ସ୍ତ୍ରୀଙ୍କ ହାତ ଛାଡ଼ିଲେ ହିମେଶ; ଏଇ ଅଭିନେତ୍ରୀଙ୍କୁ ହେବେ ବାହା, ୧୦ ବର୍ଷ ହେଲା କରୁଥିଲେ ଡେଟ୍‌

ମୁମ୍ବାଇ: ସଂଗୀତ ନିର୍ଦ୍ଦେଶକ, ଗାୟକ ତଥା ଅଭିନେତା ହିମେଶ ରେଶମିୟା ଓ ତାଙ୍କ ପତ୍ନୀ କୋମଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯାଇଛି। ଦୀର୍ଘ ୨୨ ବର୍ଷ ପରେ ସେମାନେ ଅଲଗା ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ହିମେଶ ଓ କୋମଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପଛର ମୂଳ କାରଣ ହେଉଛନ୍ତି ଟିଭି ଅଭିନେତ୍ରୀ ସୋନିଆ କପୁର। ହିମେଶ ଓ ସୋନିଆ ପରସ୍ପରକୁ ଗଲା ୧୦ ବର୍ଷ ହେଲାଣି ଜାଣିଛନ୍ତି। ଦୁଇ ଜଣ ଯାକ ପରସ୍ପରକୁ ୧୦ […]

sonia

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 01:57 PM IST

ମୁମ୍ବାଇ: ସଂଗୀତ ନିର୍ଦ୍ଦେଶକ, ଗାୟକ ତଥା ଅଭିନେତା ହିମେଶ ରେଶମିୟା ଓ ତାଙ୍କ ପତ୍ନୀ କୋମଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯାଇଛି। ଦୀର୍ଘ ୨୨ ବର୍ଷ ପରେ ସେମାନେ ଅଲଗା ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ହିମେଶ ଓ କୋମଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପଛର ମୂଳ କାରଣ ହେଉଛନ୍ତି ଟିଭି ଅଭିନେତ୍ରୀ ସୋନିଆ କପୁର।

ହିମେଶ ଓ ସୋନିଆ ପରସ୍ପରକୁ ଗଲା ୧୦ ବର୍ଷ ହେଲାଣି ଜାଣିଛନ୍ତି। ଦୁଇ ଜଣ ଯାକ ପରସ୍ପରକୁ ୧୦ ବର୍ଷ ହେଲାଣି ଡେଟ୍ କରୁଛନ୍ତି। ଦୁଇ ଜଣ ଶୀଘ୍ର ବିବାହ କରିବେ ବୋଲି କୁହାଯାଉଛି।

ହିମେଶଙ୍କ ବିବାହ ବିଚ୍ଛେଦ ଉପରେ ସୋନିଆ କିଛି କହି ନାହାନ୍ତି। ତେବେ ସେ କହିଛନ୍ତି ଯେ ହିମେଶଙ୍କ ପରିବାର ତାଙ୍କ ପରିବାର। ସେ ତାଙ୍କୁ ଭଲ ପାଆନ୍ତି।

ଅନ୍ୟପକ୍ଷରେ ଉଭୟ ହିମେଶ ଓ କୋମଲ କହିଛନ୍ତି ସେମାନେ ପରସ୍ପରର ସହମତିକ୍ରମେ ଏହି ବିବାହ ବିଚ୍ଛେଦ ହୋଇଛି। ୨୧ ବର୍ଷ ବୟସରେ ହିମେଶ ବିବାହ କରିଥିଲେ। ତାଙ୍କର ଏକ ପୁଅ ଅଛି।

Related story