‘ହମ୍ ତୁମ୍’କୁ ପୂରିଲା ୧୨ ବର୍ଷ

humtumମୁମ୍ବାଇ: ସୈଫ୍ ଅଲ୍ଲୀ ଖାଁ ଓ ରାଣୀ ମୂଖାର୍ଜୀଙ୍କ ଅଭିନୀତ ହିଟ୍ ରୋମାଣ୍ଟିକ୍ କମେଡି ‘ହମ୍ ତୁମ୍’ ଆଜି ୧୨ ବର୍ଷ ପୂରଣ କରିଛି। ଏହି ଅବସରରେ ନିର୍ଦ୍ଦେଶକ କୁନାଲ କୋହଲି ଏ ଫିଲ୍ମକୁ ନେଇ କିଛି ତଥ୍ୟ ଟ୍ୱିଟରରେ ସେୟାର କରିଛନ୍ତି।

ସେ ଲେଖିଛନ୍ତି,“୧୨ ବର୍ଷ ତଳେ ନିର୍ମିତ ‘ହମ୍ ତୁମ୍’ ଥିଲା ଭାରତର ପ୍ରଥମ ରୋମାଣ୍ଟିକ୍ କମେଡି ଫିଲ୍ମ। ଏହି ଫିଲ୍ମ ପାଇଁ ରାଣୀ ମୂଖାର୍ଜୀ ତାଙ୍କ କ୍ୟାରିୟରର ପ୍ରଥମ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତି ଥିଲେ। ଏହା ମଧ୍ୟ ଥିଲା ସୈଫଙ୍କ ସୋଲୋ ହିଟ୍ ଫିଲ୍ମ।”

‘ହମ୍ ତୁମ୍‌’ରେ ରିଷି କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଛନ୍ତି କୁନାଲ।

କୁନାଲ ଟ୍ୱିଟ୍ କରିଛନ୍ତି,“ଏହି ଫିଲ୍ମର ଡାଏଲଗ ଲେଖିବା ପାଇଁ ପ୍ରଥମେ ପ୍ରସୂନ ଯୋଶୀଙ୍କୁ ପ୍ରସ୍ତାବ ଦେଇଥିଲି। ତେବେ ସେ ଗୀତ ଲେଖିବା ପାଇଁ ମୋତେ ପ୍ରସ୍ତାବ ଦେଇଥିଲେ।”

କୁନାଲ ଆହୁରି ଟ୍ୱିଟ୍ କରିଛନ୍ତି,“ୟଶ ଚୋପ୍ରା ଏହି ଫିଲ୍ମ କରିବାକୁ ରାଜି ନ ଥିଲେ। ତେବେ ଆଦିତ୍ୟ ଚୋପ୍ରା ସମର୍ଥନ କରିଥିଲେ। ପରେ ଫିଲ୍ମଟି ଦେଖି ୟଶ ଚୋପ୍ରା ଖୁସି ହୋଇଥିଲେ।”