଆଲିଟି ସୋ ଉପରେ ଅଭିଯୋଗ ଆଣି କହିଛନ୍ତି। ଏ ସବୁ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କୁ ଶୋଷଣ କରାଯାଉଛି। ଡିରିକ୍ଟର ଓ ପ୍ରଡ୍ୟୁସରମାନେ ନିଜର ଆର୍ଥିକ ଫାଇଦା ପାଇଁ ସେମାନଙ୍କୁ ବ୍ୟବହାର କରୁଛନ୍ତି। ଅନ୍ୟପଟରେ ଏହା ଛୋଟ ଛୁଆଙ୍କ କୋମଳତାକୁ ନଷ୍ଟ କରୁଛି। ସୁଜିତ ସରକାର ନିଜ ଟ୍ୱିଟର ଆକାଉଣ୍ଟରେ ଛୋଟ ପିଲାଙ୍କ ରିଆଲିଟି ସୋ’କୁ ବ୍ୟାନ୍ କରିବା ଉଚିତ ବୋଲି ମତ ଦେଇଛନ୍ତି।

କିନ୍ତୁ ଜୁନିଅର୍ ରିଆଲିଟି ସୋ ଗୁଡ଼ିକରେ ଜଜ୍ ଭାବେ ନଜର ଆସୁଥିବା ନେହା ଧୁପିଆ ସୁଜିତଙ୍କ କଥାକୁ ଖଣ୍ଡନ କରି କହିଛନ୍ତି, ଶୋଷଣ କଥା ମିଛ। ବରଂ ରିଆଲିଟି ଶୋରୁ ପିଲାମାନେ ନିଜ କଳା ଜୀବନର ଶୁଭାରମ୍ଭ କରିଥାନ୍ତି। ଏଥିରୁ ସେମାନଙ୍କ ଆତ୍ମବିଶ୍ୱାସ ମଜଭୁତ ହୋଇଥାଏ ଓ ତାଙ୍କୁ ଆଗକୁ ଯିବାକୁ ରାସ୍ତା ମିଳିଥାଏ।  ସୁଟିଂ ସମୟରେ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ସେମାନେ ନିଜ ଘରେ ରହିବା ପରେ ହିଁ ପରିବେଶ ଦିଆଯାଇଥାଏ। ବରଂ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଏକ ଉତ୍ତମ ପାଠଶାଳା ସେମାନେ ପାଆନ୍ତି ବୋଲି ନେହା କହିଛନ୍ତି। ପିଲାମାନେ ଏହି ସମୟରେ ପାଠ ପଢ଼ିବା ଉଚିତ ଏହା ସତ। କିନ୍ତୁ ତା ସହିତ ସେମାନଙ୍କର ଆଉକିଛି ସ୍ୱପ୍ନ ମଧ୍ୟ ଥାଏ। ତାହା ମଧ୍ୟ ପୂରଣ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos