ମୁମ୍ବାଇ: ଡ୍ୟାନ୍ସ ରିଏଲିଟି ଶୋ ‘ନଚ୍ ବଲିଏ’ର ଅଷ୍ଟମ ସଂସ୍କରଣ ଷ୍ଟାର ପ୍ଲସ୍ରେ ଆରମ୍ଭ ହୋଇସାରିଛି। ଏଥର ଶୋର ସବୁ ଯୋଡ଼ି ଭାରି ଦମଦାର ଡ୍ୟାନ୍ସ କରୁଛନ୍ତି। ସବୁଥର ପରି ଏଥର ବି ଶୋକୁ ଆୟୋଜକ ସ୍ପେଶାଲ କରିବାକୁ ଚାହାଁନ୍ତି। ସେଥିପାଇଁ ଷ୍ଟାର୍ କପଲ୍ କ୍ରିକେଟର ହରବଜନ ସିଂହ ତାଙ୍କ ଅଭିନେତ୍ରୀ ପତ୍ନୀ ଗୀତା ବସରାଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଛି ଚ୍ୟାନେଲ୍। ଏ ଦୁହେଁ ଗେଷ୍ଟ ପରଫରମର୍ସ ଭାବେ ଏହି ଶୋରେ ଏଣ୍ଟ୍ରି କରିବେ। ତେଣୁ କ୍ରିକେଟ୍ ପଡ଼ିଆରେ ଭଜିଙ୍କ ହାତର ଯାଦୁ ଦେଖିଥିବା ଦର୍ଶକ ଏବେ ତାଙ୍କ ଗୋଡ଼ର ଯାଦୁ ଦେଖିବାକୁ ପାଇବେ।
ଗୀତା ବସରା ବଲିଉଡରେ ଜଣେ ଅଭିନେତ୍ରୀ। ସେ ଭଲ ନାଚ କରନ୍ତି। ଭଜିଙ୍କ ପାଇଁ ଛୋଟ ପରଦା ନୂଆ ନୁହେଁ। ଏହା ପୂର୍ବରୁ ସେ ‘ଏକ ଖିଲାଡୀ ଏକ ହସୀନା’ରେ ନଜର ଆସିଥିଲେ। ଦେଖାଯାଉ ହରଭଜନ ପତ୍ନୀଙ୍କ ସହ ମିଶି କ’ଣ ଧମାଲ କରୁଛନ୍ତି ଡ୍ୟାନ୍ସିଂ ଫ୍ଲୋରରେ।