ମାମୁଁ ଗୋବିନ୍ଦାଙ୍କ ଉପରେ ମନ୍ତବ୍ୟ ଭଣଜା କୃଷ୍ଣାଙ୍କୁ ଭାରି ପଡିଲା

ମୁମ୍ବାଇ : ଜଣାଶୁଣା ଅଭିନେତା ଗୋବିନ୍ଦା ନିଜ ଭଣଜା କୃଷ୍ଣାଙ୍କ ଶୋକୁ ନ ଯାଇ ଦ କପିଲ ଶର୍ମା ଶୋରେ ସାମିଲ ହୋଇଥିଲେ। ଚିଚି ମାମାଙ୍କଏହି ପଦକ୍ଷେପ ପାଇଁ ଭଣଜା କୃଷ୍ଣା ବହୁତ ଦୁଃଖିତ। ଅବଶ୍ୟ ଏଥିପାଇଁ କୃଷ୍ଣା ନିଜର ଏକ ପରିହାସକୁ ଦାୟୀ କରିଛନ୍ତି। କୁହାଯାଉଛି ଯେ ଗୋବିନ୍ଦା କୃଷ୍ଣାଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି।

କୃଷ୍ଣା କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ଯେ “ମୁଁ ଗୋବିନ୍ଦାଙ୍କୁ ମାମା ରଖିଛିଏହି କଥା ପାଇଁ ଗୋବିନ୍ଦା ତାଙ୍କ ଉପରେ ରାଗିଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୃଷ୍ଣାଙ୍କ କହିବା କଥା ହେଉଛି,“ମୁଁ ମାମୁଙ୍କୁ ନିଜ ଶୋରେ ଆସିବା ପାଇଁ କହିବାରୁ ସେ ସମୟ ନାହିଁ କହି ମନା କରିଦେଇଥିଲେ। ଚାରି ଦିନ ପୂର୍ବରୁ ତାଙ୍କୁ ପୁଣି ମେସେଜ କରିବା ପରେ ମୁଁ ଜାଣିଲି ଯେ ସେ ମାଇଁଙ୍କ ସହ କପିଲଙ୍କ ଶୋର ସୁଟିଂ କରୁଛନ୍ତି

କୃଷ୍ଣା କହିଛନ୍ତି, “ଏହା ଜାଣିଲା ପରେ ମୋତେ ଧକ୍କା ଲାଗିଥିଲା। ମୋର ଆଶା ଥିଲା ଯେ ସେ ନିଜ ଭଣଜାକୁ ସହଯୋଗ କରିବେ। କିନ୍ତୁ ଲାଗୁଛି ମୋର ଏହି ମନ୍ତବ୍ୟ ପାଇଁ ସେ ରାଗିଛନ୍ତି। ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ଏପରି ମନ୍ତବ୍ୟ ମୁଁ ଥଟ୍ଟାରେ କହି ଦେଇଥିଲି ବୋଲି କହିଥିଲି। ଏହାର ଉଦ୍ଦେଶ୍ୟ ତାଙ୍କ ସମ୍ମାନକୁ ଆଘାତ ଦେବା ନ ଥିଲା। ମୁଁ ତାଙ୍କୁ ମାମା ଡାକିଲେ ମୋର ଷ୍ଟାଟସ ବଢିଯାଏ। ଜଣେ କଳାକାର କେଉଁଠାକୁ ଯିବେ ତାହା ତାଙ୍କର ନିଜ ନିଷ୍ପତ୍ତି ହୋଇପାରେ, କିନ୍ତୁ ପାରିବାରିକ ସଦସ୍ୟ ହୋଇଥିବାରୁ ମୋର ଆଶା ଥିଲା ସେ ପ୍ରଥମେ ମୋ ଶୋକୁ ଆସିବେ।”

ଯଦି ଗୋବିନ୍ଦାଙ୍କ କଥା ବିଶ୍ୱାସ କରାଯାଏ ତେବେ କୃଷ୍ଣା ଟିଭିରେ ଅନ୍ୟ ଲୋକଙ୍କୁ ଅପମାନ କରି ପଇସା କମାଉଛନ୍ତି। ସେ କହିଛନ୍ତି,“ମୁଁ କୃଷ୍ଣାର ମନ୍ତବ୍ୟ ଉପରେ ବହୁତ ରାଗିଛି। ମୁଁ ତାକୁ କହିଥିଲି, ଥଟ୍ଟାରେ ଦିଆଯାଇଥିବା ଏଭଳି ବୟାନ ଅପମାନଜନଙ୍କ ହୋଇପାରେ। ସେଥିପାଇଁ ସେ ଏଭଳି ଥଟ୍ଟାରୁ ବିରତ ରହିବା ଉଚିତ୍

ଆହୁରି ପଢ଼ନ୍ତୁ

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର୍

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌

ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ନିଜ କଫିନ୍‌ର ଟଙ୍କା ବି ଦେଇ ଯାଇଥିଲେ ସରୋଜ୍‌ ଖାନ୍‌ !

ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର

ଗଲୱାନ୍‌ ଘଟଣାକୁ ନେଇ ଫିଲ୍ମ କରିବେ ଅଜୟ