ମିଛ ନାଁ ସତ ଷ୍ଟାର: ଜାଣନ୍ତୁ ବଲିଉଡ ଅଭିନେତାଙ୍କ ଅସଲ ପରିଚୟ

ମୁମ୍ବାଇ: ବଲିଉଡ୍‌ର ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ଆପଣ ଯେଉଁ ନାମରେ ଜାଣିଛନ୍ତି ତାହା ସେମାନଙ୍କର ପ୍ରକୃତ ନାଁ ନୁହେଁ। ଆପଣ ଜାଣିଛନ୍ତି କି ଏ ବିଷୟରେ? କଥାଟି ପୂରା ସତ। ଆସନ୍ତୁ ଭେଟିବା ଏମିତି କିଛି ଷ୍ଟାରଙ୍କୁ ଯାହାଙ୍କ ପରଦା ନାଁ ପ୍ରକୃତ ନାଁ ନୁହେଁ। ଅମିତାଭ ବଚ୍ଚନ ବଲିଉଡ୍‌ର ସୁପରଷ୍ଟାର ତଥା ମହାନାୟକ ଅମିତାଭ ବଚ୍ଚନଙ୍କୁ କିଏ ଅବା ନ ଜାଣେ? ତାଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ। ଅମିତାଭ ‘ବିଗ୍ ବି’ […]

star,,

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 12:14 PM IST

ମୁମ୍ବାଇ: ବଲିଉଡ୍‌ର ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ଆପଣ ଯେଉଁ ନାମରେ ଜାଣିଛନ୍ତି ତାହା ସେମାନଙ୍କର ପ୍ରକୃତ ନାଁ ନୁହେଁ। ଆପଣ ଜାଣିଛନ୍ତି କି ଏ ବିଷୟରେ? କଥାଟି ପୂରା ସତ। ଆସନ୍ତୁ ଭେଟିବା ଏମିତି କିଛି ଷ୍ଟାରଙ୍କୁ ଯାହାଙ୍କ ପରଦା ନାଁ ପ୍ରକୃତ ନାଁ ନୁହେଁ

ଅମିତାଭ ବଚ୍ଚନ

ବଲିଉଡ୍‌ର ସୁପରଷ୍ଟାର ତଥା ମହାନାୟକ ଅମିତାଭ ବଚ୍ଚନଙ୍କୁ କିଏ ଅବା ନ ଜାଣେ? ତାଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ। ଅମିତାଭ ‘ବିଗ୍ ବି’ ନାଁରେ ମଧ୍ୟ ପରିଚିତ। କିନ୍ତୁ ତାଙ୍କ ପ୍ରକୃତ ନାଁ ଅନେକଙ୍କୁ ଜଣା ନ ଥିବ। ତାଙ୍କ ପ୍ରକୃତ ନାଁ ଇନ୍‌କଲାବ ଶ୍ରୀବାସ୍ତବ।

ଅକ୍ଷୟ କୁମାର

ବଲିଉଡ୍‌ର ଖୀଲାଡି ଅକ୍ଷୟ କୁମାରଙ୍କ ପ୍ରକୃତ ନାମ ରାଜୀବ ଭାଟିଆ।

ସନୀ ଲିଓନ

ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଥିବା ପର୍ଣ୍ଣ ଷ୍ଟାର୍ ସନୀ ଲିଓନଙ୍କ ପ୍ରକୃତ ନାମ କରନଜୀତ ସିଂହ ବୋହରା।

ରେଖା

ବଲିଉଡ୍‌ର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ସମସ୍ତେ ଜାଣିଛନ୍ତି। କିନ୍ତୁ ତାଙ୍କର ପ୍ରକୃତ ନାମ ହେଉଛି ଭାନୁରେଖା ଗଣେଶନ।

ରଣବୀର ସିଂହ

ସମସ୍ତେ ହୃଦୟରେ ଜାଗା ବନାଇଥିବା ଅଭିନେତା ରଣବୀର ସିଂହଙ୍କ ପ୍ରକୃତ ନାମ ରଣବୀର ସିଂହଭାବନାନୀ।

ପ୍ରୀତି ଜିଣ୍ଟା

ବଲିଉଡ୍‌ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ପ୍ରକୃତ ନାମ ପ୍ରୀତମ ସିଂହ ଜିଣ୍ଟା।

ରାଜେଶ ଖାନ୍ନା

ଦିବଂଗତ ଅଭିନେତା ରାଜେଶ ଖନ୍ନାଙ୍କ ପ୍ରକୃତ ନାମ ଜତିନ ଖନ୍ନା।

କଟ୍ରିନା କୈଫ

କଟ୍ରିନା କୈଫଙ୍କ ପ୍ରକୃତ ନାମ କଟ୍ରିନା ତରକୋତେ।

ଦିଲ୍ଲୀପ କୁମାର

ସିଲଭର ସ୍କ୍ରିନ୍‌ର ଟ୍ରେଜେଡି କିଙ୍ଗ୍ ଭାବେ ପରିଚିତ ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ମୋହମ୍ମଦ ୟୁଶୁଫ ଖାନ।

ଅଜୟ ଦେବଗନ

ଅଜୟ ଦେବଗନଙ୍କ ନାଁ ବି ଅସଲି ନୁହେଁ। ତାଙ୍କ ପ୍ରକ୍ୟତ ନାଁ ବିଶାଲ ଦେବଗନ।

ଜିତେନ୍ଦ୍ର

ଜମ୍ପିଂ ଜ୍ୟାକ୍ ଭାବେ ପରିଚିତ ବଲିଉଡ୍‌ର ବିଗତ ଦିନର ହିରୋ ଜିତେନ୍ଦ୍ରଙ୍କ ପ୍ରକୃତ ନାଁ ରବି କପୁର।

 

Related story