'ଇନ୍‌ଶାଆଲ୍ଲାହ'ରେ ସଲମାନ୍‌ଙ୍କ ସ୍ଥାନ ନେଇପାରନ୍ତି ହ୍ରିତିକ୍

ମୁମ୍ବାଇ: ଅନେକ ଦିନ ହେବ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଇନ୍‌ଶାହ ଆଲ୍ଲା’କୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏହି ଫିଲ୍ମରେ ସଲମାନ୍ ଓ ଆଲିଆ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସଲମାନ୍ ଫିଲ୍ମକୁ ସମୟ ନଦେଇ ପାରିବାରୁ ଏହି ଫିଲ୍ମଟି ଛାଡ଼ିଦେଲେ। ଏହା ପରେ ଭଂଶାଲୀ ଫିଲ୍ମଟିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ପୁଣି ଏହି ଫିଲ୍ମ ତିଆରି ହେବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ଲିଡ୍‌ […]

hritik

Chinmayee Roy
  • Published: Wednesday, 11 September 2019
  • , Updated: 11 September 2019, 12:26 PM IST

ମୁମ୍ବାଇ: ଅନେକ ଦିନ ହେବ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ଇନ୍‌ଶାହ ଆଲ୍ଲାକୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏହି ଫିଲ୍ମରେ ସଲମାନ୍ ଓ ଆଲିଆ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସଲମାନ୍ ଫିଲ୍ମକୁ ସମୟ ନଦେଇ ପାରିବାରୁ ଏହି ଫିଲ୍ମଟି ଛାଡ଼ିଦେଲେ। ଏହା ପରେ ଭଂଶାଲୀ ଫିଲ୍ମଟିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ପୁଣି ଏହି ଫିଲ୍ମ ତିଆରି ହେବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ସଲମାନଙ୍କ ସ୍ଥାନରେ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍ ରୋଶନ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। 

https://www.instagram.com/p/B2B59sjHmgW/?utm_source=ig_web_copy_link

ଯଦି ଏ ଖବର ସତ ହୁଏ ତେବେ ଦୀର୍ଘ ୯ ବର୍ଷ ପରେ ହ୍ରିତିକ୍ ଓ ସଞ୍ଜୟ ଲୀଲା ଭଂଶାଲୀ ପୁଣି ଏକାଠି କାମ କରିବେ। ଶେଷଥର ପାଇଁ ୨୦୧୦ରେ ଫିଲ୍ମ ଗୁଜାରିଶ୍’ରେ ଦୁହେଁ ଏକାଠି କାମ କରିଥଲେ। ସଲମାନ୍‌ ଏହି ଫିଲ୍ମରୁ ଓହରିଯିବା ପରେ ତାଙ୍କ ରିପ୍ଲେସମେଣ୍ଟ ଖୋଜା ଚାଲିଛି। ଭଂଶାଲୀ ପ୍ରଡକ୍ସନ ହାଉସ ସହ ଜଡ଼ିତ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଫିଲ୍ମ ପାଇଁ ହ୍ରିତିକଙ୍କୁ ଅଫର୍‌ କରାଯାଇଛି। ହ୍ରିତିକ୍‌ଙ୍କୁ ମଧ୍ୟ ଫିଲ୍ମର କାହାଣୀ ବେଶ୍‌ ପସନ୍ଦ ଆସିଛି।  

ସୂଚନାଯୋଗ୍ୟ, ଏହି ଫିଲ୍ମ ପାଇଁ ଶାହାରୁଖ କାନ୍‌, ରଣବୀର ସିଂହ ଓ ରଣବୀର କପରଙ୍କ ନାଁ ଆସିବାର ମଧ୍ୟ ସମ୍ଭାବନା ରହିଛି। ତେବେ ଫିଲ୍ମ ନିର୍ମାତାଙ୍କ ଘୋଷଣା ପରେ ହିଁ ଜଣା ପଡ଼ିବ ଯେ ‘ଇନ୍‌ଶାଆଲ୍ଲାହ’ରେ ଆଲିଆ କାହା ସହ ରୋମାନ୍ସ କରିବେ।

Related story