‘ହାଉସଫୁଲ୍-3’ ଆୟ କଲା ୧୦୦କୋଟି

ମୁମ୍ବାଇ: ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା କମେଡି ଫିଲ୍ମ ‘ହାଉସଫୁଲ୍-3’ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଆୟ କରିଛି।  ଇଣ୍ଡିଆ ଥିଏଟ୍ରିକାଲ୍, ଇରୋସ ଇଣ୍ଟରନ୍ୟାସନାଲ ମିଡିଆ ଲିମିଟେଡ୍‌ର ବରିଷ୍ଠ ଉପାଧ୍ୟକ୍ଷ ନନ୍ଦୁ ଆହୁଜା କହିଛନ୍ତି, “‘ହାଉସଫୁଲ-3’  ବକ୍ସ ଅଫିସରେ ୧୦୦ କୋଟିରୁ  ଅଧିକ ଟଙ୍କା ଆୟ କରିଥିବାରୁ ମୁଁ ବହୁତ ଖୁସି। ଫିଲ୍ମଟି ବିଦେଶରେ ମଧ୍ୟ ଭଲ ଆୟ କରିଛି। ବିଦେଶରେ ୬୭୦ ଟି ଫିଲ୍ମ ହଲରେ […]

housefull3_

housefull3_

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 03:45 PM IST

Sports

Latest News

ମୁମ୍ବାଇ: ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା କମେଡି ଫିଲ୍ମ ‘ହାଉସଫୁଲ୍-3’ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଆୟ କରିଛି।

 ଇଣ୍ଡିଆ ଥିଏଟ୍ରିକାଲ୍, ଇରୋସ ଇଣ୍ଟରନ୍ୟାସନାଲ ମିଡିଆ ଲିମିଟେଡ୍‌ର ବରିଷ୍ଠ ଉପାଧ୍ୟକ୍ଷ ନନ୍ଦୁ ଆହୁଜା କହିଛନ୍ତି, “‘ହାଉସଫୁଲ-3’  ବକ୍ସ ଅଫିସରେ ୧୦୦ କୋଟିରୁ  ଅଧିକ ଟଙ୍କା ଆୟ କରିଥିବାରୁ ମୁଁ ବହୁତ ଖୁସି। ଫିଲ୍ମଟି ବିଦେଶରେ ମଧ୍ୟ ଭଲ ଆୟ କରିଛି। ବିଦେଶରେ ୬୭୦ ଟି ଫିଲ୍ମ ହଲରେ ଏହି ଫିଲ୍ମ ରିଲିଜ୍ ହୋଇଛି।”

‘ହାଉସଫୁଲ୍-3’ ଜୁନ୍ ୩ ତାରିଖରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବୋମନ ଇରାନୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଲିସା ହେଡେନ ଓ ନର୍ଗିସ୍ ଫଖରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ‘ହାଉସଫୁଲ୍-3’ ସିରିଜ୍‌ରେ ନୂଆ ମୁହଁ ଅଭିଷେକ ବଚ୍ଚନ ଓ ଜ୍ୟାକି ଶ୍ରଫଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos