ପରଦାକୁ ଆସୁଛି ‘ହାଫ ଗର୍ଲ ଫ୍ରେଣ୍ଡ’ : ଅର୍ଜୁନ ଏବଂ ଶ୍ରଦ୍ଧା କପୁରଙ୍କ ରୋମାନ୍ସ ସିନ୍‌ ସେୟାର କଲେ ଚେତନ ଭଗତ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଲେଖକ ଚେତନଭଗତଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ହାଫ ଗର୍ଲ ଫ୍ରେଣ୍ଡ’ ଉପରେ ପରଦାକୁ ଆସୁଛି ମୁଭି। ମୋହିତ୍ ସୁରିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ଲିଡ୍ ରୁଲରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଛନ୍ତି।  ମେ’ ୧୯ରେ ଏହି ଫିଲ୍ମଟି ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ତା’ପୂର୍ବରୁ  ଏହି ଫିଲ୍ମର  କିଛି  ସିନ୍‌କୁ ଚେତନ ଭଗତ ଟୁଇଟରରେ ସେୟାର କରିଛନ୍ତି। ଏହି ସିନ୍ ଗୁଡ଼ିକ  ଖୁବ୍‌ ରୋମାଣ୍ଟିକ […]

sradha-1

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 06:29 PM IST

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଲେଖକ ଚେତନଭଗତଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ହାଫ ଗର୍ଲ ଫ୍ରେଣ୍ଡ’ ଉପରେ ପରଦାକୁ ଆସୁଛି ମୁଭି। ମୋହିତ୍ ସୁରିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ଲିଡ୍ ରୁଲରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଛନ୍ତି।  ମେ’ ୧୯ରେ ଏହି ଫିଲ୍ମଟି ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ତା’ପୂର୍ବରୁ  ଏହି ଫିଲ୍ମର  କିଛି  ସିନ୍‌କୁ ଚେତନ ଭଗତ ଟୁଇଟରରେ ସେୟାର କରିଛନ୍ତି।

ଏହି ସିନ୍ ଗୁଡ଼ିକ  ଖୁବ୍‌ ରୋମାଣ୍ଟିକ ଲାଗୁଛି। ମଝି ରାସ୍ତାରେ କେଉଁଠି ଅର୍ଜୁନଙ୍କୁ ଶ୍ରଦ୍ଧା କିସ୍ କରୁଛନ୍ତିତ’ ଆଉ କେଉଁ ପବ୍ଲିକ୍‌ ପ୍ଲେସରେ ନୃତ୍ୟ ପରିବେଷଣ କରୁଛନ୍ତି। ପୁଣି କେଉଁଠି ପ୍ରେମରେ ମତୁଆଲା ହୋଇ ଉଭୟେ ଫୁଟ୍‌ବଲ ଖେଳୁଛନ୍ତି। ଏମିତି କିଛି ମିଠା ମିଠା ଫଟୋକୁ ଚେତନ ଭଗତ ସେୟାର କରିଛନ୍ତି।  ମୁଭିକୁ ନେଇ ନିଜେ ଚେତନଭଗତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ସୋମବାର ଏହି ଫିଲ୍ମର ଟ୍ରେଲର ଆସୁଛି। ପୂର୍ବରୁ ଚେତନ ଭଗତଙ୍କ ‘ଫାଇବ ପଏଣ୍ଟ ସମ୍‌ ୱାନ୍‌’ ଉପନ୍ୟାସକୁ ନେଇ ‘ଥ୍ରୀ ଇଡିଅଟ୍ସ’ମୁଭି ତିଆରି ହୋଇଥିଲା।

Related story