ପୂରା ବିଶ୍ୱରେ ହ୍ରିତିକ ନମ୍ବର ୱାନ୍‌; ଜାଣନ୍ତୁ କେଉଁଥିରେ ମିଳିଛି ପ୍ରଥମ ସ୍ଥାନ

ପୂରା ଦୁନିଆରେ ହଲିଉଡ୍‌ ହିରୋଙ୍କ କ୍ରେଜ୍‌ ବହୁତ। ତେବେ ବଲିଉଡ୍‌ ହିରୋମାନେ ବି ପଛରେ ନାହାନ୍ତି ବୋଲି ପୁଣି ପ୍ରମାଣିତ ହୋଇଛି। କାରଣ ନିକଟରେ ଏକ ୱେବ୍‌ସାଇଟ୍ ପକ୍ଷରୁ ପ୍ରକାଶ ପାଇଥିବା ଦୁନିଆର ସବୁଠୁ ହ୍ୟାଣ୍ଡସମ୍‌ ମ୍ୟାନ୍‌ଙ୍କ ତାଲିକାର ପ୍ରଥମ ସ୍ଥାନରେ ଜଣେ ବଲିଉଡ୍ ହିରୋ ରହିଛନ୍ତି। ସେ ହେଉଛନ୍ତି ହ୍ରିତିକ ରୋଶନ। ଏହି ତାଲିକାର ଟପ୍‌ ୧୦ ହ୍ୟାଣ୍ଡସମ୍ ମ୍ୟାନ୍‌ଙ୍କ ତାଲିକାରେ ବଲିଉଡ୍‌ ହିରୋ ସଲମାନ ଖାନ୍ ମଧ୍ୟ ରହିଛନ୍ତି। ସେ ସପ୍ତମ ସ୍ଥାନରେ ରହିଛନ୍ତି। […]

hrithik

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 11:13 AM IST

ପୂରା ଦୁନିଆରେ ହଲିଉଡ୍‌ ହିରୋଙ୍କ କ୍ରେଜ୍‌ ବହୁତ। ତେବେ ବଲିଉଡ୍‌ ହିରୋମାନେ ବି ପଛରେ ନାହାନ୍ତି ବୋଲି ପୁଣି ପ୍ରମାଣିତ ହୋଇଛି। କାରଣ ନିକଟରେ ଏକ ୱେବ୍‌ସାଇଟ୍ ପକ୍ଷରୁ ପ୍ରକାଶ ପାଇଥିବା ଦୁନିଆର ସବୁଠୁ ହ୍ୟାଣ୍ଡସମ୍‌ ମ୍ୟାନ୍‌ଙ୍କ ତାଲିକାର ପ୍ରଥମ ସ୍ଥାନରେ ଜଣେ ବଲିଉଡ୍ ହିରୋ ରହିଛନ୍ତି। ସେ ହେଉଛନ୍ତି ହ୍ରିତିକ ରୋଶନ। ଏହି ତାଲିକାର ଟପ୍‌ ୧୦ ହ୍ୟାଣ୍ଡସମ୍ ମ୍ୟାନ୍‌ଙ୍କ ତାଲିକାରେ ବଲିଉଡ୍‌ ହିରୋ ସଲମାନ ଖାନ୍ ମଧ୍ୟ ରହିଛନ୍ତି। ସେ ସପ୍ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଅଧିକାଂଶ ଆକ୍ଟର ଓ ମଡେଲ ଅଛନ୍ତି।

Worldstopmost.Com ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାର ପ୍ରଥମ ସ୍ଥାନରେ ହ୍ରିତିକ ଅଛନ୍ତି।

ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ହଲିଉଡ୍‌ ଅଭିନେତା ବ୍ରେଡ୍‌ ପିଟ୍‌।

ଗଡ୍‌ଫ୍ରେ ଗାଓ ତୃତୀୟ ସ୍ଥାନରେ ଅଛନ୍ତି। ସେ ତାଇବାନରେ ଜନ୍ମ ହୋଇଥିଲେ। ସେ ଅଭିନୟ ସହ ମଡେଲିଂ ବି କରନ୍ତି।

ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତା ରବର୍ଟ ପେଟିନସନ।

ଆମେରିକୀୟ ଅଭିନେତା ଡେଞ୍ଜଲ ୱାଶିଂଟନ ପଞ୍ଚମ ସ୍ଥାନରେ ଅଛନ୍ତି।

ଏହି ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି ଉମର ବୋରକାନା ଅଲ ଗାଲା। ସେ ଜଣେ ଅଭିନେତା ସହ ମଡେଲ ବି ।

ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ଏହି ଲିଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି।

କାନାଡାର ଅଭିନେତା ନୋହ ମିଲ୍ସ ଏହି ଲିଷ୍ଟରେ ଅଷ୍ଟମ ସ୍ଥାନରେ ଅଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ଲିଷ୍ଟରେ ନବମ ସ୍ଥାନରେ ଅଛନ୍ତି ହଲିଉଡ୍‌ର ଜଣାଶୁଣା ଷ୍ଟାର ଟମ୍‌ କ୍ରୁଜ।

ବ୍ରିଟେନ୍‌ର ପ୍ରିନ୍ସ ୱିଲିଅମ୍‌ ଦଶମ ସ୍ଥାନରେ ଅଛନ୍ତି।

Related story