ଲିଙ୍ଗ ପରିବର୍ତ୍ତନ କରି ସଫଳ ହୋଇଛନ୍ତି ବଲିଉଡ୍‌ର ଏହି ୪ ତାରକା

ମୁମ୍ୱାଇ: ବଲିଉଡ୍‌ରେ ଅନେକ ତାରକା ଅଛନ୍ତି, ଯେଉଁମାନେ ଆଜି ବଡ଼ ଷ୍ଟାର୍‌ ଭାବରେ ପରିଚିତ। ଏହି ତାରକାଙ୍କ କଠିନ ପରିଶ୍ରମ ପଛରେ କିଛି ସତ ଘଟଣା ମଧ୍ୟ ରହିଛି। ଯାହା ବିଷୟରେ ହୁଏତ ବହୁତ କମ୍‌ ଲୋକଙ୍କୁ ଜଣାଥିବ। ଯିଏ ସଫଳତା ପାଇବା ପାଇଁ ଲିଙ୍ଗ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଇନାହାନ୍ତି। କେବଳ ଏତିକି ନୁହେଁ, ସଫଳ ମଧ୍ୟ ହୋଇଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ୪ଟି କଳାକାରଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଜୀବନରେ ସଫଳତା ପାଇଁ ଦିନେ […]

P1

Puspanjali Panda
  • Published: Saturday, 02 March 2019
  • , Updated: 02 March 2019, 10:43 AM IST

ମୁମ୍ୱାଇ: ବଲିଉଡ୍‌ରେ ଅନେକ ତାରକା ଅଛନ୍ତି, ଯେଉଁମାନେ ଆଜି ବଡ଼ ଷ୍ଟାର୍‌ ଭାବରେ ପରିଚିତ। ଏହି ତାରକାଙ୍କ କଠିନ ପରିଶ୍ରମ ପଛରେ କିଛି ସତ ଘଟଣା ମଧ୍ୟ ରହିଛି। ଯାହା ବିଷୟରେ ହୁଏତ ବହୁତ କମ୍‌ ଲୋକଙ୍କୁ ଜଣାଥିବ। ଯିଏ ସଫଳତା ପାଇବା ପାଇଁ ଲିଙ୍ଗ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଇନାହାନ୍ତି। କେବଳ ଏତିକି ନୁହେଁ, ସଫଳ ମଧ୍ୟ ହୋଇଛନ୍ତି।
ଆଜି ଆମେ ଆପଣଙ୍କୁ ଏପରି ୪ଟି କଳାକାରଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଜୀବନରେ ସଫଳତା ପାଇଁ ଦିନେ ଲିଙ୍ଗ ପରିବର୍ତ୍ତନ କରିଥିଲେ।

୧. ଗଜଲ୍‌ ଧାଲିବାଲ୍‌
ଫିଲ୍ମ ‘ଏକ ଲଡ୍‌କି କୋ ଦେଖା ତୋ ଐସା ଲଗା’ର କାହାଣୀ ଲେଖିଥିବା ଗଜଲ୍‌ ଧାଲିବାଲ୍‌ ଆଜି ବଲିଉଡ୍‌ର ଗୋଟିଏ ଚର୍ଚ୍ଚିତ ନାମ। ସେ ‘ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇ ବୁର୍ଖା’, ‘କରୀବ କରୀବ ସିଙ୍ଗଲ୍‌’ ଓ ‘ବଜୀର’ ପରି ଫିଲ୍ମ ପାଇଁ କାମ କରିଛନ୍ତି।

ଗଜଲ୍‌ଙ୍କର ପିଲାଦିନର ନାମ ଗୁନରାଜ। ସେ ଜଣେ ଲାଜକୁଳା ସ୍ୱଭାବର ପୁଅ ଥିଲେ। ତାଙ୍କ ପରିବାର ଓ ସାଙ୍ଗସାଥୀମାନେ ତାଙ୍କୁ ଜଣେ ପୁଅ ଭାବରେ ଦେଖି ଆସୁଥିଲେ। କିନ୍ତୁ ଗଜଲ୍‌ ନିଜକୁ ଜଣେ ଝିଅ ବୋଲି ଭାବୁଥିଲେ।
ଗଜଲ୍‌ ଏହି କଥା ତାଙ୍କ ଘର ଲୋକଙ୍କୁ କହିଥିଲେ ଏବଂ ଲିଙ୍ଗ ପରିବର୍ତ୍ତନ କରିଥିଲେ। ଆଜି ଗଜଲ୍‌ ସମାଜ ଆଖିରେ ଜଣେ ଝିଅ ଭାବରେ ଜଣାଶୁଣା।

