ଶୁଟିଂ କରୁ କରୁ ଗଙ୍ଗାରେ ବୁଡ଼ିଗଲେ ହଲିଉଡ୍‌ ହିରୋଇନ୍‌: ତା’ପରେ...

ମୁମ୍ବାଇ: ଫିଲ୍ମ ‘ଦ ଲିଜେଣ୍ଡ ଅଫ୍‌ ପିକକ୍‌’ ଜରିଆରେ ହଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅତୁଲ୍‌ ଗର୍ଗ। ଏହାର ସୁଟିଂ ଏବେ ବନାରସ୍‌ରେ ଚାଲିଛି। ଗଙ୍ଗାରେ ସୁଟିଂ ଚାଲିଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ହିରୋଇନ୍‌ ଟାମି ଗଙ୍ଗାରେ ଗାଧୋଇବା ଦୃଶ୍ୟ ଶୁଟ୍‌ କରାଯାଉଥିବା ବେଳେ ସେ ହଠାତ୍‌ ବୁଡ଼ି ଯାଇଥିଲେ। ତେବେ ତାଙ୍କୁ ଉଦ୍ଧାର କରି ନିଆଯାଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନ୍‌ ଗଙ୍ଗାରେ ଶୁଟିଂ ହେଉଥିଲା। ନିର୍ଦ୍ଦେଶକ, କ୍ୟାମେରାମ୍ୟାନ୍‌ଙ୍କ […]

The-Hollywood-Actress-Suddenly-Drowning-in-the-Ganges-Cameraman-Creates-Video

Rakesh Mallick
  • Published: Tuesday, 31 July 2018
  • , Updated: 31 July 2018, 11:00 AM IST

ମୁମ୍ବାଇ: ଫିଲ୍ମ ‘ଦ ଲିଜେଣ୍ଡ ଅଫ୍‌ ପିକକ୍‌’ ଜରିଆରେ ହଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅତୁଲ୍‌ ଗର୍ଗ। ଏହାର ସୁଟିଂ ଏବେ ବନାରସ୍‌ରେ ଚାଲିଛି। ଗଙ୍ଗାରେ ସୁଟିଂ ଚାଲିଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି।

ହିରୋଇନ୍‌ ଟାମି ଗଙ୍ଗାରେ ଗାଧୋଇବା ଦୃଶ୍ୟ ଶୁଟ୍‌ କରାଯାଉଥିବା ବେଳେ ସେ ହଠାତ୍‌ ବୁଡ଼ି ଯାଇଥିଲେ। ତେବେ ତାଙ୍କୁ ଉଦ୍ଧାର କରି ନିଆଯାଇଛି।

ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନ୍‌ ଗଙ୍ଗାରେ ଶୁଟିଂ ହେଉଥିଲା। ନିର୍ଦ୍ଦେଶକ, କ୍ୟାମେରାମ୍ୟାନ୍‌ଙ୍କ ସହ ପୂରା ଟିମ୍‌ ପ୍ରସ୍ତୁତ ଥିଲେ। ଟାମି ଶୁଟିଂ ପାଇଁ ନଦୀ ଭିତରକୁ ଯାଇଥିଲେ। ହେଲେ ସେ ହଠାତ୍‌ ବୁଡ଼ିବାକୁ ଲାଗିଥିଲେ। ଅତୁଲ୍‌ ଏହା ଜାଣିପାରି ଥିଲେ। ସଙ୍ଗେ ସଙ୍ଗେ ପୂରା ଟିମ୍‌ ତାଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡ଼ିଥିଲା ଓ ତାଙ୍କୁ ସୁରକ୍ଷିତ ଭାବେ କୂଳକୁ ନେଇ ଆସିଥିଲେ।

ବଲିଉଡ୍‌ ଓ ହଲିଉଡ୍‌ କଳାକାରଙ୍କ ସହ ବନାରସ୍‌ରେ ୪୫ ପ୍ରତିଶତ ଶୁଟିଂ ସରିଯାଇଛି। ବାକି ଶୁଟିଂ ଆମେରିକା ଓ ଟର୍କିରେ ହେବ। ଫିଲ୍ମଟି ଡିସେମ୍ବର ମାସରେ ରିଲିଜ୍‌ କରିବାର ଯୋଜନା ରହିଛି।

ଫିଲ୍ମରେ ଟାମି, ଟିମ୍‌ ବ୍ରସ୍‌ଙ୍କ ସହ ବଲିଉଡ୍‌ର ଆସିମା ଶର୍ମା, ମନିଷ ୱାଧୱା ଓ ଅବାସ୍‌ ଖାନ୍‌ ମଧ୍ୟ ଅଭିନୟ କରୁଛନ୍ତି।

 

 

 

Related story