ହିନାଙ୍କୁ ମିଳିଲା ଆଉ ଏକ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ହିନା ଖାନ୍‌ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ବ୍ୟସ୍ତ ଅଛନ୍ତି।  ସେ ଫିଲ୍ମ ‘ଲାଇନ୍ସ’, ‘ୱିଶ୍ ଲିଷ୍ଟ’ ଓ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ଶୁଟିଂ ପୂରା କରି ସାରିଲେଣି। ଏହା ସହିତ ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍‌ଡ’ର ଶୁଟିଂ ବି ଆରମ୍ଭ କରି ଦେଲେଣି। ସୂଚନା ଅନୁଯାୟୀ, ୟା ଭିତରେ ତାଙ୍କୁ ଆଉ […]

hina

Chinmayee Roy
  • Published: Monday, 23 September 2019
  • , Updated: 23 September 2019, 10:45 AM IST

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ହିନା ଖାନ୍‌ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ବ୍ୟସ୍ତ ଅଛନ୍ତି।  ସେ ଫିଲ୍ମ ‘ଲାଇନ୍ସ’, ‘ୱିଶ୍ ଲିଷ୍ଟ’ ଓ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ଶୁଟିଂ ପୂରା କରି ସାରିଲେଣି। ଏହା ସହିତ ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍‌ଡ’ର ଶୁଟିଂ ବି ଆରମ୍ଭ କରି ଦେଲେଣି। ସୂଚନା ଅନୁଯାୟୀ, ୟା ଭିତରେ ତାଙ୍କୁ ଆଉ ଏକ ପ୍ରୋଜେକ୍ଟ ମଧ୍ୟ ମିଳି ସାରିଛି, ଯାହା ଦ୍ୱାରା ସେ ଡିଜିଟାଲ୍‌ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି।

ହଙ୍ଗାମା ପ୍ଲେ’ର ଅପ୍‌କମିଂ ୱେବ୍‌ ସିରିଜ୍‌ ‘ଡ୍ୟାମେଜ୍ ୨’ରେ ହିନା ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କ ସହିତ ଅଭିନେତା ଅଧ୍ୟନ ସୁମନ ଅଭିନୟ କରୁଛନ୍ତି। ଏହାର ଶୁଟିଂ ଆରମ୍ଭ ବି ହୋଇସାରିଲାଣି। ୪ ଦିନ ତଳେ ହିନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଶୁଟିଂ ସେଟ୍‌ର କିଛି ଫଟୋ ଶେଆର୍ କରିଥିଲେ। ସେଥିରେ ତାଙ୍କ ସହିତ ସୁମନ ଓ ‘ଡ୍ୟାମେଜ୍ ୨’ର କ୍ର୍ୟୁ ମେମ୍ବରଙ୍କୁ ଦେଖିବାକୁ ମିଳିଥିଲା।

 

https://www.instagram.com/p/B2jJUpTBVSc/?utm_source=ig_web_copy_link

ୱେବ୍‌ ସିରିଜ୍‌ ‘ଡ୍ୟାମେଜ୍‌’ ହଙ୍ଗାମା ପ୍ଲେର ପ୍ରଥମ ୱେବ୍‌ ସିରିଜ୍‌ ଥିଲା ଓ ଏଥିରେ ଅମୃତା ଖାନ୍‌ୱିଲକର୍ ଜଣେ ସିରିଏଲ୍‌ କିଲର୍‌ ଭୂମିକାରେ ଅଭିନୟ କରିଥିଲେ। ଏହା ଦେଶର ପ୍ରଥମ ସାଇକୋଲୋଜିକାଲ୍ ଡ୍ରାମା ୱେବ୍ ଶୋ’ ଥିଲା। ଏଥିରେ ଅମୃତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା। ଏବେ ହିନା ଖାନ୍‌ ଏହାର ସିକ୍ୱେଲ୍‌ରେ କିଛି କମାଲ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

https://www.instagram.com/p/B2jN2bbhwPT/?utm_source=ig_web_copy_link

ସୂଚନାଯୋଗ୍ୟ, ହିନା ପ୍ରଥମେ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍‌ଲାତା ହୈ’ରେ ଡେବ୍ୟୁ କରିଥିଲେ। ଏଥିରେ ସେ ୮ ବର୍ଷ କାମ କରିବା ପରେ ୨୦୧୬ରେ ଶୋ’ ଛାଡ଼ି ରିଆଲିଟି ଶୋ’ ‘ଖତ୍‌ରୋ କେ ଖିଲାଡୀ’ରେ ଭାଗ ନେଇଥିଲେ। ଏହାପରେ ୨୦୧୭ ସେ ‘ବିଗ୍‌ବସ୍‌-୧୧’ରେ ଭାଗ ନେଇଥିଲେ।

https://www.instagram.com/p/B2mbR-dBwco/?utm_source=ig_web_copy_link

Related story