ହାପି ବାର୍ଥଡେ ସୋନାକ୍ଷୀ

ଭୁବନେଶ୍ୱର: ନିଜର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁଁ ରୁପେଲି ପରଦାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ହେଉଛନ୍ତି ସୋନାକ୍ଷୀ ସିହ୍ନା। ଅଭିନେତା ତଥା ରାଜନେତା ଶତୃଘ୍ନ ସିହ୍ନାଙ୍କ ଝିଅ ଭାବରେ ସେ ଯେତିକି ପରିଚିତ ନୁହଁନ୍ତି ନିଜର ପ୍ରତିଭା ପାଇଁ ସେତିକି ପରିଚିତ କହିଲେ ଜମାରୁ ଭୁଲ ହବନି। ଆଜି ତାଙ୍କର ଜନ୍ମ ଦିନ। ୧୯୮୭ ମସିହା ଜୁନ୍ ୨ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସୋନାକ୍ଷୀ। ତାଙ୍କ ମା’ଙ୍କ ନାମ ପୁନମ ସିହ୍ନା। […]

sonaskhi

sonaskhi

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 05:16 AM IST

Sports

Latest News

Sonakshi Sinha ଭୁବନେଶ୍ୱର: ନିଜର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁଁ ରୁପେଲି ପରଦାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ହେଉଛନ୍ତି ସୋନାକ୍ଷୀ ସିହ୍ନା। ଅଭିନେତା ତଥା ରାଜନେତା ଶତୃଘ୍ନ ସିହ୍ନାଙ୍କ ଝିଅ ଭାବରେ ସେ ଯେତିକି ପରିଚିତ ନୁହଁନ୍ତି ନିଜର ପ୍ରତିଭା ପାଇଁ ସେତିକି ପରିଚିତ କହିଲେ ଜମାରୁ ଭୁଲ ହବନି। ଆଜି ତାଙ୍କର ଜନ୍ମ ଦିନ। ୧୯୮୭ ମସିହା ଜୁନ୍ ୨ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସୋନାକ୍ଷୀ। ତାଙ୍କ ମା’ଙ୍କ ନାମ ପୁନମ ସିହ୍ନା। ତିନି ଭାଇ ଭଉଣୀଙ୍କ ମଧ୍ୟରେ ସେ ସାନ। ତାଙ୍କର ଦୁଇ ଭାଇ ଯାଆଁଳା। ସେମାନଙ୍କ ନାମ ଲବ ସିହ୍ନା ଓ କୁଶ ସିହ୍ନା।

