ଫିଲ୍ମ ଫ୍ରାଇଡେ: ବକ୍ସ ଅଫିସରେ ଭାଇ-ଭଉଣୀ ଓ ବାପ-ଝିଅ ଲଢ଼େଇ

ମୁମ୍ୱାଇ: ଫ୍ରାଇଡେ ରିଲିଜ୍‌ରେ ଆଜି ବକ୍ସ ଅଫିସରେ ଭାଇ-ଭଉଣୀ ସହ ବାପ-ଝିଅଙ୍କ ଲଢ଼େଇ ହେଉଛି। ରିଲିଜ୍‌ ହୋଇଛି ଦୁଇଟି ଭିନ୍ନ ଧରଣର ଫିଲ୍ମ ‘ହସିନା ପାରକର’ ଓ ‘ଭୂମି’। ଫିଲ୍ମ ‘ହସିନା ପାରକର’ ହେଉଛି ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭଉଣୀଙ୍କ ବାୟୋପିକ୍। ସେହିପରି ଫିଲ୍ମ ‘ଭୂମି’ ଜରିଆରେ ୩ ବର୍ଷ ପରେ ବଲିଉଡକୁ କମବ୍ୟାକ୍ କରିଛନ୍ତି ସଞ୍ଜୟ ଦତ୍ତ। ବାପ ଝିଅଙ୍କ ସଂପର୍କକୁ ନେଇ ଫିଲ୍ମଟି ଆଧାରିତ। ଦମଦାର୍ ଡାଇଲଗ୍ ସହ ଭିନ୍ନ ଗେଟ୍ ଅପ୍‌ରେ […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 10:07 AM IST

ମୁମ୍ୱାଇ: ଫ୍ରାଇଡେ ରିଲିଜ୍‌ରେ ଆଜି ବକ୍ସ ଅଫିସରେ ଭାଇ-ଭଉଣୀ ସହ ବାପ-ଝିଅଙ୍କ ଲଢ଼େଇ ହେଉଛି। ରିଲିଜ୍‌ ହୋଇଛି ଦୁଇଟି ଭିନ୍ନ ଧରଣର ଫିଲ୍ମ ‘ହସିନା ପାରକର’ ଓ ‘ଭୂମି’। ଫିଲ୍ମ ‘ହସିନା ପାରକର’ ହେଉଛି ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭଉଣୀଙ୍କ ବାୟୋପିକ୍। ସେହିପରି ଫିଲ୍ମ ‘ଭୂମି’ ଜରିଆରେ ୩ ବର୍ଷ ପରେ ବଲିଉଡକୁ କମବ୍ୟାକ୍ କରିଛନ୍ତି ସଞ୍ଜୟ ଦତ୍ତ। ବାପ ଝିଅଙ୍କ ସଂପର୍କକୁ ନେଇ ଫିଲ୍ମଟି ଆଧାରିତ।

ଦମଦାର୍ ଡାଇଲଗ୍ ସହ ଭିନ୍ନ ଗେଟ୍ ଅପ୍‌ରେ ପ୍ରଥମ ଥର ପାଇଁ ମୁମ୍ବାଇରେ ମହିଳା ଡନ୍‌ଙ୍କ ରାଜୁତି ଦେଖିବେ ଦର୍ଶକ। ସିଲଭର ସ୍କ୍ରିନରେ ଆସିଛନ୍ତି ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାରକର। ନବେ ଦଶକରେ ନିଜ ଭାଇ ବଳରେ ପୂରା ମୁମ୍ବାଇରେ ଆତଙ୍କ ସୃଷ୍ଚି କରିଥିବା ହସିନାଙ୍କ ଭୂମିକାରେ ଅଛନ୍ତି ଶ୍ରଦ୍ଧା କପୁର। ଦାଉଦ ଅଣ୍ଡରଗ୍ରାଉଣ୍ଡ ହେବା ପରେ ବି ହସିନା କିପରି ତାର ସାମ୍ରାଜ୍ୟ ଚଳାଇଥିଲା ଏହା ହେଉଛି କାହାଣୀର ବିଷୟବସ୍ତୁ। ଫିଲ୍ମରେ ଦାଉଦ୍ ଭୂମିକାରେ ଅଛନ୍ତି ଶ୍ରଦ୍ଧାଙ୍କ ରିଅଲ୍ ଲାଇଫ୍ ଭାଇ ସିଦ୍ଧାନ୍ତ କପୁର। ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନରେ ଭାଇ ଭଉଣୀ ଏକାଠି ଆସିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ଲାଖିଅ।

୩ ବର୍ଷ ପରେ ବଲିଉଡକୁ ଫେରିଛନ୍ତି ସଞ୍ଜୟ ଦତ୍ତ। ୧୯୯୩ ବୋମା ବିସ୍ଫୋରଣ ମାମଲାରେ ସଜ୍ଜା କାଟିବା ପରେ ‘ଭୂମି’ ଫିଲ୍ମ ଜରିଆରେ କମବ୍ୟାକ୍ କରିଛନ୍ତି ସଞ୍ଜୟ। ବାପା-ଝିଅର ସଂପର୍କ ଓ ପ୍ରତିଶୋଧକୁ ନେଇ ଫିଲ୍ମଟି ଆଧାରିତ। ସଞ୍ଜୟଙ୍କ ଝିଅ ଭୂମିକାରେ ଅଛନ୍ତି ଅଦିତି ରାଓ ହାଇଦରି। ଫିଲ୍ମଟି ଆକ୍ସନ ଓ ଇମୋସନରେ ଭରପୂର। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାରି କମ୍ ଓ ସରବଜିତ ଫେମ୍ ଓମୁଙ୍ଗ କୁମାର।

ଏଥିସହ ସିଲଭର ସ୍କ୍ରିନରେ ଆସିଛି ରାଜକୁମାର ରାଓ ଅଭିନୀତ ଭିନ୍ନ ଧରଣର ଫିଲ୍ମ ‘ନ୍ୟୁଟନ୍’। ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଜଣେ ସରକାରୀ କର୍ମଚାରୀ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ମାଓପ୍ରବଣ ଅଞ୍ଚଳରେ କିପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଇଲେକ୍ସନ ଡ୍ୟୁଟି ନିର୍ବାହ କରୁଛି ତାହା ଫିଲ୍ମର ବିଷୟବସ୍ତୁ।

Related story