ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ନିଆଁ ଲଗା ଡ୍ୟାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ। ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି। ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି ପ୍ରଶାସକ। ଫେବ୍ରୁଆରୀ ୧ରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା। ତେବେ ଯାତ୍ରା ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ। ଏଥର ମୈଦାନକୁ ଓହ୍ଲାଇବେ ଯାତ୍ରା ମହାନଗରୀ, ତୁଳସୀ ଅପେରା, ଯାତ୍ରା ସ୍ୱର୍ଣ୍ଣମହଲ, କୋଣାର୍କ ଗଣନାଟ୍ୟ, […]

dance

dance

Manoranjan Sial
  • Published: Friday, 24 January 2020
  • Updated: 25 January 2020, 03:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ। ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି। ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି ପ୍ରଶାସକ।

ଫେବ୍ରୁଆରୀ ୧ରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା। ତେବେ ଯାତ୍ରା ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ। ଏଥର ମୈଦାନକୁ ଓହ୍ଲାଇବେ ଯାତ୍ରା ମହାନଗରୀ, ତୁଳସୀ ଅପେରା, ଯାତ୍ରା ସ୍ୱର୍ଣ୍ଣମହଲ, କୋଣାର୍କ ଗଣନାଟ୍ୟ, ଇନ୍ଦ୍ରଭୁବନ, ଧଉଳି ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ସ୍ୱପ୍ନ ମହଲ, ରଙ୍ଗମହଲ, ରାଜଧାନୀ ଅପେରା ଓ ଅପେରା ସୂର୍ଯ୍ୟମହଲ ପରି ଯାତ୍ରା ପାର୍ଟି। ସେଥିପାଇଁ ସଜେଇ ହେଉଛି ଖଣ୍ଡଗିରି। ଏପରିକି ସାଧୁ ସନ୍ଥମାନେ ଆସିବା ଆରମ୍ଭ କଲେଣି।  କିନ୍ତୁ ଚଳିତବର୍ଷ ନିଆଁ ଲଗା ଡ୍ୟାନ୍ସ ଦେଖିବାକୁ ମିଳିବ ନାହିଁ। ଏନେଇ ବିଏମ୍‌ସି ପ୍ରଶାସକ ସଂଗ୍ରାମ ଜିତ ନାୟକ ଯାତ୍ରା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ମଞ୍ଚରେ ଅଶ୍ଲୀଳ ନାଚ ହେବ ନାହିଁ ବୋଲି ଆୟୋଜକମାନେ ମତ ଦେଇଥିବା ଶ୍ରୀ ନାୟକ କହିଛନ୍ତି।

୨୦୧୯ ବର୍ଷରେ ଖଣ୍ଡଗିରି ଯାତ୍ରା ମଞ୍ଚଳରେ ଅଶ୍ଲୀଳ ନାଚ ପରିବେଷଣ କରାଯାଇଥିଲା। ଆଇଟମ୍‌ ଗର୍ଲ ରାନୀ ପଣ୍ଡା ଯାତ୍ରା ସଚ୍ଚିଦାନନ୍ଦମ ମଞ୍ଚରେ ଅଶ୍ଲୀଳ ନାଚ ନାଚିଥିଲେ। ଏପରିକି ଷ୍ଟେଜ୍‌ରୁ ଉହ୍ଲାଇ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ନାଚକୁ ନେଇ ଯଲିଉଡ୍‌ରେ ଝଡ ସୃଷ୍ଟି ହୋଇଥିଲା। ବହୁ ଯାତ୍ରା ପ୍ରେମୀ ଓ ବୁଦ୍ଧିଜୀବୀ ରାନୀଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏପରିକି ନାଟକରୁ ଅଶ୍ଲୀଳ ନାଚଠାରୁ ଦୂରେଇ ରଖିବାକୁ ବିବାଦ ମଧ୍ୟ ଉଠିଥିଲା। ଶେଷରେ ମାମଲା ଥାନାକୁ ଯାଇଥିଲା। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ମଞ୍ଚରେ ଅଶ୍ଲୀଳ ନାଚ ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos