ଚକ୍ଷୁଦାନ କରିପାରନ୍ତି ହ୍ରିତିକ୍‌

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଅନୁପ୍ରାଣିତ ହୋଇ ଚକ୍ଷୁଦାନ କରିପାରନ୍ତି ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ୍‌। ଏହି କଥା ହ୍ରିତିକ୍‌ ଏକ ୱେବ୍‌ସାଇଟକୁ ସାକ୍ଷାତକାର ଦେଇ କହିଛନ୍ତି। ପୂର୍ବରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଚକ୍ଷୁଦାନକୁ ନେଇ କରିଥିବା ବିଜ୍ଞାପନ ଦେଖି ଏହା ଏକ ଭଲ ଉଦ୍ଦେଶ୍ୟ ବୋଲି ସେ ଚିନ୍ତା କରିଥିଲେ। ତେବେ ଆଗକୁ ରିଲିଜ ଅପେକ୍ଷାରେ ଥିବା ‘କାବୀଲ’ରେ ସେ ଏକ ଅନ୍ଧ ଭୂମିକାରେ ଅଭିନୟ କରିବା ସମୟରେ ଅନେକ ଦୃଷ୍ଟି ଶକ୍ତି ବିହୀନ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ […]

hrithikroshan-donate-eye

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 02:32 PM IST

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଅନୁପ୍ରାଣିତ ହୋଇ ଚକ୍ଷୁଦାନ କରିପାରନ୍ତି ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ୍‌। ଏହି କଥା ହ୍ରିତିକ୍‌ ଏକ ୱେବ୍‌ସାଇଟକୁ ସାକ୍ଷାତକାର ଦେଇ କହିଛନ୍ତି। ପୂର୍ବରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଚକ୍ଷୁଦାନକୁ ନେଇ କରିଥିବା ବିଜ୍ଞାପନ ଦେଖି ଏହା ଏକ ଭଲ ଉଦ୍ଦେଶ୍ୟ ବୋଲି ସେ ଚିନ୍ତା କରିଥିଲେ।

ତେବେ ଆଗକୁ ରିଲିଜ ଅପେକ୍ଷାରେ ଥିବା ‘କାବୀଲ’ରେ ସେ ଏକ ଅନ୍ଧ ଭୂମିକାରେ ଅଭିନୟ କରିବା ସମୟରେ ଅନେକ ଦୃଷ୍ଟି ଶକ୍ତି ବିହୀନ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଥିବା କଥା ସେ କହିଛନ୍ତି। ହ୍ରିତିକ୍‌ଙ୍କ ‘କାବୀଲ’ ଜାନୁଆରୀ ୨୫ରେ ରିଲିଜ ହେବ। ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି।

Related story