ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍): ୫୭ ବର୍ଷ ବୟସରେ ଦଶମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହଲିଉଡ୍ ଅଭିନେତା ଏଡି ମର୍ଫି। ଏହି ଆମେରିକୀୟ ଅଭିନେତା ବହୁ ହଲିଉଡ୍ ଫିଲ୍ମରେ କାମ କରି ସଫଳତା ପାଇଛନ୍ତି।
ସୂଚନା ଅନୁସାରେ, ମର୍ଫିଙ୍କ ପାର୍ଟନର୍ ତଥା ୩୯ ବର୍ଷୀୟ ଅଷ୍ଟ୍ରେଲୀୟ ଅଭିନେତ୍ରୀ ପେଜ୍ ବୁଚର୍ ଆସନ୍ତା ଡିସେମ୍ବର ମାସରେ ତାଙ୍କ ଭାବୀ ସନ୍ତାନକୁ ଜନ୍ମ ଦେବେ।
ମର୍ଫି ଓ ପେଜ୍ଙ୍କ ଯୋଡ଼ି ୨୦୧୨ରୁ ଏକାଠି ରହୁଛନ୍ତି। ଉଭୟଙ୍କର ଇଜ୍ଜି ଉନା ନାମରେ ପୂର୍ବରୁ ଜଣେ ଦୁଇ ବର୍ଷର ଝିଅ ମଧ୍ୟ ଅଛି। ତେବେ ଏହା ପୂର୍ବରୁ ମର୍ଫିଙ୍କର ଅନ୍ୟ ପାର୍ଟନରଙ୍କ ସହ ସମ୍ପର୍କରୁ ଆଠଟି ସନ୍ତାନ ଅଛନ୍ତି। ତାଙ୍କର ସବୁଠାରୁ ବଡ଼ ପୁଅ ଏରିକ୍ଙ୍କ ବୟସ ଏବେ ୨୯ ବର୍ଷ।
ଫିଲ୍ମ '48 Hrs'ରେ ତାଙ୍କ ଅଭିନୟ ପାଇଁ ହଲିଉଡ୍ ଅଭିନେତା ତଥା କମେଡିଆନ୍ ଏଡି ମର୍ଫିଙ୍କୁ ଢେର୍ ଫଳତା ମିଳିଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ 'ଗୋଲ୍ଡେନ୍ ଗ୍ଲୋବ୍' ଆୱାର୍ଡ ପାଇଥିଲେ।
୨୦୦୭ରେ ଫିଲ୍ମ 'ଡ୍ରିମ୍ ଗାର୍ଲ' ପାଇଁ ମର୍ଫି ଶ୍ରେଷ୍ଠ ସହ-ଅଭିନେତା ଭାବେ ଏକାଡେମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।
Entertainment
ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା
ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି।