ସଲମାନ ଓ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହୁଁଥିଲେ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ

ମୁମ୍ବାଇ: ଦୁଇଟି ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ସୁପରଷ୍ଟାର ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ସେ ଏହି ଅଭିନେତାମାନଙ୍କ ଫିଲ୍ମ ସବୁ ବେଳେ ଦେଖୁଥିଲେ ଓ ନିଜକୁ ସେମାନଙ୍କ ହିରୋଇନ ମନେ କରୁଥିଲେ। ଏହି ଦୁଇ ଅଭିନେତା ତାଙ୍କର ଖୁବ ପସନ୍ଦ। ରାମ ରହିମ ଯେଉଁଠି ହଲିଉଡ ଫିଲ୍ମ ବନେଇବାକୁ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 03:41 PM IST

ମୁମ୍ବାଇ: ଦୁଇଟି ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ସୁପରଷ୍ଟାର ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ସେ ଏହି ଅଭିନେତାମାନଙ୍କ ଫିଲ୍ମ ସବୁ ବେଳେ ଦେଖୁଥିଲେ ଓ ନିଜକୁ ସେମାନଙ୍କ ହିରୋଇନ ମନେ କରୁଥିଲେ। ଏହି ଦୁଇ ଅଭିନେତା ତାଙ୍କର ଖୁବ ପସନ୍ଦ। ରାମ ରହିମ ଯେଉଁଠି ହଲିଉଡ ଫିଲ୍ମ ବନେଇବାକୁ ଚାହୁଁଥିଲେ ସେଠି ହନିପ୍ରୀତ ଅକ୍ଷୟ କୁମାର ଓ ସଲମାନଙ୍କ ସହ ଫିଲ୍ମ କରିବାକୁ ସ୍ୱପ୍ନ ଦେଖୁଥିଲେ। ହନିପ୍ରୀତଙ୍କ ସ୍ୱପ୍ନ ପୂରା କରିବାକୁ ରାମ ରହିମଙ୍କ ବଲିଉଡ୍ ଟିମ୍‌ ବଡ଼ ବଡ଼ ଫିଲ୍ମ ଷ୍ଟାରଙ୍କ ସହ ଯୋଗାଯୋଗ କରି ଫିଲ୍ମ ପାଇଁ ଫିକ୍ସିଂ କରୁଥିଲେ।

ପୂର୍ବରୁ ଡେରାରେ ରହୁଥିବା ଭୂପେନ୍ଦ୍ର ସିଂଙ୍କ କହିବା ଅନୁସାରେ ମୁମ୍ବାଇ ପାଁଶ ଅଞ୍ଚଳରେ ରାମ ରହିମଙ୍କର ଚାରୋଟି ଦାମୀ ଫ୍ଲାଟ୍ ଅଛି। ସେଥି ମଧ୍ୟରୁ ଗୋଟିକରେ ସେ ଷ୍ଟୁଡିଓ ବି ବନାଇଥିଲେ। ସିରସାରେ ଗୋଟିଏ ଷ୍ଟୁଡିଓ ଥିଲା। ବଲିଉଡ୍‌ର ନାମୀଦାମୀ ଟେକ୍ନିସିଆନଙ୍କୁ ବି ଏଥିପାଇଁ ସ୍ଥାୟୀ ନିଯୁକ୍ତି ଦିଆ ସରିଥିଲା।  ରାମରହିମ ହଲିଉଡ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ହଲିଉଡର ନାମୀଦାମୀ ନିର୍ଦ୍ଦେଶକଙ୍କ ସହ ସଂପର୍କ ବା ଯୋଗାଯୋଗ କରିଥିଲେ।

Related story