ରଙ୍ଗରେ ରଙ୍ଗରେ ରୋମାନ୍ସ

ମୁମ୍ବାଇ: ଆଜି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଲୋକେ ରଙ୍ଗ ଖେଳୁଛନ୍ତି। ହୋଲି ଓ ରଙ୍ଗକୁ ନେଇ ବଲିଉଡ୍‌ର ଅନେକ ହିଟ୍‌ ଗୀତ ରହିଛି। ଏହି ରଙ୍ଗ ଗୀତ ଗୁଡ଼ିକର ଅନେକ ହିରୋହିରୋଇନ୍‌ ରୋମାନ୍ସ କରିବାର ମଧ୍ୟ ଦେଖାଯାଇଛି। ଆସନ୍ତୁ ଜାଣିବା ସେମିତି କିଛି ଗୀତ ସଂପର୍କରେ। ଲହୁ ମୁଁହ ଲଗ ଗୟା: ଫିଲ୍ମ ‘ରାମଲୀଲା’ର ସୁପରହୀଟ୍‌ ଗୀତ ‘ଲହୁ ମୁଁହ ଲଗ ଗୟା’ରେ ହୋଲି ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏଥିରେ ରଣବୀର ସିଂହ […]

holi

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 12:29 PM IST

ମୁମ୍ବାଇ: ଆଜି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଲୋକେ ରଙ୍ଗ ଖେଳୁଛନ୍ତି। ହୋଲି ଓ ରଙ୍ଗକୁ ନେଇ ବଲିଉଡ୍‌ର ଅନେକ ହିଟ୍‌ ଗୀତ ରହିଛି। ଏହି ରଙ୍ଗ ଗୀତ ଗୁଡ଼ିକର ଅନେକ ହିରୋହିରୋଇନ୍‌ ରୋମାନ୍ସ କରିବାର ମଧ୍ୟ ଦେଖାଯାଇଛି। ଆସନ୍ତୁ ଜାଣିବା ସେମିତି କିଛି ଗୀତ ସଂପର୍କରେ।

ଲହୁ ମୁଁହ ଲଗ ଗୟା: ଫିଲ୍ମ ‘ରାମଲୀଲା’ର ସୁପରହୀଟ୍‌ ଗୀତ ‘ଲହୁ ମୁଁହ ଲଗ ଗୟା’ରେ ହୋଲି ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏଥିରେ ରଣବୀର ସିଂହ ଓ ଦୀପିକା ରଙ୍ଗରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

ବଲମ ପିଚକାରୀ: ‘ୟେ ଯବାନୀ ହୈ ଦିୱାନୀ’ ଫିଲ୍ମର ଏହି ଗୀତଟି ସବୁବେଳେ ଦର୍ଶକଙ୍କ ମୁହଁରେ ଥାଏ। ଏଥିରେ ହୋଲିର ଚିତ୍ର ରହିଛି। ଏହି ଫିଲ୍ମରେ ଦୀପିକା ଓ ରଣବୀର କପୁର ଠୁମ୍‌କା ଲଗାଇଥିଲେ। ରଙ୍ଗ ଖେଳି ଓ ନାଚି ଦୁହେଁ ରୋମାନ୍ସ କରିଥିଲେ।

ରଙ୍ଗବତା ବ୍ଲୁ ୟା ଲାଲ: ଗତବର୍ଷ ହୋଲିରେ  ରିଲିଜ୍‌ ହୋଇଥିବା ‘ବଦ୍ରିନାଥକୀ ଦୁଲହନିୟା’ର ଏହି ଗୀତଟି ମଧ୍ୟ ଖୁବ୍‌ ଲୋକପ୍ରିୟତା ହାସଲ କରିଛି। ଏଥିରେ ବରୁଣ ଧାୱନ ଓ ଆଲିଆ ଭଟ୍ଟ ଖୁବ୍‌ ନାଚିଲେ।

ରଙ୍ଗ ବରସେ: ଆଜି ବି ଏହି ଗୀତଟି ଲୋକଙ୍କ ମୁହଁରେ। ‘ସିଲ୍‌ସିଲା’ ଫିଲ୍ମର ଏହି ଗୀତରେ ଅମିତାଭ ଓ ରେଖାଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା।

ହୋଲି ଖେଳେ ରଘୁବୀରା: ହୋଲି ଉତ୍ସବରେ ‘ବାଗବାନ୍‌’ ଫିଲ୍ମର ଏହି ଗୀତ ସମସ୍ତଙ୍କ ମୁହଁରେ ଥାଏ।  ଏହି ଗୀତ ବୃଦ୍ଧ ଦମ୍ପତି ଅମିତାଭ ଓ ହେମାମାଳିନୀଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳିଥିଲା।

 

Related story