ଫ୍ୟାସନ୍ ଡିଜାଇନିଂରେ ରୁଚି ରଖୁଥିବା ସୋନାକ୍ଷୀ ମୁମ୍ବାଇର ଏସ୍‌.ଏନ୍‌.ଡି.ଟି ମହିଳା ବିଶ୍ୱବିଦ୍ୟାଳୟରୁ ଫ୍ୟାସନ୍ ଡିଜାଇନିଂରେ ଗ୍ରାଜୁଏସନ୍ କରିଛନ୍ତି। ଏହି ପ୍ରଫେସନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ରୁ। 'ମେରା ଦିଲ୍‌ ଲେକେ ଦେଖୋ' ଫିଲ୍ମରେ କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ ସେ।  ପରେ ପରେ ମଡେଲିଂ ପ୍ରତି ଆକୃଷ୍ଟ ହେବା ସହ ୨୦୦୮ରେ ତାଙ୍କ କ୍ୟାରିୟରରେ ଯୋଡ଼ାହେଲା ଆଉ ଏକ ଅଧ୍ୟାୟ। ସେହି ବର୍ଷ ଲାକ୍‌ମୀ ଫେସନ୍ ୱିକ୍‌ରେ କମାଲ କରିଥିଲେ ସୋନାକ୍ଷୀ। ୨୦୦୯ରେ ପୁଣି ଥରେ ଲାକ୍‌ମୀ ଫେସନ୍ ୱିକ୍‌ରେ କମାଲ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଷ୍ଟାଇଲିସ୍ ମଡେଲ୍। ଏକ କାର୍ଯ୍ୟକ୍ରମରେ ତାଙ୍କର ଡ୍ୟାନ୍ସ, ଷ୍ଟାଇଲ୍ ଓ ସ୍ମାଇଲ୍‌ରେ ଫିଦା ହୋଇଗଲେ ଭାଇଜାନ (ସଲମାନ ଖାଁ)। ସେ ଏତେ ଇମ୍ପ୍ରେସ୍ ହୋଇଥିଲେ ଯେ ନିଜର ଅପ୍‌କମିଙ୍ଗ୍‌ ମୁଭି ‘ଦବଙ୍ଗ’ ପାଇଁ ତାଙ୍କୁ ଲିଡ୍‌ ରୋଲ୍‌ରେ ନେବେ ବୋଲି ଫାଇନାଲ୍ ମଧ୍ୟ କରି ଦେଲେ। ହେଲେ ହେଭିୱେଟ୍ ସୋନାଙ୍କ ପାଇଁ ଥିଲା ଏହା ଏକ ବଡ଼ ଚ୍ୟାଲେଞ୍ଜ୍। ଏହି ଫିଲ୍ମ ପାଇଁ ସେ ୩୦ କେଜି ଓଜନ କମାଇଥିଲେ। ଗୋଟେ ଗାଉଁଲି ଝିଅ ରଜୋ ଚରିତ୍ରରେ ସେ ନିଜକୁ ଏପରି ଉତାରିଲେ ଯେ ତାଙ୍କ ଅଭିନୟ ଜୀବନରେ ମାଇଲଖୁଣ୍ଟ ପାଲଟିଗଲା ଏହି ଫିଲ୍ମ। ବକ୍ସଅଫିସରେ ଖୁବ୍ କଲେକ୍ସନ୍ କଲା ‘ଦବଙ୍ଗ’। ୨୦୧୦ ମସିହାରେ କଲେକ୍ସନରେ ଇତିହାସ ରଚିଥିଲା ଏହି ମୁଭି। କ୍ରିଟିକ୍ସଙ୍କ ପ୍ରଶଂସା ସାଙ୍ଗକୁ ରାତାରାତି ବଲିଉଡ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସେ।  ଏହି ଫିଲ୍ମ ପାଇଁ ସୋନାକ୍ଷୀ ପାଇଥିଲେ ସମ୍ମାନଜନକ ଫିଲ୍ମଫେୟାର ଆୱାର୍ଡ ଫର ବେଷ୍ଟ୍ ଫିମେଲ୍ ଡେବ୍ୟୁ। ନିଜର ଆୱାର୍ଡ ସାଙ୍ଗକୁ ୨୦୧୦ର ଶେଷଭାଗରେ ଚର୍ଚ୍ଚିତ ମ୍ୟାଗାଜିନ୍ ମ୍ୟାକ୍ସିମର କଭର ଗାର୍ଲ ସାଜିଥିଲେ ଏହି ଷ୍ଟାଇଲିସ ଆକ୍ଟ୍ରେସ୍।

ନିଜଠାରୁ ବୟସରେ ବହୁ ବଡ଼ ହେଲେ ବି ଭିନ୍ନ ଭିନ୍ନ ସଫଳ ନାୟକଙ୍କ ସହ ଅଭିନୟ କରିବାକୁ ସହଜରେ ରାଜି ହୁଅନ୍ତ ମିସ୍ ସୋନା। ‘ଦବଙ୍ଗ’ ପରେ ତାର ଆଉ ଏକ ଉଦାହରଣ ହେଉଛି 'ରାଉଡି ରାଥୋଡ'।  ୨୦୧୨ରେ ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ। ଏହି ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଫିଲ୍ମଟି ବକ୍ସ ଅଫିସ୍‌ରେ କମାଲ କରିଥିଲା। ପ୍ରଭୁ ଦେବା ତାଙ୍କ ଡ୍ୟାନ୍ସରେ ଏତେ ପ୍ରଭାବିତ ହେଇଥିଲେ ଯେ  'ଓ ମାଇଁ ଗଡ୍‌' ଫିଲ୍ମରେ ଗୋଟିଏ ଗୀତରେ ତାଙ୍କୁ ନାଚିବା ପାଇଁ ଦେଇଥିଲେ ଅଫର୍।

