ପୁଣି ହସାଇବେ ଦୁଇ ପାର୍ଟନର୍

ମୁମ୍ବାଇ: ପୁଣି ଥରେ ଦର୍ଶକଙ୍କୁ ଏକାଠି ହସାଇବାକୁ ଆସୁଛନ୍ତି ସଲମାନ୍ ଓ ଗୋବିନ୍ଦା। ପୂର୍ବରୁ ‘ପାର୍ଟନର’ ଫିଲ୍ମରେ ଏଦୁହେଁ ଦର୍ଶକଙ୍କୁ ଖୁବ୍ ହସାଇ ଥିଲେ। ଉଭୟଙ୍କୁ ପୁଣି ଥରେ ଏକାଠି ଦେଖିବାର ମୌକା ପାଇପାରନ୍ତି ଦର୍ଶକ। କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ପାର୍ଟନର୍‌ର ସିକ୍ୱେଲ୍। ‘ପାର୍ଟନ’ ଜରିଆରେ ଗୋବିନ୍ଦା ପୁଣି ଥରେ ବଲିଉଡ୍‌କୁ କମ୍‌ ବ୍ୟାକ୍ କରିଥିଲେ।। ଫିଲ୍ମଟିକୁ ଗୋବିନ୍ଦାଙ୍କର ଶେଷ ହିଟ୍ ଫିଲ୍ମ ମଧ୍ୟ କୁହାଯାଇପାରିବ। ଏଥିରେ ଗୋବିନ୍ଦାଙ୍କ ଏବଂ ସଲମାନ୍ ଖାନ୍‌ଙ୍କ ସହ ଲାରା […]

partnercopy

partnercopy

Ordigital Desk
  • Published: Monday, 18 December 2017
  • Updated: 18 December 2017, 04:15 PM IST

Sports

Latest News

ମୁମ୍ବାଇ: ପୁଣି ଥରେ ଦର୍ଶକଙ୍କୁ ଏକାଠି ହସାଇବାକୁ ଆସୁଛନ୍ତି ସଲମାନ୍ ଓ ଗୋବିନ୍ଦା। ପୂର୍ବରୁ ‘ପାର୍ଟନର’ ଫିଲ୍ମରେ ଏଦୁହେଁ ଦର୍ଶକଙ୍କୁ ଖୁବ୍ ହସାଇ ଥିଲେ। ଉଭୟଙ୍କୁ ପୁଣି ଥରେ ଏକାଠି ଦେଖିବାର ମୌକା ପାଇପାରନ୍ତି ଦର୍ଶକ। କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ପାର୍ଟନର୍‌ର ସିକ୍ୱେଲ୍।

‘ପାର୍ଟନ’ ଜରିଆରେ ଗୋବିନ୍ଦା ପୁଣି ଥରେ ବଲିଉଡ୍‌କୁ କମ୍‌ ବ୍ୟାକ୍ କରିଥିଲେ।। ଫିଲ୍ମଟିକୁ ଗୋବିନ୍ଦାଙ୍କର ଶେଷ ହିଟ୍ ଫିଲ୍ମ ମଧ୍ୟ କୁହାଯାଇପାରିବ। ଏଥିରେ ଗୋବିନ୍ଦାଙ୍କ ଏବଂ ସଲମାନ୍ ଖାନ୍‌ଙ୍କ ସହ ଲାରା ଦତ୍ତା ଓ କ୍ୟାଟ୍ରିନା ପ୍ରମୁଖ ଲିଡ୍ ରୋଲରେ ଥିଲେ।

ଶୁଣିବାକୁ ମିଳୁଛି ଏହାର ନିର୍ଦ୍ଦେଶନା ଦେବେ ସଲମାନଙ୍କ ଭାଇ ସୋହେଲ ଖାନ୍ । ‘ପାର୍ଟନର’ର ନିର୍ଦେଶନା ଡେଭିଡ୍ ଧୱନ୍ ଦେଇଥିଲେ। ତେବେ ଡେଭିଡ୍‌ ଧୱନ ମଧ୍ୟ ଏହାର ସିକ୍ୱେଲ୍‌ର ନିର୍ଦ୍ଦେଶନା ଦେଇ ପାରନ୍ତି। କାରଣ ୬ ବର୍ଷ ତଳେ ସଲମାନ ‘ପାର୍ଟନର’ର ସିକ୍ୱେଲ୍ ବନାଇବାକୁ ଚାହୁଁଥିଲେ। ସେତେବେଳେ ସେ ଡେଭିଡ୍ ଧୱନ୍‌ଙ୍କୁ ନିର୍ଦ୍ଦେଶନା ଭାର ଦେବା ପାଇଁ ଚିନ୍ତା କରୁଥିଲେ। କିନ୍ତୁ ଡେଭିଡ୍ ତାଙ୍କ ଫିଲ୍ମ ‘ଜୁଡୱା-୨’କୁ ନେଇ ବ୍ୟସ୍ତ ଥିଲେ। ଏହା ପରେ ସଲମାନ ଭାଇ ସୋହେଲଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦେବା ପାଇଁ ବିଚାର କରିଥିଲେ ବୋଲି ଶୁଣିବାକୁ ମିଳିଥିଲା। ଏବେ କିନ୍ତୁ ଡେଭିଡ୍ ଫ୍ରି ଅଛନ୍ତି। ଏଣୁ କିଏ ‘ପାର୍ଟନର’ର ସିକ୍ୱେଲର ନିର୍ଦ୍ଦେଶନା ଦେବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହା ଭିତରେ ସାଜିଦ ଓ ଫରହାଦଙ୍କ ନାଁ ବି ଶୁଣିବାକୁ ମିଳୁଛି। ଏ ଦୁହେଁ ବି ଏ ଫିଲ୍ମର ନିର୍ଦ୍ଦେଶନା ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos