କିଙ୍ଗ୍‌ଖାନ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର: ଆସୁଛି ଶାହାରୁଖ-ଅନୁଷ୍କାଙ୍କ ନୂଆ ଫିଲ୍ମ‘ଜବ୍ ହ୍ୟାରି ମେଟ୍‌ ସେଜଲ୍‌’

ମୁମ୍ବାଇ:ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଶାହାରୁଖ, ଅନୁଷ୍କା ଅଭିନୀତ ଇମତିଆଜ ଅଲ୍ଲୀଙ୍କ ନିର୍ମିତ ଫିଲ୍ମର ଟାଇଟଲ ଶେଷରେ ସାମ୍ନାକୁ ଆସିଛି। ପୂର୍ବରୁ ଫିଲ୍ମର ଟାଇଟଲ୍‌ ‘ରିଂଗ’ ନାମରେ ଚର୍ଚ୍ଚା ହେଉଥିବା ବେଳେ ଶେଷ ପର୍ଯ୍ୟାୟରେ ଏହାକୁ ବଦଳାଇ ‘ଜବ୍ ହ୍ୟାରି ମେଟ୍‌ ସେଜଲ’ନାମକରଣ କରାଯାଇଛି । ଏହି ଟାଇଟଲ୍‌ଟି ଇମ୍‌ତିଆଜଙ୍କର 2007 ରେ ଆସିଥିବା ‘ଜବ ୱି ମେଟ’ର ଟାଇଟେଲ ସହ ସାମଞ୍ଜସ୍ୟ ରହିଥିବା ନେଇ ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମଟି ଅଗଷ୍ଟ 4ରେ ରିଲିଜ ହେବାକୁ […]

shahrukh-khan-anushka-sharma-759

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 09:39 PM IST

ମୁମ୍ବାଇ:ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଶାହାରୁଖ, ଅନୁଷ୍କା ଅଭିନୀତ ଇମତିଆଜ ଅଲ୍ଲୀଙ୍କ ନିର୍ମିତ ଫିଲ୍ମର ଟାଇଟଲ ଶେଷରେ ସାମ୍ନାକୁ ଆସିଛି। ପୂର୍ବରୁ ଫିଲ୍ମର ଟାଇଟଲ୍‌ ‘ରିଂଗ’ ନାମରେ ଚର୍ଚ୍ଚା ହେଉଥିବା ବେଳେ ଶେଷ ପର୍ଯ୍ୟାୟରେ ଏହାକୁ ବଦଳାଇ ‘ଜବ୍ ହ୍ୟାରି ମେଟ୍‌ ସେଜଲ’ନାମକରଣ କରାଯାଇଛି । ଏହି ଟାଇଟଲ୍‌ଟି ଇମ୍‌ତିଆଜଙ୍କର 2007 ରେ ଆସିଥିବା ‘ଜବ ୱି ମେଟ’ର ଟାଇଟେଲ ସହ ସାମଞ୍ଜସ୍ୟ ରହିଥିବା ନେଇ ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମଟି ଅଗଷ୍ଟ 4ରେ ରିଲିଜ ହେବାକୁ ସ୍ଥିର କରାଯାଇଛି।

ରେଡ୍‌ ଚିଲ୍ଲି ଏଣ୍ଟରଟେନମେଣ୍ଟର ବ୍ୟାନରରେ ନିର୍ମିତ ହେଉଥିବା ଏହି  ଫିଲ୍ମର, ଦୁଇଟି ପୋଷ୍ଟର ରିଲିଜ ହେବାପରେ ଏହାର ଟାଇଟଲ ଜଣାପଡିଛି। ପୋଷ୍ଟରରେ ଉଭୟ ଶାହାରୁଖ ଓ ଅନୁଷ୍କା ଅନେକ ମସ୍ତି ଭରା ଅନ୍ଦାଜରେ ଡ୍ୟାନ୍ସ୍ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ୱାଲ୍ଡ ମ୍ୟାପ୍‌ ସହ ଏହି ପୋଷ୍ଟରରେ ଦୁନିଆର ଅନେକ ଭଲ ଭଲ ଲୋକେଶନ ମଧ୍ୟ ଦେଖିବାକୁ ମିଳିଛି। ଶାହାରୁଖ ଏବଂ ଅନୁଷ୍କା ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏହି ଫିଲ୍ମର ପୋଷ୍ଟର, ପୋଷ୍ଟ କରି  ଫିଲ୍ମକୁ ନେଇ ନିଜର ଉତ୍ସାହ ପ୍ରକାଶ କରିଛନ୍ତି। ତେବେ ଏହି ଫିଲ୍ମରେ ଶାହାରୁଖଙ୍କ ଯ଼ାଦୁ ଦର୍ଶକମାନଙ୍କୁ ମତୁଆଲା କରୁଛି କି ନାହିଁ ତାହା ଫିଲ୍ମ ରିଲିଜ୍‌ ପରେ ଜଣାପଡିବ।

Related story