ସୋନାଙ୍କ କ୍ରେଜକୁ ଦେଖି ଅଶ୍ୱିନୀ ଧୀର ଅଜୟ ଦେବଗନଙ୍କ ଅପୋଜିଟ୍‌ରେ ତାଙ୍କୁ ନେଇ ନିର୍ମାଣ କରିଥିଲେ ‘ସନ୍ ଅଫ୍ ସର୍ଦ୍ଦାର’। ଏହି ଫିଲ୍ମରେ ଜଣେ ପଞ୍ଜାବୀ କୁଡ଼ି ଚରିତ୍ରରେ ତାଙ୍କ ଆକ୍ଟିଂ ଥିଲା ଖୁବ୍ ନିଆରା।

୨୦୧୨ରେ ଦବଙ୍ଗର ସିକ୍ୱେଲ୍ ‘ଦବଙ୍ଗ-୨’ ନିର୍ମାଣ ହେଲା। ଆଉ ଏଥିପାଇଁ ସଲ୍ଲୁ ଭାଇଜାନଙ୍କ ପ୍ରଥମ ପସନ୍ଦ ଥିଲେ ସୋନାକ୍ଷୀ।

୨୦୧୩ରେ ଆସିଲା ତାଙ୍କ ଅଭିନୀତ ଫିଲ୍ମ 'ଆର ରାଜକୁମାର’। ପ୍ରଥମ ଥର ପାଇଁ ନିଜ ପାଖାପାଖି ବୟସର ଅଭିନେତା ସାହିଦ କପୁରଙ୍କ ସହ ଅଭିନୟ କରିବାକୁ ସୁଯୋଗ ପାଇଥିଲେ ସୋନାକ୍ଷୀ। ଏହି ଯୋଡ଼ି ୟଙ୍ଗ ମାସ୍‌ଙ୍କ ମଧ୍ୟରେ ସୃଷ୍ଟି କରିଥିଲା ସେନ୍ସେସନ୍।  ଫିଲ୍ମ‘ହୋଲିଡେ: ଏ ସୋଲଜର ଇଜ୍ ନେଭର ଅଫ୍ ଡ୍ୟୁଟି’ରେ ତାଙ୍କର ଅଭିନୟ ଏତେ ଦମଦାର ଥିଲା ଯେ ନିଜେ ଅକ୍ଷୟ କୁମାର ବି ତାରିଫ୍ କରିଥିଲେ ସୋନାକ୍ଷୀଙ୍କୁ।

ସୋନାଙ୍କ ଅପ୍‌କମିଂ ଫିଲ୍ମ ମଧ୍ୟରେ ରହିଛି ‘ଫୋର୍ସ-୨’, ‘ନୂର’, ‘ଅକିରା’ ଓ ‘ହସୀନା-ଦ କୁଇନ୍ ଅଫ୍ ମୁମ୍ବାଇ’। ଅମ୍ରିତା ପ୍ରୀତମଙ୍କ ବାୟୋପିକ୍‌ରେ ମଧ୍ୟ ଅଭିନୟ କରିବେ ସୋନାକ୍ଷୀ।

ଜନ୍ମ ଦିନ ଅବସରରେ ସୋନାକ୍ଷୀଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଗକୁ ସେ ତାଙ୍କ ଅଭିନୟ ବଳରେ ଏମିତି ଭାବେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ଆମର ଆଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos