ହନି ସିଂହଙ୍କ ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି ପ୍ରଯୋଜକ: ଖୋଜୁଛନ୍ତି ଲେଖକ, ଦେବେ ୨୫ କୋଟି

ମୁମ୍ୱାଇ: ଦୀର୍ଘ ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗାୟବ ଅଛନ୍ତି ୟୋ ୟୋ ହନି ସିଂହ। କିନ୍ତୁ ତାଙ୍କୁ ନେଇ ଥମୁନି ଚର୍ଚ୍ଚା। ଏବେ ତାଙ୍କୁ ନେଇ ଏକ ଖବର ଲୋକଲୋଚନକୁ ଆସିଛି। ଜଣେ ପବ୍ଲିସର ହନି ସିଂହ ଉପରେ ବାୟୋଗ୍ରାଫି ଲେଖିବା ଓ ବାୟୋପିକ୍  ନିର୍ମାଣ କରିବା ପାଇଁ  ୨୫ କୋଟି ଟଙ୍କା  ଅଫର୍ କରିଛନ୍ତି। ଏନେଇ ହନି ସିଂହଙ୍କ ପକ୍ଷରୁ କୌଣସି  ସୂଚନା ଆସି ନାହିଁ। ଦୀର୍ଘ ଦୁଇ ବର୍ଷ ପରେ ହନି ସିଂହ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 12:10 PM IST

ମୁମ୍ୱାଇ: ଦୀର୍ଘ ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗାୟବ ଅଛନ୍ତି ୟୋ ୟୋ ହନି ସିଂହ। କିନ୍ତୁ ତାଙ୍କୁ ନେଇ ଥମୁନି ଚର୍ଚ୍ଚା। ଏବେ ତାଙ୍କୁ ନେଇ ଏକ ଖବର ଲୋକଲୋଚନକୁ ଆସିଛି। ଜଣେ ପବ୍ଲିସର ହନି ସିଂହ ଉପରେ ବାୟୋଗ୍ରାଫି ଲେଖିବା ଓ ବାୟୋପିକ୍  ନିର୍ମାଣ କରିବା ପାଇଁ  ୨୫ କୋଟି ଟଙ୍କା  ଅଫର୍ କରିଛନ୍ତି। ଏନେଇ ହନି ସିଂହଙ୍କ ପକ୍ଷରୁ କୌଣସି  ସୂଚନା ଆସି ନାହିଁ।

ଦୀର୍ଘ ଦୁଇ ବର୍ଷ ପରେ ହନି ସିଂହ ସାମ୍ନାକୁ ଆସିବା ପରେ କହିଛନ୍ତି,“ ମୋ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ମୁଁ କୌଣସି ପ୍ରବକ୍ତାକୁ  ପଠାଇକୁ ଚାହୁଁ ନ ଥିଲି । ଗତ ଦେଢ଼  ବର୍ଷ ମୋ ଜୀବନର ସବୁଠାରୁ ଖରାପ ଦିନ ଥିଲା। ମୁଁ କାହା ସହିତ କଥା ହେବା ସ୍ଥିତିରେ ନ ଥିଲି। ମୁଁ ଜାଣି ଥିଲି ଲୋକେ ମୋ ସମ୍ପର୍କରେ ଏଣୁ ତେଣୁ କହୁଛନ୍ତି। ଡ୍ରଗ୍ସ୍‌ ଅତ୍ୟଧିକ ନେବା କାରଣରୁ ମୋତେ ରେଭ୍‌ ସେଣ୍ଟର ପଠାଇ ଦିଆଯାଇଛି ବୋଲି ଲୋକେ କହୁଥିଲେ । କିନ୍ତୁ ଏପରି କିଛି ଘଟଣା ଘଟି ନାହିଁ। ନୋଏଡାରେ ଥିବା ଘରେ ମୁଁ ଥିଲି। ବାୟପୋଲର ଡିଜ୍‌ ଅର୍ଡର୍‌ଯୋଗୁଁ ମୁଁ ଅସୁସ୍ଥ ହୋଇପଡ଼ିଥିଲି।”

Related story