୨.ନିକ୍କି ଚାୱଲାବଲିଉଡ୍‌ରେ ଜଣେ ମଡେଲ୍‌ ଭାବରେ ସଫଳତା ଅର୍ଜନ କରିଥିବା ନିକ୍କି ଚାୱଲା ଜଣେ ପୁଅ ଭାବେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରେ ନିକ୍କି ତାଙ୍କର ପରିବାର ଓ ସମାଜ ସହିତ ଲଢ଼େଇ କରି ସର୍ଜରୀ ଜରିଆରେ ଲିଙ୍ଗ ପରିବର୍ତ୍ତନ କରିଥିଲେ ଏବଂ ଏକ ସୁନ୍ଦର ଝିଅରେ ପରିଣତ ହୋଇଥିଲେ। ଏପରି କରିବା ପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଦିଲ୍ଲୀରେ ରହୁଥିବା ନିକ୍କି ଚାୱଲା ତାଙ୍କ ପରିବାର ବିରୁଦ୍ଧରେ ଯାଇ ୨୦୦୯ରେ ଲିଙ୍ଗ ପରିବର୍ତ୍ତନ କରିଥିଲେ।

୩. ଶିନାତା ସାଙ୍ଘା
ବଲିଉଡ୍‌ର ଲୋକପ୍ରିୟ ମାଗାଜିନ୍‌ର କଭର ପେଜ୍‌ରେ ରହି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ମଡେଲ୍‌ ହେଉଛନ୍ତି ଶିନାତା ସାଙ୍ଘା। ଲିଙ୍ଗ ପରିବର୍ତ୍ତନ କରିବା ପରେ ଶିନାତା ଏବେ ଦକ୍ଷିଣ ଏସିଆର ଜଣେ ଲୋକପ୍ରିୟ ଟ୍ରାନ୍ସଜେଣ୍ଡର ମଡେଲ୍‌। ଯିଏ କୋଟି କୋଟି ଟଙ୍କା ଉପାର୍ଜନ କରିଥାନ୍ତି। କେବଳ ଏତିକି ନୁହେଁ, ଶିନାତା ୨୦୧୦ରୁ ୨୦୧୨ ଲଗାତାର ଭାବରେ ବିଶ୍ୱର ସବୁଠାରୁ ସୁନ୍ଦର ଟ୍ରାନ୍ସଜେଣ୍ଡର ଆଖ୍ୟା ପାଇଥିଲେ। ବର୍ତ୍ତମାନ ଶିନାତା ଜଣେ ବ୍ରିଟିଶ୍ ମଡେଲ୍‌ ଭାବରେ ଜଣାଶୁଣା।

୪. ବବି ଡାର୍ଲିଙ୍ଗ୍‌
ବବି ଡାର୍ଲିଙ୍ଗ୍‌ ବଲିଉଡ୍‌ର ଜଣେ ପ୍ରସିଦ୍ଧ ହସ୍ତୀ କହିଲେ ଚଳେ। ଆଜି ସେ ଜଣେ ସଫଳ ଅଭିନେତ୍ରୀ ସହ ମଡେଲ୍‌ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ବବିଙ୍କର ପିଲାଦିନର ନାମ ପଙ୍କଜ ଶର୍ମା ଥିଲା। ୧୦ ବର୍ଷ ପର୍ଯ୍ୟନ୍ତ ପଙ୍କଜ୍‌ ପୁଅଙ୍କ ପରି ବ୍ୟବହାର କରିଥିଲେ। କିନ୍ତୁ ଏହା ପରେ ତାଙ୍କର ଆଚାର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ତାଙ୍କ ବ୍ୟବହାରରେ ଏପରି ପରିବର୍ତ୍ତନ ଦେଖି ବାପାମା’ ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ୨୦୧୦ରେ ବବି ପ୍ରତିରୋପଣ କରି ଲିଙ୍ଗ ପରିବର୍ତ୍ତନ କରିଥିଲେ।

 

Related story