ହିଜାବକୁ ନେଇ ଟ୍ରୋଲ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ଦେଲେ ମୁହଁତୋଡ ଜବାବ

ମୁମ୍ବାଇ: ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ। ପ୍ରଥମେ ତାଙ୍କ ବଢ଼ିଥିବା ଓଜନକୁ ନେଇ ସେ ଟ୍ରୋଲର ଶିକାର ହୋଇଥିଲେ। ପରେ ହିଜାବ ବିବାଦକୁ ନେଇ ଦେଇଥିବା ବୟାନ ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି। ତେବେ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ମିସ୍‌ ୟୁନିଭର୍ସ। ନିକଟରେ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ନିଜର ମତ ରଖିଥିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ। ବୁଧବାର ପଞ୍ଜାବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହରନାଜଙ୍କୁ ହିଜାବ […]

harnaaz-sandhu

Madhupriya Mistry
  • Published: Thursday, 31 March 2022
  • , Updated: 31 March 2022, 03:06 PM IST

ମୁମ୍ବାଇ: ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ। ପ୍ରଥମେ ତାଙ୍କ ବଢ଼ିଥିବା ଓଜନକୁ ନେଇ ସେ ଟ୍ରୋଲର ଶିକାର ହୋଇଥିଲେ। ପରେ ହିଜାବ ବିବାଦକୁ ନେଇ ଦେଇଥିବା ବୟାନ ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି। ତେବେ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ମିସ୍‌ ୟୁନିଭର୍ସ।

ନିକଟରେ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ନିଜର ମତ ରଖିଥିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ। ବୁଧବାର ପଞ୍ଜାବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହରନାଜଙ୍କୁ ହିଜାବ ବିବାଦକୁ ନେଇ ପ୍ରଶ୍ନ ପଚରାଯାଇଥିଲେ। ସେ କହିଥିଲେ, 'ପ୍ରତିଟି ଝିଅର ନିଜସ୍ୱ ପସନ୍ଦ ରହିଛି। ତେଣୁ ଭାରତର ଝିଅମାନେ କେମିତି ନିଜ ଜୀବନ ବଞ୍ଚିବେ ଓ ସେ କ'ଣ ପିନ୍ଧିବେ କ'ଣ ନାହିଁ ସେ ବିଷୟରେ କହିବାକୁ କାହାକୁ ଅଧିକାର ନାହିଁ। ଯେଉଁମାନେ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଭୁଲ୍।'

ତାଙ୍କର ଏହି ବୟାନକୁ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ତାଙ୍କ ଅନେକ ହେଟର୍ସ ସମାଲୋଚନା କରିଥିଲେ। ଏବେ ଏହାକୁ ନେଇ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ହରନାଜ। ସେ କହିଛନ୍ତି, ଦେଶର ମୁଁ ଜଣେ ନାଗରିକ…ମୁଁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର୍ସ କରିସାରିଛି ... ଦୁନିଆରେ ଯାହା ଘଟୁଛି, ଏହା ଉପରେ ଆପଣଙ୍କର ନିଜର ଦୃଷ୍ଟିକୋଣ ରହିବା ଜରୁରୀ।'

ହରନାଜ ଆହୁରି କହିଛନ୍ତି 'ମୁଁ କେବଳ ମୋର ଦୃଷ୍ଟିକୋଣ ରଖିଛି। ଯଦି ଝିଅମାନେ ହିଜାବ୍ ପିନ୍ଧନ୍ତି, ତେବେ ଏହା ସେମାନଙ୍କର ପସନ୍ଦ। ଅନ୍ୟ ପଟେ, ଯଦି ପିତୃସତ୍ତାତ୍ମକ ବ୍ୟବସ୍ଥା ସେମାନଙ୍କ ଉପରେ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରୁଛନ୍ତି, ତେବେ ସେମାନଙ୍କୁ ନିଜେ ଆଗକୁ ଆସି କଥା ହେବାକୁ ପଡ଼ିବ। ସେ ନିଜକୁ ସମର୍ଥନ କରନ୍ତି ନାହିଁ ତେବେ ମୁଁ ତାଙ୍କୁ କିପରି ସମର୍ଥନ କରିପାରିବି? ଏହା ସେମାନଙ୍କର ପସନ୍ଦ, ଏହା ସେମାନଙ୍କ ଇଚ୍ଛା। ସେମାନଙ୍କର ଇଚ୍ଛା ଅନୁଯାୟୀ ତାଙ୍କୁ ବଞ୍ଚିବାକୁ ଅନୁମତି ଦିଆଯିବା ଉଚିତ୍।'

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ହିଁ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଦେଖାଦେଇଥିଲା। ଉଡ଼ୁପି ଜିଲ୍ଲାର ସରକାରୀ ବାଳିକା ପିୟୁ କଲେଜ୍‌ର କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ୍ ଆସିଥିବାରୁ ତାଙ୍କୁ କ୍ଲାସ୍‌ରେ ବସିବାକୁ ଦିଆଯାଇ ନଥିବା ଅଭିଯୋଗ କରିଥିଲେ। ଏହାପରେ ବିବାଦ ବଢ଼ି ବଢ଼ି ପୂରା ଦେଶରେ ବ୍ୟାପିଯାଇଥିଲା। ବିଭିନ୍ନ ବର୍ଗରୁ ଏନେଇ ଟିପ୍ପଣୀ ଆସିଥିଲା। ଶେଷରେ କର୍ଣ୍ଣାଟକ ହାଇକୋର୍ଟ ହିଜାବ ପିନ୍ଧି କଲେଜ୍ ଆସିବା ଉପରେ କଟକଣା ଲଗାଇଥିଲେ। ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

 

View this post on Instagram

 

A post shared by Harnaaz Kaur Sandhu (@harnaazsandhu_03)

Related story