'ଇଣ୍ଡିଆନ୍‌ ଆଇଡଲ୍‌'ରେ ଓଡ଼ିଆ ପିଲା ଜଗାଙ୍କ ହଙ୍ଗାମା, ମାଗିଲେ ଭାତ-ଡାଲମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆଙ୍କ ନଖରାମି। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ଆଉ ସେ ହେଉଛନ୍ତି ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ […]

4321q

4321q

Tapas Behera
  • Published: Saturday, 19 October 2019
  • Updated: 20 October 2019, 09:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ' ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆଙ୍କ ନଖରାମି। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେଉଛି।

ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ଆଉ ସେ ହେଉଛନ୍ତି ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍‌ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।

ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲକ୍‌ସେକ୍‌ କିମ୍ବା ପାଓଁଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ କିମ୍ବୁତକିମ୍ବାକାର ଅଭିନୟ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos