‘ଫ୍ଲାଇଙ୍ଗ ଜଟ୍ଟ’ ଟିଜରରେ ହଲିଉଡ ଖଳନାୟକଙ୍କ ସହ ନଜରକୁ ଆସିଲେ ଟାଇଗର

ମୁମ୍ବାଇ : ‘ବାଗି’ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଫ୍ଲାଇଙ୍ଗ ଜଟ୍ଟ’ର ଟିଜର ରିଲିଜ୍ ହୋଇଯାଇଛି। ଏହି ଟିଜରରେ ସୁପରହିରୋ ଭୂମିକାରେ ଟାଇଗର ଶ୍ରଫ୍ ସୁପରହିଟ୍ ହଲିଉଡ ଫିଲ୍ମ ‘ମ୍ୟାଡ୍ ମାକ୍ସ: ଫରୀ ରୋଡ’ର ୭ ଫୁଟ ଲମ୍ବା ଓ ପ୍ରବଳ ଶକ୍ତିଶାଳୀ ଖଳନାୟକ ରିକଟସ୍ ଏରିକସ୍‌ ଭୂମିକାରେ ଅଭିନୟ କରିଥିବା ନାଥନ ଜୋନ୍ସଙ୍କ ସହିତ ଲଢେଇ କରୁଥିବା ନଜରକୁ ଆସୁଛନ୍ତି। ଗତ ୨୦୧୫ରେ ରିଲିଜ୍ ହୋଇଥିବା ଓସ୍କାର ବିଜେତା ଫିଲ୍ମ ‘ମ୍ୟାଡ୍ ମାକ୍ସ: ଫରୀ ରୋଡ’ […]

flying-jatt

flying-jatt

Rakesh Mallick
  • Published: Friday, 08 July 2016
  • Updated: 08 July 2016, 07:02 PM IST

Sports

Latest News

ମୁମ୍ବାଇ : ‘ବାଗି’ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଫ୍ଲାଇଙ୍ଗ ଜଟ୍ଟ’ର ଟିଜର ରିଲିଜ୍ ହୋଇଯାଇଛି। ଏହି ଟିଜରରେ ସୁପରହିରୋ ଭୂମିକାରେ ଟାଇଗର ଶ୍ରଫ୍ ସୁପରହିଟ୍ ହଲିଉଡ ଫିଲ୍ମ ‘ମ୍ୟାଡ୍ ମାକ୍ସ: ଫରୀ ରୋଡ’ର ୭ ଫୁଟ ଲମ୍ବା ଓ ପ୍ରବଳ ଶକ୍ତିଶାଳୀ ଖଳନାୟକ ରିକଟସ୍ ଏରିକସ୍‌ ଭୂମିକାରେ ଅଭିନୟ କରିଥିବା ନାଥନ ଜୋନ୍ସଙ୍କ ସହିତ ଲଢେଇ କରୁଥିବା ନଜରକୁ ଆସୁଛନ୍ତି।

ଗତ ୨୦୧୫ରେ ରିଲିଜ୍ ହୋଇଥିବା ଓସ୍କାର ବିଜେତା ଫିଲ୍ମ ‘ମ୍ୟାଡ୍ ମାକ୍ସ: ଫରୀ ରୋଡ’ ରେ ନାଥନ ଖଳନାୟକ ଭୂମିକାରେ ଦର୍ଶକଙ୍କ ବହୁତ ମନୋରଞ୍ଜନ କରିଥିଲେ। ‘ଫ୍ଲାଇଙ୍ଗ ଜଟ୍ଟ’ ଫିଲ୍ମକୁ ନୃତ୍ୟ ଗୁରୁରୁ ନିର୍ଦ୍ଦେଶକ ବନିଥିବା ରେମୋ ଡିସୁଜା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଟାଇଗର ସୁପରହିରୋ ଭୂମିକାରେ ଲୋକମାନଙ୍କୁ ଖଳଶକ୍ତି ଠାରୁ ବଞ୍ଚାଇବା ସହିତ ଜ୍ୟାକଲିନ୍ ଫର୍ଣ୍ଣାଡିସ୍‌ଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ।

ରିଲିଜ୍ ହୋଇଥିବା ଗୋଟିଏ ମିନିଟର ଏହି ଟିଜରରେ ଟାଇଗର ଓ ନାଥନ ନିଜ ନିଜର ଶକ୍ତି ବ୍ୟବହାର କରି ଲଢୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos