ପାକିସ୍ତାନୀ ଯୁବତୀଙ୍କ ପାଟି ଚୁପ୍ କରି ଦେଲେ ପ୍ରିୟଙ୍କା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏଥିରୁ ଲଦାଖକୁ କାଢ଼ି ନେଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ସରକାର ଭାରତ ସହିତ ସମସ୍ତ ପ୍ରକାର ବ୍ୟବସାୟିକ ଓ ସାଂସ୍କୃତିକ ସଂପର୍କ ଛିନ୍ନ କରିଦେଇଛନ୍ତି। ଏଥିରେ ଭାରତର କିଛି କ୍ଷତି ହେଉ ନଥିବା ବେଳେ ଏଭଳି ଏକ ସ୍ଥିତିରେ ଗତକାଲି ଆମେରିକାର ଲସ୍ ଏଞ୍ଜେଲେସ୍‌ରେ ଏକ କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପାକିସ୍ତାନର […]

priyanka2

Puspanjali Panda
  • Published: Sunday, 11 August 2019
  • , Updated: 11 August 2019, 04:04 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏଥିରୁ ଲଦାଖକୁ କାଢ଼ି ନେଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ସରକାର ଭାରତ ସହିତ ସମସ୍ତ ପ୍ରକାର ବ୍ୟବସାୟିକ ଓ ସାଂସ୍କୃତିକ ସଂପର୍କ ଛିନ୍ନ କରିଦେଇଛନ୍ତି। ଏଥିରେ ଭାରତର କିଛି କ୍ଷତି ହେଉ ନଥିବା ବେଳେ ଏଭଳି ଏକ ସ୍ଥିତିରେ ଗତକାଲି ଆମେରିକାର ଲସ୍ ଏଞ୍ଜେଲେସ୍‌ରେ ଏକ କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପାକିସ୍ତାନର ଜଣେ ଯୁବତୀ ଅକଳରେ ପକାଇକୁ ଚେଷ୍ଟା କରିଥିଲେ। ସେ ତାଙ୍କୁ ପ୍ରତାରକ ବା ଶଠ ବୋଲି ପ୍ରମାଣିତ କରିବାକୁ ଚାହୁଁଥିଲେ। ହେଲେ ଦେଶୀ ଗର୍ଲ ପ୍ରିୟଙ୍କା ତାଙ୍କୁ କଡ଼ା ଜବାବ ଦେଇଥିଲେ।

ପ୍ରିୟଙ୍କା ଏକ ଟ୍ୱିଟ୍ କରିଥିଲେ। ଏ ଟ୍ୱିଟ୍‌ରେ 'ଜୟହିନ୍ଦ୍‌' ଲେଖିବା ସହିତ ଭାରତ ଦୀର୍ଘସ୍ଥାୟୀ ହେଉ ବୋଲି ଲେଖିଥିଲେ। ତା’ସହିତ ଭାରତୀୟ ସେନା ବାହିନୀକୁ ମଧ୍ୟ ପ୍ରଶଂସା କରିଥିଲେ। ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଉକ୍ତ ପାକିସ୍ତାନୀ ଯୁବତୀ ଜଣଙ୍କ ପ୍ରଶ୍ନ ଉଠାଇ ଥିଲେ ଓ କହିଥିଲେ, “ଆପଣ ହେଉଛନ୍ତି ଜାତିସଂଘର ଶାନ୍ତିଦୂତ। କିନ୍ତୁ ଆପଣ ପାକିସ୍ତାନ ବିପକ୍ଷରେ ପରମାଣୁ ଯୁଦ୍ଧକୁ ଉସକାଉଛନ୍ତି। ଆପଣ କୌଣସି ସ୍ଥିତିରେ ଏହି ଦାୟିତ୍ୱରେ (ଜାତିସଂଘର ଶାନ୍ତିଦୂତ) ରହିବା କଥା ନୁହେଁ। ମୋ ଭଳି ଲକ୍ଷ ଲକ୍ଷ ପାକିସ୍ତାନୀ ଆପଣଙ୍କ ଭଲ ପାଆନ୍ତି ଓ ଆପଣଙ୍କୁ ସମର୍ଥନ କରିଆସିଛନ୍ତି।”  ଏହା ପରେ ତାଙ୍କ କଥା ଆଉ ଶୁଣା ଯାଇ ନଥିଲା। ଅବଶ୍ୟ ପ୍ରିୟଙ୍କା ତାଙ୍କୁ କହିଥିଲେ, “ମୁ ତୁମକୁ ଶୁଣୁଛି।”

ଯୁବତୀ ଜଣଙ୍କୁ ଉତ୍ତର ଦେବାକୁ ଯାଇ ପ୍ରିୟଙ୍କ ଅତି ଶାନ୍ତ ସ୍ୱରରେ କହିଥିଲେ,“ପାକିସ୍ତାନରେ ମୋର ବହୁତ ସାଙ୍ଗ ଅଛନ୍ତି। ଆଉ ମୁଁ ହେଉଛି ଭାରତୀୟ। ମୁଁ ଯୁଦ୍ଧକୁ ଭଲ ପାଏ ନାହିଁ। କିନ୍ତୁ ମୁଁ ଦେଶଭକ୍ତ। ତେଣୁ ମୁଁ ଯଦି ମୋତେ ଭଲ ପାଉଥିବା ଲୋକଙ୍କ ମନରେ ଆଘାତ ଦେଇଛି, ତା’ହେଲେ ସେଥିପାଇଁ ମୁଁ ଦୁଃଖିତ।”

ସେ ଆହୁରି କହିଥିଲେ,“ମୁଁ ଭାବୁଛି ଆମ ସମସ୍ତଙ୍କ ପାଇଁ ସବୁ ବେଳେ ଏକ ମଝି ରାସ୍ତା ଥାଏ, ଯେଉଁଥିରେ ଆମେ ସମସ୍ତେ ଚାଲିବା ଦରକାର। ଏବେ ତୁମେ ଯେମିତି ଏଠି କଲ। ଚିତ୍କାର କର ନାହିଁ ଝିଅ। ଆମେ ସମସ୍ତେ ଏଠି ପ୍ରେମ ଓ ଶାନ୍ତି ବିଷୟରେ କଥା ହେବାକୁ ଆସିଛନ୍ତି।”

https://twitter.com/ItsnotKadi/status/1160308662881046528

 

Related story