ଜିମିଙ୍କ ନାଁରେ ଥାନାରେ ମାମଲା ରୁଜୁ

ଲୁଧିଆନା: ବଲିଉଡ ଅଭିନେତା ଜିମି ଶେରଗିଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି ମାମଲା। କୋଭିଡ-୧୯ କଟକଣାକୁ ଉଲ୍ଲଂଘନ କରି ଫିଲ୍ମ ଶୁଟିଂ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ସହିତ ଆଉ ତିନି ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପଞ୍ଜାବର କୋତୱାଲି ଥାନାରେ ଜିମି ଓ ତାଙ୍କ ଟିମ୍‌ର ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଥାନାର ଜଣେ ଅଧିକାରୀ କହିଛନ୍ତି,ମଙ୍ଗଳବାର ରାତିରେ କର୍ଫ୍ୟୁ ଲାଗିଥିବା […]

jimmy-shergill

Jitendra Garnayak
  • Published: Thursday, 29 April 2021
  • , Updated: 29 April 2021, 10:43 AM IST

ଲୁଧିଆନା: ବଲିଉଡ ଅଭିନେତା ଜିମି ଶେରଗିଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି ମାମଲା। କୋଭିଡ-୧୯ କଟକଣାକୁ ଉଲ୍ଲଂଘନ କରି ଫିଲ୍ମ ଶୁଟିଂ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ସହିତ ଆଉ ତିନି ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ପଞ୍ଜାବର କୋତୱାଲି ଥାନାରେ ଜିମି ଓ ତାଙ୍କ ଟିମ୍‌ର ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଥାନାର ଜଣେ ଅଧିକାରୀ କହିଛନ୍ତି,ମଙ୍ଗଳବାର ରାତିରେ କର୍ଫ୍ୟୁ ଲାଗିଥିବା ବେଳେ ପୁରୁଣା ପରିବା ମାର୍କେଟ ନିକଟରେ ଏକ ସ୍କୁଲରେ ଜିମି ଫିଲ୍ମ ଶୁଟିଂ କରୁଥିଲେ। ଏ ସଂପର୍କରେ ସୂଚନା ପାଇ ପୁଲିସ‌୍‍ ସେଠାରେ ପହଂଚିଥିଲା। ସେତେବେଳେ ସେଠାରେ ଶହେରୁ ଅଧିକ ଲୋକ ଥିଲେ।

ଏହି ଥାନା ଅଧିକାରୀ ଜଣଙ୍କ କହିଛନ୍ତି, ସରକାରୀ ନିଦ୍ଦେର୍ଶକୁ ଅବଜ୍ଞା କରିବା ନେଇ ମହାମାରୀ ଆକ୍ଟର ବିଭିନ୍ନ ଧାରାରେ ଜିମି ଓ ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ରଜୁ କରାଯାଇଛି। ଅନ୍ୟପକ୍ଷରେ ଏନେଇ ଜିମିଙ୍କ ପ୍ରତିକ୍ରିୟା ମିଳିନାହିଁ।

 

Related story