ରାଗି ଯାଇଥିବା କରଣଙ୍କୁ ମନାଇବାକୁ ରଣବୀରଙ୍କୁ କରିବାକୁ ପଡ଼ିଥିଲା ଏହି କାମ

ସଂଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ଖିଲଜି ଚରିତ୍ରରେ ଅଭିନୟ କରିଥିବା ରଣବୀର ସିଂହଙ୍କ ପ୍ରଂଶସା ଏବେ ଚାରିଆଡ଼େ। ତାଙ୍କ ଅଭିନୟ ଦକ୍ଷତା ଉପରେ ତ କାହାରି ସନ୍ଦେହ ନଥିବ। କିନ୍ତୁ ଜାଣିଛନ୍ତି ତାଙ୍କ ନିକଟରେ ଆଉ ଏକ ଗୁଣ ରହିଛି। ରାଗି ଥିବା ଲୋକଙ୍କୁ ସେ ସହଜରେ ମନାଇ ପାରନ୍ତି।  ନିକଟରେ ଏକ ରେଡିଓ ଶୋରେ କରଣ ଜୋହର ତାଙ୍କର ଏହି ଗୁଣ ସଂପର୍କରେ କହିଥିଲେ। ଏକ ପ୍ରଶ୍ନର ଉତ୍ତରରେ କରଣ କହିଥିଲେ,“ଥରେ ଏକ ଛୋଟ […]

karan

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 12:20 PM IST

ସଂଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ଖିଲଜି ଚରିତ୍ରରେ ଅଭିନୟ କରିଥିବା ରଣବୀର ସିଂହଙ୍କ ପ୍ରଂଶସା ଏବେ ଚାରିଆଡ଼େ। ତାଙ୍କ ଅଭିନୟ ଦକ୍ଷତା ଉପରେ ତ କାହାରି ସନ୍ଦେହ ନଥିବ। କିନ୍ତୁ ଜାଣିଛନ୍ତି ତାଙ୍କ ନିକଟରେ ଆଉ ଏକ ଗୁଣ ରହିଛି। ରାଗି ଥିବା ଲୋକଙ୍କୁ ସେ ସହଜରେ ମନାଇ ପାରନ୍ତି।  ନିକଟରେ ଏକ ରେଡିଓ ଶୋରେ କରଣ ଜୋହର ତାଙ୍କର ଏହି ଗୁଣ ସଂପର୍କରେ କହିଥିଲେ।

ଏକ ପ୍ରଶ୍ନର ଉତ୍ତରରେ କରଣ କହିଥିଲେ,“ଥରେ ଏକ ଛୋଟ କଥାକୁ ନେଇ ମୁଁ ରଣବୀରଙ୍କ ଉପରେ ରାଗି ଯାଇଥିଲି। ଏହା ପରେ ଏକ ଇଭେଣ୍ଟରେ ଆମର ଦେଖା ହେଲା। ମୁଁ ରଣବୀରକୁ ଦେଖି ମୁହଁ ବୁଲାଇ ଦେଇଥିଲି। କିନ୍ତୁ ସେ ସଙ୍ଗେ ସଙ୍ଗେ ପାଖକୁ ଆସି ହାତ ମିଳାଥିଲେ ଓ କହିଥିଲେ ଆପଣ ମୋ ଉପରେ କଦାପି ରାଗି ପାରିବେ ନାହିଁ। ତାଙ୍କର କହିବା ଶୈଳୀ ମୋ ମନକୁ ଛୁଇଁ ଥିଲା ଓ ମୋ ରାଗ ଉଭେଇଗଲା। ରଣବୀର ଜଣେ ଭଲ କଳାକାର ଓ ଭଲ ମଣିଷ ମଧ୍ୟ।”

କେବଳ କରଣ ନୁହଁନ୍ତି, ଅମିତାଭ ବଚ୍ଚନ ମଧ୍ୟ ରଣବୀରଙ୍କର ଜଣେ ବଡ଼ ଫ୍ୟାନ୍‌। ‘ପଦ୍ମାବତ’ ଫିଲ୍ମ ଦେଖିବା ପରେ  ଅମିତାଭ ତାଙ୍କ ନିକଟକୁ ଏକ ନୋଟ୍ ଓ ବୁକେ ପଠାଇଥିଲେ। ‘ପଦ୍ମାବତ’ ଫିଲ୍ମ ପାଇଁ ଏହା ରଣବୀରଙ୍କ ପ୍ରଥମ ଆୱାର୍ଡ ବୋଲି କୁହାଯାଉଛି।

 

 

Related story